Live Now

Odisha news live updates: ବିଜେପି ଜାରି କଲା 'ସଂକଳ୍ପ ପତ୍ର', ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha news live updates: ବିଜେପି ଜାରି କଲା 'ସଂକଳ୍ପ ପତ୍ର', ପଢ଼ନ୍ତୁ ଆଜିର କିଛି ବଡ଼ ଖବର
05 May 2024 10:35 PM (IST)

NEET UG 2024 Paper Leak: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୪ ଆଜି...

NEET UG 2024 Paper Leak: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୪ ଆଜି ଦେଶର ୫୫୭ଟି ସହରର ୪୭୫୦ଟି ପରୀକ୍ଷା କେନ୍ଦ୍ରରେ ଏବଂ ବିଦେଶର ୧୪ଟି ସହରରେ କରାଯାଇଛି। ତେବେ ସୋସିଆଲ ମିଡିଆରେ କୁହାଯାଉଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଜାଣନ୍ତୁ ଏହାର କ'ଣ ରହିଛି ସତ୍ୟତା। ପଢ଼ନ୍ତୁ ପୂରା ଖବର...

 

05 May 2024 10:05 PM (IST)

Top 10 News Headlines Odisha 5th May 2024: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ...

Top 10 News Headlines Odisha 5th May 2024: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

05 May 2024 08:55 PM (IST)

Titanic Actor Bernard Hill Dies at 79: ଓଲିଉଡର ମହାନ ଅଭିନେତାମାନଙ୍କ ମଧ୍ୟରେ...

Titanic Actor Bernard Hill Dies at 79: ଓଲିଉଡର ମହାନ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଉଥିବା ବର୍ଣ୍ଣାଡ ହିଲଙ୍କର ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ୧୯୯୭ ରେ ମୁକ୍ତିଲାଭ କରିଥିବା 'ଟାଇଟାନିକ୍' ଏବଂ 'ଲର୍ଡ ଅଫ୍ ଦି ରିଙ୍ଗ୍' ଟ୍ରାୟୋଲଜିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଢ଼ନ୍ତୁ ପୂରା ଖବର...

05 May 2024 08:30 PM (IST)

Gujarat cops arrest maulvi: ପଡୋଶୀ ଦେଶ ପାକିସ୍ତାନ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ...

Gujarat cops arrest maulvi: ପଡୋଶୀ ଦେଶ ପାକିସ୍ତାନ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ରହୁ ନାହିଁ। ସୀମାରେ ଅନେକ ଥର ମାଟି କାମୁଡ଼ିବା ପରେ ସେ ଭାରତର ମାହୋଲକୁ ଖରାପ କରିବାକୁ ଚେଷ୍ଟା କରୁଛି। ଗୁଜୁରାଟରେ ଜଣେ ମୌଲବୀ ଗିରଫ ହେବା ପରେ ଏପରି ଏକ ଷଡଯନ୍ତ୍ରର ଖୁଲାସା ହୋଇଛି। ପଢ଼ନ୍ତୁ ପୂରା ଖବର...

 

05 May 2024 08:00 PM (IST)

Blue Corner Notice issues against Prajwal Revanna: ଯୌନ ଶୋଷଣ ଅଭିଯୋଗରେ ଫସିଥିବା...

Blue Corner Notice issues against Prajwal Revanna: ଯୌନ ଶୋଷଣ ଅଭିଯୋଗରେ ଫସିଥିବା କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ପୂର୍ବତନ ଜେଡିଏସ ନେତା ତଥା ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହି ମାମଲାରେ ପ୍ରଜାୱାଲ ରେଭାନ୍ନାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଛି। କର୍ଣ୍ଣାଟକ ଗୃହମନ୍ତ୍ରୀ ପରମେଶ୍ୱର ଏହି ସୂଚନା ଦେଇଛନ୍ତି।

05 May 2024 07:30 PM (IST)

White House Car Accident: ଆମେରିକାର ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ ହାଉସ ବାହାରେ ଏକ...

