Live Now

Odisha news live updates: ଆଜି ଶେଷ ରଜ ବା ଭୂମି ଦହନ, ପଢନ୍ତୁ ଆଉ କିଛି ବଡ଼ ଖବର...

: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡ

Odisha news live updates: ଆଜି ଶେଷ ରଜ ବା ଭୂମି ଦହନ, ପଢନ୍ତୁ ଆଉ କିଛି ବଡ଼ ଖବର...
16 June 2024 09:59 PM (IST)

BJP MLA T Raja Singh arrested: ବକରିଇଦ୍ ପୂର୍ବରୁ ତେଲେଙ୍ଗାନାର ମେଡକ ଜିଲ୍ଲାରେ ଉତ୍ତେଜନା ଦେଖା ଦେଇଛି। ଅନ୍ୟପକ୍ଷରେ ବିଜେପି ବିଧାୟକ ଟି ରାଜା ମେଡାକ ଯିବାକୁ ଚେଷ୍ଟା କରୁଥିବାବେଳେ ଗିରଫ କରାଯାଇଛି। ଶ୍ୟାମସାବାଦ ବିମାନବନ୍ଦରରେ ବିଜେପି ବିଧାୟକ ଗିରଫ କରାଯାଇଥିଲା। କହି ରଖୁଛୁ ଯେ ଗୋରୁ ଚାଲାଣ ତଥା ବେଆଇନ ବିକ୍ରୟ ପ୍ରସଙ୍ଗରେ ମେଡକ ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ବିଜେପି ବିଧାୟକଙ୍କ ଏହି ଗିରଫଦାରୀ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ କରାଯାଇଛି।

 

16 June 2024 08:54 PM (IST)

IND W vs SA W: ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମ ଦିନିକିଆ ମ୍ୟାଚରେ ଏକପାଖିଆ ଖେଳ ପ୍ରଦର୍ଶନ କରି ୧୪୩ ରନ୍ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମେ ସ୍ମୃତି ମଣ୍ଡନା ବ୍ୟାଟ୍ ସହିତ ଚମତ୍କାର କରିଥିଲେ ଓ ଏକ ଶତକୀୟ ଇନିଂସ ଖେଳିଥିଲେ ଏବଂ ପରେ ଲେଗ୍ ସ୍ପିନର ଆଶା ଶୋଭାନା ତାଙ୍କର ପ୍ରଥମ ମ୍ୟାଚ୍ ଖେଳି ଚମତ୍କାର କରିଥିଲେ ଓ ଦକ୍ଷିଣ ଆଫ୍ରିକାକୁ ଆଣ୍ଠୁମାଡିବାକୁ ବାଧ୍ୟ କରିଥିଲେ।

 

16 June 2024 08:10 PM (IST)

Dharmendra Pradhan On NTA: ରବିବାର (୧୬ ଜୁନ୍), NEET UG 2024 ର ଫଳାଫଳରେ ଅନିୟମିତତା ଅଭିଯୋଗ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଆକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, "NEET ପ୍ରସଙ୍ଗରେ କୌଣସି ପ୍ରକାର ଭୁଲ କରୁଥିବା ବ୍ୟକ୍ତିଙ୍କୁ ରକ୍ଷା କରାଯିବ ନାହିଁ। ପିଲାମାନଙ୍କର ଭବିଷ୍ୟତ ସହିତ ଖେଳିବା ସହ୍ୟ କରାଯିବ ନାହିଁ।" ଶିକ୍ଷା ମନ୍ତ୍ରୀ ମଧ୍ୟ ଏନଟିଆର ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଯଦି ଏନଟିଆରେ କେହି ଦୋଷୀ, ତେବେ ତାଙ୍କୁ ମଧ୍ୟ ରକ୍ଷା କରାଯିବ ନାହିଁ।

 

16 June 2024 04:43 PM (IST)

Heat Wave Alert: ବର୍ତ୍ତମାନ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ହିଟ୍ ୱେବରୁ କୌଣସି ନିସ ନାହିଁ। ଅନେକ ରାଜ୍ୟରେ ଆସନ୍ତା ତିନି ଦିନ ପାଇଁ ହିଟ୍ ୱେବକୁ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏଥି ମଧ୍ୟରେ ୟୁପି, ବିହାର, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟ ଅନ୍ତର୍ଭୁକ୍ତ।

