Odisha News LIVE updates: ଆହୁରି ୨୪ ଘଣ୍ଟା ବର୍ଷା, ମାଲକାନଗିରି ଅବସ୍ଥା ଖରାପ...ପଢନ୍ତୁ ଅନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2345496

Odisha News LIVE updates: ଆହୁରି ୨୪ ଘଣ୍ଟା ବର୍ଷା, ମାଲକାନଗିରି ଅବସ୍ଥା ଖରାପ...ପଢନ୍ତୁ ଅନ୍ୟ ଅପଡେଟ୍

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News LIVE updates: ଆହୁରି ୨୪ ଘଣ୍ଟା ବର୍ଷା, ମାଲକାନଗିରି ଅବସ୍ଥା ଖରାପ...ପଢନ୍ତୁ ଅନ୍ୟ ଅପଡେଟ୍
LIVE Blog

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

21 July 2024
20:09 PM

Odisha News Live Updates: ସମସ୍ତ କାର୍ଯ୍ୟ ଦିବସ କିଭଳି କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବି: ବାଚସ୍ପତି
ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ବସିଛି। ଆସନ୍ତା କାଲି ରାଜ୍ୟପାଳଙ୍କ ଅଭିଭାଷଣ ଆଧାରରେ ଆରମ୍ଭ ହେବ ବିଧାନସଭା କାର୍ଯ୍ୟ। ବିଧାନସଭା ତାର ନିର୍ଦ୍ଧାରିତ ସମୟ ସମ୍ପୂର୍ଣ୍ଣ କରିବ ବୋଲି କଥା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଚଳିତ ବିଧାନସଭା ୨୨ ଜୁଲାଇରୁ ଆରମ୍ଭ ହୋଇ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସମସ୍ତ କାର୍ଯ୍ୟ ଦିବସ କିଭଳି କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବି। ଏହା ସହ ବିରୋଧୀଙ୍କ ବିରୋଧାଭାସ ସାଙ୍ଗକୁ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କର ଅଂଚଳର ବିକାଶ ପାଇଁ ସମସ୍ତଙ୍କ ଗଠନମୂଳକ ପ୍ରତିକ୍ରିୟା ଶୁଣିବା ପ୍ରତିଶ୍ରୁତି ଦେଇଛନ୍ତି।

20:08 PM

Odisha News Live Updates: ଭାରତୀୟ ଅଲମ୍ପିକ ଦଳ ପାଇଁ ବିସିସିଆଇର ବଡ଼ ଘୋଷଣା
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ଶେଷ ହେବ। ଏଥର ଅଲିମ୍ପିକ୍ସରେ ଭାରତରୁ ୧୧୭ ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି ଏବଂ ଭାରତର ପଦକ ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିବ ବୋଲି ଆଶା କରାଯାଉଛି। କିନ୍ତୁ ଏବେ ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଭାରତୀୟ ଆଥଲେଟମାନଙ୍କୁ ସମର୍ଥନ କରିବା ପାଇଁ ବଡ଼ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି “ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରୁଥିବା ଆମ ଆଥଲେଟମାନଙ୍କୁ ବିସିସିଆଇ ସମର୍ଥନ କରୁଛି ବୋଲି ଘୋଷଣା କରି ମୁଁ ଗର୍ବ ଅନୁଭବ କରୁଛି। ଆମେ ଭାରତୀୟ ଅଲିମ୍ପିକ୍ ସଂଘକୁ ଏହି ଅଭିଯାନ ପାଇଁ ୮.୫ କୋଟି ଟଙ୍କା ପ୍ରଦାନ କରୁଛୁ । ଆମେ ଭାରତୀୟ ଦଳକୁ ଶୁଭକାମନା ପ୍ରଦାନ କରୁଛୁ । ଭାରତକୁ ଗୌରବାନ୍ବିତ କର ।

 