White House Car Accident: ଆମେରିକାର ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ ହାଉସ ବାହାରେ ଏକ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଏକ କାର ହ୍ୱାଇଟ ହାଉସର ବାହାର ଫାଟକକୁ ଧକ୍କା ଦେଇଥିଲା। ଯାହା ପରେ ସୁରକ୍ଷା କର୍ମୀମାନଙ୍କ ମଧ୍ୟ ହୋସ ଉଡିଯାଇଥିଲେ। କୁହାଯାଉଛି ଯେ ଏହା ଏକ ସୁରକ୍ଷା ତ୍ରୁଟି କିମ୍ବା ଦୁର୍ଘଟଣା। ଏ ବାବଦରେ ଏଜେନ୍ସିଗୁଡିକ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଇନପୁଟ୍ ଦିଆଯାଇନାହିଁ।

05 May 2024 06:58 PM (IST)

Charanjit Singh Channi On Poonch terrorist attack: ପଞ୍ଜାବର ଜଲନ୍ଦର ଆସନରୁ...

Charanjit Singh Channi On Poonch terrorist attack: ପଞ୍ଜାବର ଜଲନ୍ଦର ଆସନରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ପୁଞ୍ଚ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଶନିବାର ସନ୍ଧ୍ୟାରେ ବାୟୁସେନା କନଭେନ ଉପରେ ହୋଇଥିବା ଆକ୍ରମଣକୁ ଏକ ଷ୍ଟଣ୍ଟବାଜି ବୋଲି କହିଛନ୍ତି। ଚନ୍ନି କହିଛନ୍ତି, 'ଏହା ଷ୍ଟଣ୍ଟବାଜି ହେଉଛି। ଆକ୍ରମଣ ହେଉନାହିଁ। ଗତଥର ମଧ୍ୟ ଯେତେବେଳେ ନିର୍ବାଚନ ଆସିଥିଲା, ସେତେବେଳେ ଏଭଳି ଷ୍ଟଣ୍ଟ ଖେଳାଯାଇଥିଲା ଓ ବିଜେପି ଜିତିବା ପାଇଁ କାର୍ଯ୍ୟ କରାଯାଇଥିଲା। ପୂର୍ବ ପ୍ରସ୍ତୁତି ପରେ ଆକ୍ରମଣ କରାଯାଏ ବୋଲି ସେ କହିଛନ୍ତି। ବିଜେପି ଜିତିବା ପାଇଁ ଏହା ଏକ ଷ୍ଟଣ୍ଟ ଓ ଏଥିରେ କୌଣସି ସତ୍ୟତା ନାହିଁ। ପୂର୍ବତନ ସିଏମ୍‌ ଅଭିଯୋଗ କରିଛନ୍ତି ଯେ ଲୋକଙ୍କୁ କିପରି ହତ୍ୟା କରାଯିବ ଏବଂ ସେମାନଙ୍କ ମୃତଦେହ ସହିତ ଖେଳାଯିବ ତାହା ବିଜେପି ଜାଣେ।"

05 May 2024 06:21 PM (IST)

Delhi Earthquake: ରବିବାର ଦିନ ରାଜଧାନୀ ଦିଲ୍ଲୀରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି।...

Delhi Earthquake: ରବିବାର ଦିନ ରାଜଧାନୀ ଦିଲ୍ଲୀରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମ ଦିଲ୍ଲୀ। ଯଦିଓ, ବହୁତ କମ୍ ତୀବ୍ରତା ଯୋଗୁଁ ବହୁତ କମ୍ ଲୋକ ଏହାକୁ ଅନୁଭବ କରିପାରିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨ ରେ ମାପ କରାଯାଇଛି। ସୌଭାଗ୍ୟବଶତଃ ଏହି ଭୂକମ୍ପ ଖୁବ୍ କମ୍ ତୀବ୍ରତାରେ ଥିଲା, ଯେଉଁ କାରଣରୁ କ୍ଷୟକ୍ଷତିର ସମ୍ଭାବନା ନଥିଲା।

05 May 2024 05:25 PM (IST)

Odisha BJP Sankalp Patra: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା...