16 June 2024 01:52 PM (IST)

Ganga Dussehra Boat Capsized : ପବିତ୍ର ଗଙ୍ଗା ଦଶହରାରେ ପାଟନାରେ ଅଘଟଣ । ଗଙ୍ଗା ଦଶହରା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ଦେବାକୁ ଗଙ୍ଗୀ ନଦୀକୂଳରେ ଭିଡ ଜମାଇଥିଲେ । ବୁଡ ଦେବାକୁ ଏ କୂଳରୁ ସେ କୂଳ ଯିବା ବେଳେ ଡଙ୍ଗା ବୁଡି ଅଘଟଣ ଘଟିଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି  । ଡଙ୍ଗାରେ ଥିବା ୧୧ ଜଣ ଯାତ୍ରା କୌଣସି ମତେ ପହଁରି ପହଁରି କୂଳରେ ପହଂଚିଛନ୍ତି । ଅନ୍ୟ ୬ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳୁଛି । 

 

16 June 2024 01:46 PM (IST)

Elephant Rescued: ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ଉଗୀ ପଞ୍ଚାୟତ ଲେମ୍ବୁତଇଲା ନିକଟରୁ ଏକ ପରିତକ୍ତ କୂଅ ରୁ ଉଦ୍ଧାର ହେଲେ ମା ଓ ଛୁଆ ହାତୀ । ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ । ସୂଚନା ଯେ , ଗାଁକୁ ଖାଦ୍ୟ ଅନ୍ବେଷଣରେ  ମା ଓ ଛୁଆ ହାତୀ ଆସିବା ବେଳେ ଏପରି ଘଟଣା ଘଟିଛି ।  ବନବିଭାଗ ଖବର ପାଇବା ପରେ ଅନୁଗୋଳ ବନଖଣ୍ଡ DOF  ନୀତିଶ କୁମାର ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଜରପଡା ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାୟକ ଉପସ୍ଥିତ ରହି  ଉଦ୍ଧାର କାର୍ଯ୍ୟ କରାଯାଇଥିଲା । 

16 June 2024 01:34 PM (IST)

Jagan Mohan Reddy: ଆନ୍ଧ୍ରପ୍ରଦେଶରେ ନୂତନ ସରକାର ଶପଥ ଗ୍ରହଣ କରିବା ପରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା YSRCP ସଭାପତି ଜଗନମୋହନ ରେଡ୍ଡୀଙ୍କ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ଲୋଟସ୍ ପଣ୍ଡରେ ଜଗନ୍ ମୋହନ ରେଡ୍ଡୀଙ୍କ ବାସଭବନ ସମ୍ମୁଖରେ ଏହା ତାଙ୍କ ସୁରକ୍ଷା ପାଇଁ ରାସ୍ତାକୁ ଅତିକ୍ରମଣ କରି ନିର୍ମାଣ କରାଯାଇଥିଲା, ଯେଉଁଥିପାଇଁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଅନେକ ଥର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଶୁଣିନଥିଲା । ହେଲେ ଏବେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଆସିବା ପରେ ଜଗନ ମୋହନ ରେଡ୍ଡି ଙ୍କ ଘର ଉପରେ ଆକ୍ସନ ଜାରି ରହିଛି। 

 

16 June 2024 01:00 PM (IST)

Amit Shah Meeting: ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତି, ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ନିୟୋଜିତ ବାହିନୀଳ ତଥା ଅନୁପ୍ରବେଶକାରୀଙ୍କ ଉଦ୍ୟମ ଉପରେ ରୋକ୍ ଲଗାଇବା ନେଇ ଶୀର୍ଷ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିବେ ଅମିତ ଶାହା । ଏହି ବୈଠକରେ ଆତଙ୍କବାଦୀ ବିରୋଧି ଅଭିଯାନକୁ ଦୃଢ଼ କରିବା ପାଇଁ ସୁରକ୍ଷା ବାହିନୀ ଏବଂ ସାମରିକ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି ।

 