17:44 PM

Odisha News Live updates: ଲଗାଣ ବର୍ଷାରେ ପୋଟେରୁ ବ୍ରିଜ ଧସିଲା; ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେଲା
ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଆଜି ସକାଳେ ସ୍ଥିତି ସୁଧୁରୁଥିବା ବେଳେ ପୁଣି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ କାଙ୍ଗରୁକୋଣ୍ଡା, ଏମଭି-୯୦ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଛି।ସେହିପରି ପୋଟେରୁ ବ୍ରିଜ ଉପରେ ବୋହୁଥିବା ପାଣି କମିଥିଲେ ମଧ୍ୟ ପୁଣି ଅପରାହ୍ନରେ ପାଣି ବ୍ରିଜ ଉପରେ ପ୍ରବାହିତ ହେଉଛି।

17:43 PM

Odisha News Live updates: ଶରଦ ପାଓ୍ବାର ଦୁର୍ନୀତିଗ୍ରସ୍ତଙ୍କ କିଙ୍ଗପିନ୍ : ଅମିତ ଶାହା
ଶରଦ ପାୱାରଙ୍କୁ ରାଜନୀତିରେ ଦୁର୍ନୀତିଗ୍ରସ୍ତଙ୍କ କିଙ୍ଗପିନ୍ ବୋଲି କହି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପାୱାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ତାଙ୍କ ସମୟରେ ମରାଠା ସଂରକ୍ଷଣ ଅଟକି ଯାଇଥିଲା । ସେ କହିଛନ୍ତି, “ମୁଁ ବହୁତ ଚିନ୍ତାକରି କହୁଛି ଯେ ମହାରାଷ୍ଟ୍ରରେ ବିଜେପି ସରକାର କ୍ଷମତାକୁ ଆସିଲେ ମରାଠାମାନଙ୍କୁ ସଂରକ୍ଷଣ ମିଳିଥାଏ ଏବଂ ଯେତେବେଳେ ଶରଦ ପାୱାର ସରକାର ଆସେ ସେତେବେଳେ ମରାଠା ସଂରକ୍ଷଣ ଲୋପ ପାଇଯାଏ। ପୁଣେରେ ବିଜେପି ମହାରାଷ୍ଟ୍ରର ରାଜ୍ୟ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି, ୨୦୧୪ରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଭାବେ ଆପଣଙ୍କୁ ମରାଠା ସଂରକ୍ଷଣ ମିଳିଥିଲା ଏବଂ ଯଦି ଆପଣ ମରାଠା ସଂରକ୍ଷଣ ଜାରି ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବିଜେପିକୁ ଜିତାଇବାକୁ ପଡ଼ିବ।

16:47 PM

Odisha News Live Updates: ପରିବହନ ସଚିବଙ୍କ ନାଁ ନେଇ ଠକେଇ ଉଦ୍ୟମ
ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ କେହି ଠକେଇ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ନିଜେ ଉଷା ପାଢ଼ୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରରେ ଏକ ପୋଷ୍ଟ କରିଛନ୍ତି। କେହି ଜଣେ ଦୁର୍ବୃତ୍ତ ଏକ ହ୍ୱାଟ୍‌ସଆପ୍ ନମ୍ବରରେ ଉଷା ପାଢ଼ୀଙ୍କ ଫଟୋ ଲଗାଇ ତାଙ୍କର କିଛି ଜଣାଶୁଣା ଲୋକଙ୍କୁ ଟଙ୍କା ମାଗୁଛି। ଉଷା ପାଢ଼ୀଙ୍କ ନଜରକୁ ଏ କଥା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ସାରିଛନ୍ତି। ସତର୍କ ରହିବାକୁ ଓ ଏଭଳି ସାଇବର ଠକଙ୍କ ଜାଲରେ ନ ଫସିବାକୁ ସେ ଅନୁରୋଧ କରିଛନ୍ତି।