Odisha BJP Sankalp Patra: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। କୃଷକ, ଯୁବ ପିଢି, ମହିଳା ଓ ଗରିବ ବର୍ଗଙ୍କ ପାଇଁ ଏହି ଇସ୍ତାହାରକୁ ସମର୍ପିତ କରାଯାଇଛି। ଏଥିରେ ୨୧ ପ୍ରସ୍ତାବ ପାରିତ ହୋଇଛି। ଏହି ସମୟରେ ରାଜ୍ୟ ବିଜେପି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ବରିଷ୍ଠ ନେତା ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ। 

05 May 2024 04:17 PM (IST)

S Jaishankar slams Canada: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରବିବାର ଦିନ (୫ ମଇ)...

S Jaishankar slams Canada: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରବିବାର ଦିନ (୫ ମଇ) ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂଗଠିତ ଅପରାଧ ସହ ଜଡିତ ଲୋକଙ୍କୁ କାନାଡା ଭିସା ପ୍ରଦାନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଦେଶ ଉଗ୍ରବାଦ, ବିଚ୍ଛିନ୍ନତାବାଦ ଓହିଂସାକୁ ସମର୍ଥନ କରୁଥିବା ଲୋକଙ୍କୁ ବୈଧତା ପ୍ରଦାନ କରୁଛି। ସେ କହିଛନ୍ତି ଯେ ଏହି ସମୟରେ ଭାରତ ପାଇଁ କାନାଡା ଏକ ବଡ ସମସ୍ୟା।

05 May 2024 03:03 PM (IST)

Bajrang Punia suspended by NADA: ନେସନାଲ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଅଲିମ୍ପିକ୍...

Bajrang Punia suspended by NADA: ନେସନାଲ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଅଲିମ୍ପିକ୍ ପଦକ ବିଜେତା କୁସ୍ତି ବଜରଙ୍ଗ ପୁନିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଛି। NADA ର ଏହି ପଦକ୍ଷେପ ବଜରଙ୍ଗ ପୁନିଆ ପାଇଁ ଏକ ବଡ ଝଟକା କାରଣ ଏହା ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣକୁ ନେଇ ବିପଦରେ ପକାଇପାରେ। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ପୁନିଆ ମାର୍ଚ୍ଚ ୧୦ ରେ ସୋନିପତରେ ଚୟନ ପରୀକ୍ଷଣ ପାଇଁ ତାଙ୍କର ପରିସ୍ରା ନମୁନା ପ୍ରଦାନ କରିବାରେ ବିଫଳ ହୋଇଥିଲା, ଏହା ପରେ ନାଡା ତାଙ୍କୁ ଭବିଷ୍ୟତର କୌଣସି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲା।

05 May 2024 01:33 PM (IST)

Odisha Congress Candidate: କଂଗ୍ରେସ ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଥିବା...

Odisha Congress Candidate: କଂଗ୍ରେସ ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ପ୍ରାର୍ଥୀ ବଦଳିଛନ୍ତି। ଜଳେଶ୍ଵରରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ଟିକେଟ୍ ଦେଇଛି ଦଳ। ଏଣେ ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ଟିକେଟ୍ ଦେଇଛି କଂଗ୍ରେସ। ଠିକ୍ ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଥିବା ବେଳେ ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏଣେ ନୀଳଗିରିରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ।

 

05 May 2024 01:09 PM (IST)

Odisha Election 2024: ଚଳିତ ମାସ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ...

Odisha Election 2024: ଚଳିତ ମାସ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି।  ଏନେଇ ଭୋଟ୍ ପୂର୍ବରୁ ଭୋଟରଙ୍କ ମନ କିଣିବାକୁ ରାଜ୍ୟକୁ  କେନ୍ଦ୍ରୀୟ ନେତାମାନେ  ଓ ମନ୍ତ୍ରୀମାନେ ଘନ ଘନ ଗସ୍ତ କରୁଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ  ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଗସ୍ତରେ ଆସିବେ। ବିଜେପି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ ।

05 May 2024 01:05 PM (IST)

Protest For Drinking Water: ଆର୍ ଉଦୟଗିରି ବ୍ଲକ୍ ଛେଳିଗଡ ଗ୍ରାମ ରେ ପାନୀୟ ଜଳ...