16 June 2024 12:43 PM (IST)

Telecom Rules: ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟବହାରରେ ସାଇବର ଅପରାଧର ଭୟ ମଧ୍ୟ ବୃଦ୍ଧି ପାଇଛି। ଏକ ଅଜ୍ଞାତ ନମ୍ବରରୁ କଲ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଛି ମିନିଟ୍ ମଧ୍ୟରେ ଖାଲି କରିଦେଉଛି। ସ୍ପାମ୍ କଲ୍ ଯୋଗୁ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଫୋନରେ ଅଜ୍ଞାତ ନମ୍ବରରୁ କଲ୍ ଗ୍ରହଣ କରିବାକୁ ଦ୍ୱିଧା କରିଥାନ୍ତି । କିଛି ଉପଭୋକ୍ତା ଅଜ୍ଞାତ ନମ୍ବରରୁ କଲ୍ ଗ୍ରହଣ କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସ୍ମାର୍ଟଫୋନ ବ୍ୟବହାରକାରୀ ନିଜ ଭୟ ଯୋଗୁଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର କଲ୍ ମଧ୍ୟ ଗ୍ରହଣ କରି ନ ପାରୁଥିବାରୁ ସମସ୍ୟା ଉପୁଜୁଛି।

16 June 2024 12:38 PM (IST)

War News: ଜାତିସଂଘର ଅଧିକାରୀମାନେ ଚେତାବନୀ ଦେଇଛନ୍ତି, ଲେବାନନର ଦକ୍ଷିଣ ସୀମାରେ ଭୁଲ ଆକଳନ ସାଂଘାତିକ ହୋଇପାରେ। ଯେଉଁଥିପାଇଁ ହିଜବୁଲ୍ ଏବଂ ଇସ୍ରାଏଲ ସେନା ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହେବାର ଆଶଙ୍କା ଅଛି। ଲେବାନନ୍ ପାଇଁ ଜାତିସଂଘର ସ୍ୱତନ୍ତ୍ର ସଂଯୋଜକ ଜାନିନ ହେନିସ୍-ପ୍ଲାସଚାର୍ଟ ଏବଂ ଜାତିସଂଘର ଶାନ୍ତି ରକ୍ଷା ମୁଖ୍ୟ ଆରୋଲଡୋ ଲାଜାରୋ କହିଛନ୍ତି ସେମାନେ ଲେବାନନ୍ ସୀମାରେ ପରିସ୍ଥିତିକୁ ନେଇ ଗଭୀର ଚିନ୍ତିତ ଅଛନ୍ତି।

16 June 2024 12:30 PM (IST)

NEET UG Exam: ନିଟ-ୟୁଜି ନାମରେ ଚାଲିଥିବା ଏକ ସ୍କାଣ୍ଡାଲର ପର୍ଦ୍ଦାଫାସ କରିଛି ଗୁଜରାଟ ଗୋଧ୍ରା ପୋଲିସ। ୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୨ କୋଟି ୩୦ ଲକ୍ଷ ଟଙ୍କାର ଚେକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ଯରେ ଅଛନ୍ତି ଜଣେ ଶିକ୍ଷକ ଓ ସ୍କୁଲର ପ୍ରିନସିପାଲ ଓ ଜଣେ ବିଜେପି ନେତା। । ସୂଚନା ଅନୁସାରେ ତୁଷାର ଭଟ୍ଟ, ପ୍ରିନ୍ସିପାଲ ପୁରୁଷୋତ୍ତମ ବର୍ମା, ପୁରୁଷୋତ୍ତମ ରୟ, ଅରିଫ ଭୋରା ଓ ବିଭୋର ଆନନ୍ଦଙ୍କୁ ଗିରଫ କରାଯାଇଛି। ଅରିଫ ଭୋରା ଜଣେ ବିଜେପି ନେତା ବୋଲି ଜଣାଯାଇଛି। ସେପଟେ ବିହାର ଅର୍ଥନୈତିକ ଅପରାଧ ୟୁନିଟ ବା ଇଓୟୁ ନିକଟରେ କେତେକ ପରୀକ୍ଷାର୍ଥୀଙ୍କ ସବିଶେଷ ତଥ୍ଯ ଦାଖଲ କରିଛି ଏନଟିଏ।

16 June 2024 12:22 PM (IST)

Indian Railway: ଭାରତୀୟ ରେଳ ଆଉ ଏକ ପାଦ ଆଗକୁ ଆଗେଇଛି। ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମକା ବୁକ ଅଫ ରେକର୍ଡ (ଏଲ୍‌ବିଆର୍‌) ରେ ସ୍ଥାନ ପାଇଛି।  ରେଳ ମନ୍ତ୍ରଣାଳୟ ଫେବୃୟାରୀ ୨୬ ତାରିଖ ୨୦୨୪ ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ୨ ହଜାର ୧୪୦ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗଦେଇ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଡ଼କ ଉପରେ ରେଳ ଓଭରବ୍ରିଜ୍‌ ଓ ସଡ଼କ ତଳେ ରେଳପଥ ଅଣ୍ଡରବ୍ରିଜ୍‌ ଉଦ୍‌ଘାଟନ ଏବଂ ରେଳ ଷ୍ଟେସନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