13:54 PM

All Party Meeting: ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଯୋଗଦେଇନି କଂଗ୍ରେସ। ଏପର୍ୟ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା ହୋଇ ନଥିବା ବେଳେ ଦଳ ପକ୍ଷରୁ ସର୍ବଦଳୀୟ ବୈଠକରେ କେହି ଯୋଗ ଦେଇନଥିବା ଦେଖିବାକୁ ମିଳିଛି। ଏନେଇ ଫୋନ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ବୈଠକରେ ସାମିଲ ହୋଇନଥିଲେ।

13:39 PM

Jajpur Pocso Court: ନାବାଳିକା କଲେଜ ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୧ ମସିହା କାଳିଆପାଣି ଥାନା ଅଞ୍ଚଳର ୧୭ବର୍ଷୀୟ କଲେଜ ପଢୁଆ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ମାମଲାର ଶୁଣାଣି କରି ୨୨ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଚାରି ଜଣ ଅଭିଯକ୍ତ ସନ୍ତୋଷ ପୃଷ୍ଟି, ଉମେଶ ମହନ୍ତ, ରବି ନାୟକ, ସତ୍ୟବ୍ରତ ବେହେରାଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୧ଲକ୍ଷ ଲେଖାଏଁ ଜରିମାନା ଶୁଣାଇଛନ୍ତି କୋର୍ଟ।

13:24 PM

Flood Situation: ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଗୋଦାବରୀ ନଦୀର ଜଳ ସ୍ତର ବଢ଼ି ଚାଲିଛି । ଯାହା ଫଳରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଏକପ୍ରକାର ବନ୍ୟା ସ୍ଥିତି ଦେଖଦେଲାଣି। ଗତକାଲିଠାରୁ ଭଦ୍ରାଞ୍ଚଲମ୍ ଠାରେ ଗୋଦାବରୀର ଜଳସ୍ତର 35.1 ଥିବା ବେଳେ ଆଜି ଏହା ଏକ ନମ୍ବର ବିପଦ ସଙ୍କେତ ଅତିକ୍ରମ କରିଛି । ଆନ୍ଧ୍ର ପ୍ରଦେଶର ଆଲୁର ସୀତାରାମ ରାଜୁ ଜିଲ୍ଲାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ଏହାସହ କୋଥାଗୁଡେମ୍ ଓ ଭଦ୍ରାଚଲ୍ ରେ ଦୁଇଟି କଣ୍ଟ୍ରୋଲ ରୁମ୍ କରି ବନ୍ୟା ସ୍ଥିତି ଉପରେ ନଜର ରଖିଛି ପଡୋଶୀ ରାଜ୍ୟ । 

13:06 PM

Odisha News LIVE Updates: ବାଂଲାଦେଶରୁ ଫେରୁଛନ୍ତି ଭାରତୀୟ । ଛାତ୍ରଛାତ୍ରୀଙ୍କ ସମେତ ୯୭୮ ଭାରତୀୟ ସ୍ୱଦେଶ ଫେରିଛନ୍ତି ।ଏଥିସହ ଏଠାରେ ରହୁଥିବା ଭାରତୀୟଙ୍କ ପାଇଁ ବୈଦେଶିକମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଏବେ ସୁଦ୍ଧା ୧୫ଶହର ଅଧିକ ଲୋକ ଆହତ ଓ ୧୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଜୀବନ ବଞ୍ଚାଇବାକୁ ଯାଇ ଅନେକ ବାଂଲାଦେଶୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଛନ୍ତି । ଦିଲ୍ଲୀରେ ଥିବା ବାଂଲାଦେଶ ଦୂତାବାସ ନିକଟରେ ବିକ୍ଷୋଭ କରିଛି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ  । ସେପଟେ କୋଲକାତା ଓ ଢ଼ାକା ମଧ୍ୟରେ ଟ୍ରେନ ଚଳାଚଳ ଅସ୍ଥାୟୀଭାବେ ବନ୍ଦ କରାଯାଇଛି ।

 

12:18 PM

All Party Meeting: ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି। ଏଥିସହ ବୈଠକ ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଯୁକ୍ତ ହେବେ। ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବୀ କାହାକୁ ମିଳୁଛି ତାହା ଉପରେ ନଜର ରହିଛି। ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। 