Protest For Drinking Water: ଆର୍ ଉଦୟଗିରି ବ୍ଲକ୍ ଛେଳିଗଡ ଗ୍ରାମ ରେ ପାନୀୟ ଜଳ ପାଇଁ ଜାତିୟ ରାଜପଥ ଅବରୋଧ କରିଛନ୍ତି ଗାଁ ଲୋକେ। ଜାତିୟ ରାଜପଥ ୩୨୬ ଏ ରେ ହାଣ୍ଡି ମାଠିଆ ରଖି ପ୍ରତିବାଦ କରିଛନ୍ତି। ବହୁଦିନ ଧରି ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇ ପାରିନଥିଲା। ଯାହା କି ଆଜି ରାସ୍ତା ରୋକ୍ କରିଛନ୍ତି। ରାସ୍ତା ରୋକ୍ ଫଳରେ ପାରଳାଖେମୁଣ୍ଡି ରୁ ମୋହନା ଓ ବ୍ରହ୍ମପୁର କୁ ସଂପୂର୍ଣ୍ଣ ଯାନବାହାନ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ।

05 May 2024 12:55 PM (IST)

MLA Kusum Tete Campaign: ପ୍ରଚାର ବେଳେ ହଟହଟା ହେଲେ ସୁନ୍ଦରଗଡ ବିଜେପି ବିଧାୟିକା...

MLA Kusum Tete Campaign: ପ୍ରଚାର ବେଳେ ହଟହଟା ହେଲେ ସୁନ୍ଦରଗଡ ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ । ଭୋଟର ନିଜ ସମସ୍ୟା ଜଣାଇବା ସହ ବିଧାୟିକାଙ୍କଠୁ ଉତ୍ତର ଲୋଡିଛନ୍ତି । କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇଯାଇ କୁସୁମ ଟେଟେ ଭୋଟରଙ୍କ ଉପରେ ବର୍ଷିଥିଲେ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ସାନପତ୍ରାପାଲିରେ ପ୍ରଚାର ଚାଲିଥିଲା । ଗାଁରେ ପହଞ୍ଚି ନିଜ ସମର୍ଥନରେ ଭୋଟ୍ ଭିକ୍ଷା କରୁଥିଲେ ବିଧାୟିକା । ଏହି ସମୟରେ ବିଧାୟିକା ୫ ବର୍ଷରେ କଣ କରିଛନ୍ତି ବୋଲି ଜଣେ ଯୁବକ ଜବାବ ମାଗିଥିଲେ ।

05 May 2024 12:30 PM (IST)

Berhampur Loksabha MP Campaign: ବ୍ରହ୍ମପୁର ଲୋକସଭା ସାଂସଦ କଂଗ୍ରେସ ପ୍ରାର୍ଥୀ...

Berhampur Loksabha MP Campaign: ବ୍ରହ୍ମପୁର ଲୋକସଭା ସାଂସଦ କଂଗ୍ରେସ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ ଶହ ଶହ ସମର୍ଥକ ଙ୍କ ସହ ବ୍ରହ୍ମପୁର ର ସାହି ସାହି ଓ ଘର ରୁ ଘର ବୁଲି ଭୋଟ ପ୍ରଚାର କରୁଛନ୍ତି।‌ କଂଗ୍ରେସ ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ ଙ୍କ ସହ ବ୍ରହ୍ମପୁର ବିଧାୟକ ପାର୍ଥୀ ଦୀପକ ପଟ୍ଟନାୟକ ମିଳିତ ଭାବେ କଂଗ୍ରେସ ପାଇଁ ଭୋଟ ପ୍ରଚାର କରୁଥିବା ବେଳେ ଲୋକ ଙ୍କ ଉତ୍ସାହ କିଭଳି ରହିଛି ତାହା ପ୍ରକାଶ କରିଛନ୍ତି। ଏଥର ପରିବର୍ତ୍ତନ ଆଣିବା ପାଇଁ କଂଗ୍ରେସକୁ ମଜବୁତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଚାଲିଥିବା କହିଛନ୍ତି।

05 May 2024 12:17 PM (IST)

Bhubaneswar Crime News: ଭୁବନେଶ୍ୱର ଛାତି ଉପରେ ଏକତରଫା ପ୍ରେମକୁ ନେଇ ଭୟଙ୍କର କାଣ୍ଡ ।...