16 June 2024 11:54 AM (IST)

Lightening Death: ମାଲକାନଗିରି  ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଅଘଟଣ ଘଟିଛି। ଜିଲ୍ଲାର ତଣ୍ଡିକି ପଞ୍ଚାୟତ ଚିଡିପାଲି ଗାଁରେ ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଜୀବନ ଯାଇଛି। ମାଲକାନଗିରି ବ୍ଲକ ଅନ୍ତର୍ଗତ ତାଣ୍ଡକି ପଂଚାୟତର କୁସୁମଗୁଡା ଗ୍ରାମରେ ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଅକାଳରେ ମୃତ୍ୟୁବରଣ ହୋଇଛି।ଘଟଣା ଅନୁଯାୟୀ ଗତକାଲି ରାତିରେ ପ୍ରବଳ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା।ତେବେ କୁସୁମଗୁଡାର ଏକ ଗଛ ତଳେ ଗାଈମାନେ ବର୍ଷାକୁ ଦେଖି ଆଶ୍ରୟ ନେଇଥିଲେ। ଗାଈଗୋରୁ ଆଶ୍ରୟ ନେଇଥିବା ଗଛରେ ହିଁ ବଜ୍ରାଘାତ ହୋଇଥିଲା, ଯାହାଫଳରେ ଗଛ ତଳେ ଆଶ୍ରୟ ନେଇଥିବା ସମସ୍ତ ଗାଈଗୋରୁଙ୍କର ମୃତ୍ୟୁ ହୋଇଥିଲା।

16 June 2024 11:25 AM (IST)

School Midday Meal: ଗ୍ରୀଷ୍ମଛୁଟି ସରିବାକୁ ଯାଉଛି। ଆଉ ମାତ୍ର ୨ ଦିନ ପରେ ଅର୍ଥାତ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ ପଢୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର । ସ୍କୁଲର ଅବ୍ୟବସ୍ଥା ପାଇଁ  ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକ୍ ରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରାଯାଇଛି। 

16 June 2024 11:07 AM (IST)

Gajapati Murder News: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ । ମୃତକ ହେଲେ ଶlଳକ କୈଳାଶ ନାୟକ । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି ବନ୍ଧୁକ ଜବତ କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ, ଅପରାହ୍ନରେ ଶାଳକ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ ।  ଏହି ସମୟରେ ଭିଣୋଇ ଉଦୟ ନିଜ ଦେଶି ବନ୍ଧୁକରେ କୈଳାଶଙ୍କୁ ଗୁଳି କରିଥିଲା । କୈଳାଶଙ୍କ ଛାତିରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । 

 

16 June 2024 10:32 AM (IST)

Junior Clerk Death: ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ କ୍ଷୀରୋଦ କୁମାର ବଳଙ୍କ ମୃତ୍ୟୁ। ରେଢ଼ାଖୋଲ ଲୁକାପାଲି ଭଡା ଘରେ ପଡିରହିଛି ମୃତଦେହ । ଖବର ପାଇ ସମ୍ବଲପୁରରୁ ଲୁକାପାଲିରେ ପହଁଚିଛନ୍ତି କ୍ଷୀରୋଦଙ୍କ ପରିବାର ଲୋକ । ଦେହରେ ବସ୍ତ୍ର ନ ଥିବାବେଳେ ମୁହଁ ମାଡି ଖଟରେ ପଡିଥିବାରୁ ହତ୍ୟା ସନ୍ଦେହ କରିଛନ୍ତି ପରିବାର। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

16 June 2024 09:54 AM (IST)

India Afganistan Match: ଚଳିତ ଟି-୨୦ ବିଶ୍ୱକପରେ ଗତକାଲି ଭାରତ-କାନାଡ଼ା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି । ଫ୍ଲୋରିଡ଼ାର ସେଣ୍ଟ୍ରାଲ ବ୍ରୋଭାର୍ଡ ରିଜନାଲ ପାର୍କ ଷ୍ଟାଡିୟମରେ ଦୁଇ ଟିମ୍ ପରସ୍ପରକୁ ଭେଟିବାର ଥିଲା । ମାତ୍ର ବର୍ଷା ଓ ଖରାପ ଫିଲ୍ଡ କାରଣରୁ ଏହି ମ୍ୟାଚ ହୋଇପାରିନଥିଲା । ରାତି ୯ଟା ସମୟରେ ଅମ୍ପାୟାରମାନେ ପଡ଼ିଆକୁ ନିରୀକ୍ଷଣ କରିବା ପାଇଁ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏବେ ଭାରତ ସୁପର-୮ରେ ଆସନ୍ତା ୨୦ ତାରିଖରେ ଆଫଗାନିସ୍ତାନକୁ ଭେଟିବାକୁ ଯାଉଛି। 