11:52 AM

Kedarnath Landslide: ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନରେ ଉତ୍ତରପ୍ରଦେଶର କେଦାରନାଥରେ ଏକ ବଡ଼ ଧରଣର ଅଘଟଣା ଘଟିଯାଇଛି। ଏହି ଭୂସ୍ଖଳନରେ ମହାରାଷ୍ଟ୍ରର ଦୁଇ ପର୍ଯ୍ୟଟକଙ୍କ ସମେତ ଅତିକମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରସିଦ୍ଧ କେଦାରନାଥ ମନ୍ଦିର ପାଇଁ ଜଣାଶୁଣା ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥରେ ଥିବା ଗୌରୀକୁଣ୍ଡ ଏବଂ ଚିରବାସା ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ଆଠ ଜଣ ଲୋକ ଆହତ ହୋଇଛନ୍ତି ବୋଲି ମଧ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।

11:06 AM

Odisha CM: ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। କାରଣ ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରତି ସୋମବାର ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ବସି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣନ୍ତି। ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ହେଉଛି ଏହି ଅଭିଯୋଗ ଶୁଣାଣି। ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅନ୍ୟ କେତେ ଜଣ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହୁଛନ୍ତି। 

10:20 AM

Padmashri Kamala Pujari: ପଦ୍ମଶ୍ରୀ କମଳାଙ୍କୁ ଶେଷ ବିଦାୟ  । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଜନ୍ମମାଟି କୋରାପୁଟ ପାତ୍ରପୁଟରେ ସମ୍ପନ୍ନ ହେବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ। କିଛି ସମୟ ପରେ ଜିଲ୍ଲା ମେଡିକାଲରୁ ଶୋଭାଯାତ୍ରା ବାହାରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରିବାର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ପଦ୍ମଶ୍ରୀ ଶେଷକୃତ୍ୟ ସମ୍ପନ କରାଯିବ, ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ କମଳା ପୂଜାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ।

09:47 AM

Petrol Price Today: ଆଜି ଭୁବନେଶ୍ୱରରେ (Bhubaneswar)ରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୮୯ ପଇସା ରହିଛି, ଯାହା ଗତକାଲିର ୧୦୦ ଟଙ୍କା ୯୭ ପଇସା ତୁଳନାରେ ସାମାନ୍ୟ ହ୍ରାସ କୁ ଦର୍ଶାଉଛି। ଗତ ୧୦ ଦିନ ମଧ୍ୟରେ ଏହାର ମୂଲ୍ୟ ୧୦୦.୮୯ ଟଙ୍କାରୁ ୧୦୧.୪୧ ଟଙ୍କା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ଆପଣ ଭାରତର ସମସ୍ତ ରାଜ୍ୟ ଏବଂ ଜିଲ୍ଲାରେ ଆଜିର ପେଟ୍ରୋଲ ଦରକୁ ମଧ୍ୟ ଦେଖିପାରିବେ ଏବଂ ସେମାନଙ୍କୁ ପୂର୍ବ ଦିନର ଦର ସହିତ ତୁଳନା କରିପାରିବେ, ଯେଉଁଥିରେ ପୂର୍ବରୁ ରାଜ୍ୟ ଟିକସ ମଧ୍ୟ ଅନ୍ତର୍ଭୁକ୍ତ ରହିଅଛି ।