Bhubaneswar Crime News: ଭୁବନେଶ୍ୱର ଛାତି ଉପରେ ଏକତରଫା ପ୍ରେମକୁ ନେଇ ଭୟଙ୍କର କାଣ୍ଡ । ପତ୍ନୀଙ୍କ ବଡ ଭଉଣୀ ପ୍ରେମ ନିବେଦନ ସ୍ୱୀକାର ନକରିବାରୁ ଗାଡି ଚଢାଇ ହତ୍ୟା ଉଦ୍ୟମ । ରାଜଧାନୀ ସ୍ଥିତ ପଟିଆ ଅଞ୍ଚଳରେ ଏଭଳି ଏକ ଘଟଣା ଆଜି ସାମ୍ନାକୁ ଘଟିଛି । ତେବେ ଏଭଳି ଏକ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା । ଏହି ଘଟଣାରେ ଅଭିଯୁକ୍ତ ଅକ୍ଷୟ ବେହେରାକୁ ଇନଫୋସିଟି ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି ।

05 May 2024 11:58 AM (IST)

S. Jaishankar Cuttack Visit: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ବୈଦେଶିକ ବ୍ୟାପାର...

S. Jaishankar Cuttack Visit: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । କଟକରେ ଆୟୋଜିତ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗଦେଲେ ଏସ ଜୟ ଶଙ୍କର । କଟକରୁ କାମ ସାରି ପୁଣି ସନ୍ଧ୍ୟାରେ ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି।

05 May 2024 11:52 AM (IST)

Odisha News: ବାତ୍ୟା କି ଝଡ଼ ନୁହେଁ, ଏହି କାରଣ ପାଇଁ ୪ ଦିନ ସମୁଦ୍ରକୁ ଯିବେନି...

Odisha News: ବାତ୍ୟା କି ଝଡ଼ ନୁହେଁ, ଏହି କାରଣ ପାଇଁ ୪ ଦିନ ସମୁଦ୍ରକୁ ଯିବେନି ମତ୍ସ୍ୟଜୀବୀ...ପଢନ୍ତୁ ପୂରା ଖବର

05 May 2024 11:45 AM (IST)

Putins Master Plan: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିରୋଧରେ...

Putins Master Plan: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ୱାଣ୍ଟେଡ୍ ତାଲିକାରେ ସ୍ଥାନୀତ କରିଛି। ଏ ବାବଦରେ ଆଉ କୌଣସି ବିବରଣୀ ଦିଆଯାଇ ନାହିଁ। ରୁଷର ସରକାରୀ ସମ୍ବାଦ ଏଜେନ୍ସି ଟିଏଏସଏସ ଗୃହ ମନ୍ତ୍ରଣାଳୟର ଡାଟାବେସ୍ ଆଧାରରେ ଏହି ସୂଚନା ଦେଇଛି। ଏହି ତାଲିକାରେ ବହୁ ଦେଶର ନେତାଙ୍କ ନାମ ରହିଛି। 

05 May 2024 11:31 AM (IST)

Electrocution Death In Odisha Today: ଆଜି ବିଦ୍ୟୁତ୍ ଆଘାତରେ ଯାଇଛି ୩ ଜୀବନ ।...

Electrocution Death In Odisha Today: ଆଜି ବିଦ୍ୟୁତ୍ ଆଘାତରେ ଯାଇଛି ୩ ଜୀବନ । ଯାଜପୁର ଓ କାମାକ୍ଷାନଗରରେ ଭିନ୍ନ ଭିନ୍ନ ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଯାଜପୁର ଦାନଗଦି ଥାନା ଅନ୍ତର୍ଗତ ବେଙ୍ଗପାଟିଆ ଗାଁରେ ବିଦ୍ୟୁତ ଆଘାତରେ ବାପା , ପୁଅ ପ୍ରାଣ ହରାଇଥିବାବେଳେ ଢେଙ୍କାନାଳ କାମାକ୍ଷାନାଗରରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣକ ଫ୍ୟାନ ଲଗାଉଥିବାବେଳେ ଚାର୍ଜ ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

05 May 2024 11:12 AM (IST)

Dutee Chand: ଅଲିମ୍ପିକ୍‌ ଧାବିକା ଦୂତି ଚାନ୍ଦ ଭାରତୀୟ ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ...