16 June 2024 09:27 AM (IST)

Modi Meloni Video Viral: ଗତବର୍ଷ ଡିସେମ୍ବର ମାସରେ ଇଣ୍ଟରନେଟରେ ‘ମେଲୋଡି ଟ୍ରେଣ୍ଡ’ ଭାଇରାଲ ହେବା ପରେ ଗତକାଲି ଇଟାଲିରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନି ଏକ ନୂଆ ସେଲ୍ଫି ଉଠାଇଥିଲେ। ମେଲୋନି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଉଭୟ ନେତାଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ କ୍ଲିପ୍‌ରେ ଉଭୟ ନେତା କ୍ୟାମେରା ଆଗରେ ହାତ ହଲାଉଥିବା ବେଳେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋଦୀ ଟିମ୍‌ରୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି

16 June 2024 09:13 AM (IST)

Uttarakhand Bus Accident Update: ଉତ୍ତରାଖଣ୍ଡର ରୁଦ୍ରପୟାଗ ଜିଲ୍ଲାରେ ଗତକାଲି ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ‌ହୋଇଛନ୍ତି। ୨୬ ଜଣ ଯାତ୍ରୀ ଏକ ଟେମ୍ପୋ ଟ୍ରାଭେଲର‌ରେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡ଼ି ରୁଦ୍ରପ୍ରୟାଗ ଜିଲ୍ଲାର ରାଇତୋଲି ଅଞ୍ଚଳରେ ଏକ ଗଭୀର ଖାଇକୁ ଖସିବା ପରେ ସିଧା ଯାଇ ଏକ ଅଳକାନନ୍ଦା ନଦୀଗର୍ଭରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।  

16 June 2024 08:50 AM (IST)

Delhi Metro Time Change: ପର୍ବପର୍ବାଣୀ ଏବଂ ଛୁଟିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଦୁଇ ଦିନ ପାଇଁ ଟ୍ରେନ୍ ଚାଳନା ସମୟରେ ପରିବର୍ତ୍ତନ କରିଛି । ଦିଲ୍ଲୀ ମେଟ୍ରୋର ‘ୟେଲୋ ଲାଇନ୍‌’ ୪ର୍ଥ ପର୍ଯ୍ୟାୟର ଜନକପୁରୀ ପଶ୍ଚିମରୁ ଆର. କେ ଆଶ୍ରମ କରିଡରରେ ୪୯୦ ମିଟର ବିଭାଗରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରବିବାର ଏବଂ ସୋମବାର ପ୍ରଥମ ଏବଂ ଅନ୍ତିମ ଟ୍ରେନ୍ ସମୟରେ କିଛି ପରିବର୍ତ୍ତନ କରାଯାଇଥିବା ଅଧିକାରିକ ସୂଚନାରୁ ପ୍ରକାଶ । ଦିଲ୍ଲୀ ମୋଟ୍ରୋ ରେଳ କର୍ପୋରେସନର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ(କର୍ପରେଟ ସଂଚାର) ଅନୁଜ ଦୟାଲଙ୍କ କହିବାନୁଯାୟୀ ରବିବାର ସମୟପୁର ବାଦଲିରୁ ମିଲେନିୟମ ସିଟି ସେଣ୍ଟର, ଗୁରୁଗ୍ରାମ ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୧୦ଟା ୪୫ରେ ପ୍ରସ୍ଥାନ କରିବ ଏବଂ ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମରୁ ସମୟପୁର ବାଦଲି ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୯ଟା ୩୦ରେ ପ୍ରସ୍ଥାନ କରିବ ।

16 June 2024 08:24 AM (IST)

Sesha Raja 2024: ରଜ ପାଇଁ ଉତ୍ସଵ ମୁଖର ଓଡିଶା । ଆଜି ହେଉଛି ଶେଷ ରଜ ବା ଭୂମି ଦହନ । ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ। କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ। ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।