09:34 AM

Ratna Bhandar Issue: ଖୁବ୍‍ ଶୀଘ୍ର ଭିତର ରତ୍ନଭଣ୍ଡାରକୁ ଯାଞ୍ଚ କରାଯାଇ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାକୁ ପ୍ରଦାନ କରାଯିବ। ମରାମତି ଶେଷ ହେବା ପରେ ରତ୍ନ ଅଳଙ୍କାରର ଗଣତି, ମଣତି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ୧୮ ତାରିଖରେ ଭିତର ରତ୍ନ ଭଣ୍ଡାରକୁ ଖାଲି କରାଯାଇ ଏଠାରେ ଥିବା ରତ୍ନ ଓ ଅଳଙ୍କାରକୁ ଖଟଶେଯ ଘରେ ଅସ୍ଥାୟୀ ଭାବେ ନିର୍ମିତ ରତ୍ନ ଭଣ୍ଡାରରେ ରଖାଯାଇଛି। ମରାମତି ସରିବା ପରେ ଏସବୁକୁ ସ୍ଥାନାନ୍ତରଣ କରାଯିବ ବୋଲି ପୂର୍ବ ପ୍ରସ୍ତୁତ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ହେଲେ ଗତକାଲି ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିବା ସମୟରେ ଏହି କଥାକୁ ଦୋହରାଇଛନ୍ତି ଆଇନ ମନ୍ତ୍ରୀ। 

09:06 AM

Nipha Virus At Kerala: କେରଳରେ ପୁଣିଥରେ ନିପା ଭୂତାଣୁ ସଂକ୍ରମଣ ମୁଣ୍ଡ ଟେକିଛି। ମାଲାପୁରମ୍‍ଠାରେ ୨୧୪ ବ୍ୟକ୍ତି ଏହିଭଳି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ ହୋଇଛି। ୬୦ଜଣ ସଂକ୍ରମିତ ହୋଇ ଚିକିତ୍ସାଧୀନ ହୋଇଛି। ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସଂଗରୋଧ ଆବଶ୍ୟକତା ରହିଛି। ଅପରପକ୍ଷେ ଆବଶ୍ୟକ ମାର୍ଗ ଦର୍ଶିକା ସହ ରୋଗକୁ ରୋକିବା ଲାଗି ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେରଳ ସରକାରଙ୍କ ପକ୍ଷରୁ କୁହାଯାଇଛି।   

08:45 AM

Odisha News LIVE Updates: ବୈଦେଶିକ ବ୍ୟାପାରରେ ସରକାରଙ୍କୁ ସହଯୋଗ କରିବା ପାଇଁ କେରଳ ସରକାର ଶ୍ରମ ଓ ଦକ୍ଷତା ବିଭାଗ ସଚିବ କେ ବାସୁକୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏହାକୁ ସାମ୍ବିଧାନିକ ବ୍ୟବସ୍ଥାରେ କେନ୍ଦ୍ର ପାଖରେ ଥିବା କ୍ଷମତା ଉପରେ ହସ୍ତକ୍ଷେପ ବୋଲି ଆଲୋଚନା ହେଉଛି। ଏପରିକି କ’ଣ ପାଇଁ ଏପରି ଏକ ଆବଶ୍ୟକତା ପଡ଼ିଲା ବୋଲି ବି ରାଜନୀତିକ ସ୍ତରରେ ଆଲୋଚନା ହେଉଛି। 

08:38 AM

Neet UG Result: ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ପକ୍ଷରୁ ପୁଣିଥରେ ନିଟ୍‍-ୟୁଜିର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ପରିଚୟକୁ ଉହ୍ୟ ରଖି ପରୀକ୍ଷାକେନ୍ଦ୍ର ଓ ସହର ଅନୁସାରେ ୨୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀଙ୍କ ମାର୍କ ପ୍ରକାଶ କରାଯାଇଛି। ଏଥିରେ ୮୧ହଜାରରୁ ଅଧିକ ପ୍ରାର୍ଥୀ ୬୦୦ରୁ ଅଧିକ ମାର୍କ ରଖିଛନ୍ତି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଜେନ୍ସି ଏହି ତଥ୍ୟ ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ପୁଣିଥରେ ଶୁଣାଣି କରିବେ। 