Dutee Chand: ଅଲିମ୍ପିକ୍‌ ଧାବିକା ଦୂତି ଚାନ୍ଦ ଭାରତୀୟ ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ନୂତନ ଯୁଗର ତମାଖୁ ଉପକରଣର ପ୍ରଚାର ପ୍ରସାର ବିରୋଧରେ ଲଢୁଥିବା ମହିଳାମାନଙ୍କର ଏକ ମିଳିତ ସାମ୍ମୁଖ୍ୟ ‘ମଦର୍ସ ଏଗେନ୍‌ଷ୍ଟ ଭାପିଙ୍ଗ’ ସହିତ ସାମିଲ ହୋଇଛନ୍ତି। ଦୂତି ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବେ ବୋଲି କହିଛନ୍ତି। ଏଭଳି କରିବାରେ‌ ସେ ବାଇଚୁଙ୍ଗ ଭୁତିଆ, ଦୀପା ମଲିକ ଏବଂ ନେହା ଧୂପିଆଙ୍କ ଭଳି ପ୍ରଭାବଶାଳୀ ତାଲିକାରେ ସାମିଲ ହୋଇଛନ୍ତି। 

05 May 2024 10:40 AM (IST)

Goods Train Derailed: ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ ରେଳ ଷ୍ଟେସ ନିକଟରେ ଏକ ମାଲବାହୀ...

Goods Train Derailed: ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ ରେଳ ଷ୍ଟେସ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହ ଅଘଟଣ ପରେ କୋରାପୁଟ-ବିଶାଖାପଟନମ ରୁଟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ତେବେ ରେଳ ଧାରଣାରେ ବଡ଼ ବଡ଼ ପଥର ପଡ଼ି ରହିଥିଲା । ସେଥିପାଇଁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ସହିତ ଘଟଣାର ଯାଞ୍ଚ କରିଥିଲେ ।

05 May 2024 10:23 AM (IST)

Brazil Flood Update: ବ୍ରାଜିଲରେ ଭୟଙ୍କର ବନ୍ୟା ର ତାଣ୍ଡବ। ଦକ୍ଷିଣ ଆଫ୍ରିକାରେ ପ୍ରବଳ...

Brazil Flood Update: ବ୍ରାଜିଲରେ ଭୟଙ୍କର ବନ୍ୟା ର ତାଣ୍ଡବ। ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କରାଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । କାଦୁଅ ଓ ପାଣି କାରଣରୁ ବର୍ତ୍ତମାନ ସୁଦ୍ଧା ୫୬ଜଣଙ୍କ ଜୀନବହାନୀ ଘଟିଥିବା ସୂଚନାରୁ ଜଣାପଡିଛି । ୫୬ଜଣ ଏହି ବନ୍ୟାରେ ପ୍ରାଣହରାଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ନିଜର ବାସଗୃହ ହରାଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି । ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାରେ ଭାସିଆସିଥିବା କୁଢ କୁଢ ଅଳିଆ ଆବର୍ଜନା ଭିତରୁ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

05 May 2024 10:10 AM (IST)

⁠Road Accident: ଏ-ମିତିବି ଆସେ ମୃତ୍ୟୁ।  କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ...

⁠Road Accident: ଏ-ମିତିବି ଆସେ ମୃତ୍ୟୁ।  କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଘରକୁ ଫେରିବା ବାଟରେ ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା କାର୍। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍। ଉତ୍ତରାଖଣ୍ତର ମସୁରୀ-ଡେରାଡୁନ୍ ମଧ୍ୟରେ ଥିବା ଝଡିପନି ରୋଡରେ ଏ-ହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ  ଜଣେ ଯୁବତୀ ଥିବା ବେଳେ ୪ ଜଣ ଯୁବକ ରହିଛନ୍ତି। ସମସ୍ତ ମୃତକ କଲେଜ୍ ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି।

05 May 2024 09:21 AM (IST)

Petrol Diesel Price Today: ଛୁଟି ଦିନରେ ଖୁସି ଖବର, ଭୁବନେଶ୍ବରରେ ଖସିଲା ପେଟ୍ରୋଲ...