16 June 2024 08:12 AM (IST)

Odisha Weather Report: ଜଳୁଛି ଦିନ। କଲବଲ କରୁଛି ରାତିର ତାତି । ୧୭ ତାରିଖରୁ ରାଜ୍ୟରେ ବର୍ଷା ବୋଲି ପାଣିପାଗ ବିଭାଗ ଆକଳନ କରିଛି ।  ବର୍ଷା ହେଲେ ମଧ୍ୟ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ସ୍ଥିତି ରହିବା ସମ୍ଭାବନା ରହିଛି । ଜୁନ୍ ମାସରେ ଦୁଇ ରୁ ତିନିଟି ଲଘୁଚାପ ସୃଷ୍ଟି ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବି ଲଘୁଚାପ ସୃଷ୍ଟି ହୋଇ ନାହିଁ । ଆସନ୍ତା ୨୫ ତାରିଖ ମଧ୍ୟରେ ବି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ସେପଟେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବଡ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । ୧୯ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

16 June 2024 08:00 AM (IST)

Cabinet Ministry: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ: କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା: ମହିଳା ଓ ଶିଶୁବିକାଶ ମିଶନ୍ ଶକ୍ତି ଓ ପର୍ଯ୍ୟଟନ
କ୍ୟାବିନେଟ୍ ମନ୍ତ୍ରୀ: ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ରବିନାରାୟଣ ନାଏକ: ଗ୍ରାମ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ
ନିତ୍ୟାନନ୍ଦ ଗଣ୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ
(୨) ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତୀକରଣ ସେହିପରି  କୃଷ୍ଣଚନ୍ଦ୍ର ପାତ୍ରଙ୍କୁ: ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ବୈଷୟିକ, ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍ , ପୂର୍ତ୍ତ ଓ ଅବକାରୀ ବିଭାଗ, 
ଡ. ମୁକେଶ ମହାଲିଙ୍ଗ: (୧) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର,  (୨) ବୈଦ୍ୟୁତିକ ଓ ସୂଚନା ବୈଷୟିକ
ବିଭୂତି ଭୂଷଣ ଜେନା : ବାଣିଜ୍ୟ ଓ ପରିବହନ ଇସ୍ପାତ ଓ ଖଣି,  ଡ. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ସାଧାରଣ ଅଭିଯୋଗ ବିଭାଗ ବଣ୍ଟନ କରାଯାଇଛି।

 

16 June 2024 07:29 AM (IST)

Srimandira Charidwara Open: ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ । ଚାରିଦ୍ବାରରେ ପ୍ରବେଶ ଯୋଗୁ ଅସମ୍ଭାଳ ସ୍ଥିତି । ସେବାୟତଙ୍କ ରାସ୍ତା ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଶ୍ରଦ୍ଧାଳୁଙ୍କ ଉଦ୍ଯମ । ବାରଣ କରିବାରୁ ଜେଟିପିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଜି ରଜ ସଂକ୍ରାନ୍ତି ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି । ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ରାସ୍ତା ଦେଇ ଭକ୍ତ ମାନେ ଯିବାକୁ ଉଦ୍ଯମ କରୁଥିଲେ । ଏହି ସମୟରେ ପୋଲିସ ଓ ଜେଟିପି ବାରଣ କରିଥିଲେ । ଫଳରେ ଶ୍ରଦ୍ଧାଳୁ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ବଚସା ହୋଇଥିଲା ।ଦେଖନ୍ତୁ କିଭଳି ଶ୍ରଦ୍ଧାଳୁ ଓ ଜେଟିପିଙ୍କ ମଧ୍ଯରେ ମୁହାଁମୁହିଁ ସ୍ଥିତି ଉପୁଜିଛି । କିଛି ଶ୍ରଦ୍ଧାଳୁ ଜେଟିପିଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି ।

16 June 2024 07:17 AM (IST)

CM Mohan Majhi Portfolio:  ବିଜେପି ସରକାରର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବାର ୪ଦିନ ପରେ ଆଜି ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ଆଜି ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ୬ଟି ବିଭାଗ ରଖିଛନ୍ତି। ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ସମେତ ଅନ୍ୟ ଯେଉଁ ବିଭାଗ ମନ୍ତ୍ରୀମାନଙ୍କୁ ବଣ୍ଟା ହୋଇନି ସେଗୁଡ଼ିକୁ ନିଜ ପାଖରେ ରଖିଛନ୍ତି।

 

16 June 2024 07:04 AM (IST)

Muralidhar Bhandare Dies: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଛି। ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ରଘୁବର ଦାଶ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

Add Zee News as a Preferred Source

About the Author