08:16 AM

Monsoon Session 2024: ଆସନ୍ତା କାଲି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଆସନ୍ତା କାଲି ପ୍ରଥମ ଦିନରେ ଅର୍ଥନୀତିକ ସର୍ବେକ୍ଷଣ ବିଲ୍‍ ଉପସ୍ଥାପନ କରାଯିବ। ଏହାସହ ସରକାର ଅନ୍ୟ ରିପୋର୍ଟ ଉପସ୍ଥାପନ କରିପାରନ୍ତି।

07:51 AM

Neet UG Paper Leak Master Mind: ନିଟ୍‌ ୟୁଜି ପେପର୍‌ ଲିକ୍‌ ମାମଲାରେ ତଦନ୍ତ ଜାରି ରଖିଥିବା ସିବିଆଇ ଆଜି ପୁଣି ୩ ଜଣଙ୍କୁ ଗିରଫ କରିଛି। ସିବିଆଇ ଆଜି ଏହି ମାମଲାରେ ଜଣେ ‘ମାଷ୍ଟରମାଇଣ୍ଡ’ ବିଟେକ୍‌ ଗ୍ରାଜୁଏଟ୍‌ ଏବଂ ୨ ଜଣ ଏମ୍‌ବିବିଏସ୍‌ ଛାତ୍ରଙ୍କୁ ଗିରଫ କରିଛି। ଉକ୍ତ ୨ ଏମବିବିଏସ୍‌ ଛାତ୍ର ‘ସଲ୍‌ଭର’ (ଉତ୍ତର ପ୍ରସ୍ତୁତକାରୀ) ଭାବେ କାମ କରିଥିଲେ। ଗିରଫ ହୋଇଥିବା ୨ ମେଡିକାଲ ଛାତ୍ର ଭରତପୁର ମେଡିକାଲ କଲେଜର। ସେମାନେ ହେଲେ କୁମାର ମଙ୍ଗଳମ ବିଷ୍ଣୋଇ ଏବଂ ଦୀପେନ୍ଦ୍ର କୁମାର। 

 

07:38 AM

Khordha Crime News: ଖୋର୍ଦ୍ଧା ସହରରେ ଚଞ୍ଚଲ୍ୟ । ଖୋର୍ଦ୍ଧା କୋର୍ଟରୁ ଚମ୍ପଟ ମାରିଲା ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତ । ଆଜି କୋର୍ଟରେ ଶୁଣାଣି ପାଇଁ ଆସିଥିଲା ଅଭିଯୁକ୍ତ । ଶୁଣାଣି ସମୟରେ ପୋଲିସକୁ ଧକ୍କା ଦେଇ ମାରିଲା ଚମ୍ପଟ । ଫେରାର କଏଦୀ ନାମ ସୁକାନ୍ତ ନାୟକ । ପୋଲିସ ସୁକାନ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା କୁହୁଡି ଥାନାରେ ୨୦୨୨ ମସିହାରେ ନାବାଳିକାକୁ ଦୁଷ୍କର୍ମ ଭଳି ସଂଗୀନ ମାମଲାରେ ଅଭିଯୁକ୍ତ ଭୁବନେଶ୍ୱର ଝାରପଡା ଜେଲରେ ବିଚାରଧୀନ ବନ୍ଦୀ ଭାବେ ସଜା ପାଉଥିଲେ । 

 

07:30 AM

Odisha Weather Update: ସକ୍ରିୟ ରହିଛି ଅବପାତ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସକ୍ରିୟ ରହିଥିବା ବେଳେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ। ଦୁର୍ବଳ ହେବାପରେ ବର୍ଷାର ପ୍ରକୋପ ରାଜ୍ୟରେ ହ୍ରାସ ହେବାକୁ ଥିବା ବେଳେ ହଟିଛି ରେଡ ଆଲର୍ଟ। ତଥାପି ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ।ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି।

07:28 AM

Today Horoscope: କେମିତି କଟିବ ଆଜିର ଦିନ, ଜାଣନ୍ତୁ ରବିବାରର ରାଶିଫଳ...ଦେଖନ୍ତୁ ଫଟୋ ଗ୍ୟାଲେରୀ