Petrol Diesel Price Today: ଛୁଟି ଦିନରେ ଖୁସି ଖବର, ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍, ପଢନ୍ତୁ ପୂରା ରିପୋର୍ଟ...

05 May 2024 09:06 AM (IST)

Rahul Gandhi Property: ୨୦ କୋଟିର ମାଲିକ ରାହୁଲ ଗାନ୍ଧୀ, ଜାଣନ୍ତୁ କେଉଁଠୁ ପାଆନ୍ତି...

Rahul Gandhi Property: ୨୦ କୋଟିର ମାଲିକ ରାହୁଲ ଗାନ୍ଧୀ, ଜାଣନ୍ତୁ କେଉଁଠୁ ପାଆନ୍ତି କେତେ ଟଙ୍କା? ପଢନ୍ତୁ ପୂରା ରିପୋର୍ଟ

05 May 2024 09:00 AM (IST)

IPL Today Match:ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ୍...

IPL Today Match:ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ଣ ୩ ଟା ୩୦ ମିନିଟ୍ ରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ Punjab Kings । ସେହିପରି ସନ୍ଧ୍ୟା ୭ ଟା ବାଜି ୩୦ ମିନିଟ୍ ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ  ଓ ଲକ୍ଷ୍ନୌସୁପର ଜାଏଣ୍ଟସ । 

05 May 2024 08:44 AM (IST)

Neet UG Exam: ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍। ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ...

Neet UG Exam: ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍। ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଜଣାପଡିଛି। ଗତବର୍ଷ ତୂଳନାରେ ଏହା ପ୍ରାୟ ୪ ଲକ୍ଷ ୨୦ ହଜାର ଅଧିକ। ଓଡ଼ିଶାରୁ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଆ ସାହିତ୍ୟ ଅନ୍ୟ କେତେକ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷା ଦେଇପାରିବେ। ଏମବିବିଏସ ଓ ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟ ୨ ଲକ୍ଷ ସିଟ୍ ରହିଛି । ନିଟ୍ ପରୀକ୍ଷା ପାଇଁ ଏନଟିଏ ପରୀକ୍ଷା ନିର୍ଦ୍ଦେଶାବଳୀ ଏବଂ ଡ୍ରେସ୍ କୋଡ୍ ଜାରି କରିଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ଡ୍ରେସ କୋଡକୁ ଫଲୋ ନକରିବେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରରୁ ବାହାର କରିଦିଆଯିବ ବୋଲି ସୂଚନା ରହିଛି।

05 May 2024 08:30 AM (IST)

Home Polling Application: ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪ ହଜାର ୧୫୮ ଜଣ...

Home Polling Application: ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪ ହଜାର ୧୫୮ ଜଣ ମତଦାତା ‘ଘରୁ ମତଦାନ’ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ହଜାର ୧୯୬ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏବଂ ୧ ହଜାର ୯୬୨ ଜଣ ୪୦ ପ୍ରତିଶତରୁ ଊଦ୍ଧ୍ୱର୍ ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟିଯାକ ସଂସଦୀୟ କ୍ଷେତ୍ରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

05 May 2024 08:19 AM (IST)

Third Phase Last Campaign Date: ନିର୍ବାଚନ ପ୍ରଚାରରେ କମ୍ପୁଛି ମୈଦାନ। ଜନତାଙ୍କ ଉପରେ...

Third Phase Last Campaign Date: ନିର୍ବାଚନ ପ୍ରଚାରରେ କମ୍ପୁଛି ମୈଦାନ। ଜନତାଙ୍କ ଉପରେ ହେଉଛି ପ୍ରତିଶ୍ରୁତି ର ବର୍ଷା । ତେବେ ଆସନ୍ତା ମେ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।  ଯେଉଁଥିପାଇଁ ଆଜି ଶେଷ ହେଉଛି ନିର୍ବାଚନ ପ୍ରଚାର। ତୃତୀୟ ପର୍ଯ୍ୟାୟରେ ୧୨ ରାଜ୍ୟର ୯୩ ଲୋକସଭା ଆସନରେ ହେବ ମତଦାନ । ଦଳର ମୁଖିଆଙ୍କ ସମେତ କର୍ମୀ ଓ ସମର୍ଥକ ଲାଗିପଡ଼ି ପ୍ରଚାରରେ ମାତିଛନ୍ତି । ଆଜି ସନ୍ଧ୍ୟା ବେଳେ ପ୍ରଚାର ସରିବା ନେଇ ସୂଚନା ରହିଛି।

 

05 May 2024 07:59 AM (IST)

S. Jaishankar Odisha Visit: ଦୁଇଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ...

S. Jaishankar Odisha Visit: ଦୁଇଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ଗତକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆଜି କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଏସ୍ ଜୟଶଙ୍କର । ପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଗତକାଲି ବିଭିନ୍ନ ଗଣମାଧ୍ୟମରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଗୁଣ ଗାନ କରିଥିଲେ ଏସ ଜୟଶଙ୍କର ।  ଭାରତ ପାଇଁ ଏକ ଶକ୍ତିଶାଳୀ ସରକାର ସହ ଏକ ଶକ୍ତିଶାଳୀ ନେତୃତ୍ବ ବି ଦରକାର । ସେଥିପାଇଁ ଓଡିଶାରେ ବିଜେପି ସରକାର ଆସିବା ଦରକାର ବୋଲି ସେ କହିଥିଲେ। 

05 May 2024 07:48 AM (IST)

JP Nadda Visit Odisha Today: ସେହିପରି ଆଜି  ଓଡ଼ିଶାରେ ପହଞ୍ଚି ବିଜେପିର...

JP Nadda Visit Odisha Today: ସେହିପରି ଆଜି  ଓଡ଼ିଶାରେ ପହଞ୍ଚି ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ପଛକୁ ପଛ ଆସିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତିନ ଗଡ଼କରି । ସେପଟେ ଗତକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଭୁବନେଶ୍ବରରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ମୋଦି ସରକାରଙ୍କ ସଫଳତା ସମ୍ପର୍କରେ ବଖାଣିଛନ୍ତି ।

05 May 2024 07:34 AM (IST)

PM Narendra Modi Visit Odisha Today: ଓଡ଼ିଶାରେ କମ୍ପିବ ପ୍ରଚାର ମୈଦାନ । ଗୋଟିଏ...

PM Narendra Modi Visit Odisha Today: ଓଡ଼ିଶାରେ କମ୍ପିବ ପ୍ରଚାର ମୈଦାନ । ଗୋଟିଏ ସପ୍ତାହ ଧରି ଉଠିବ ପଡ଼ିବ ରାଜ୍ୟ । କାରଣ ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭୁବନେଶ୍ବରରେ ରାତ୍ରୀଯାପନ ପରେ ସୋମବାର ଅର୍ଥାତ୍ ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ସଭାରେ ଯୋଗ ଦେବେ ମୋଦି। ବିଜେପି ପ୍ରାର୍ଥଙ୍କ ପାଇଁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ । ଏହାର ୪ ଦିନ ପରେ ଅର୍ଥାତ୍ ମେ ୧୦ ତାରିଖରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ଓ ବଲାଙ୍ଗିରରେ ରୋଡ୍ ଶୋ’ ଓ ଶୋଭାଯାତ୍ରା କରିବେ ମୋଦି । 

05 May 2024 07:23 AM (IST)

Puri Loksabha Candidate: ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ।...

Puri Loksabha Candidate: ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି। ଦଳ ଫଣ୍ଡି ଦେଉନଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରିଥିଲେ ସୁଚରିତା। ତେବେ ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ପୁରୀରେ ପ୍ରାର୍ଥୀ ବଦଳା ଯାଇଥାନ୍ତା, ସେ ଆଗରୁ ଜାଣିପାରି ଫେରାଇଦେଲେ। 

05 May 2024 07:10 AM (IST)

Odisha Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା...

Odisha Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି। ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ଆଜିଠାରୁ ରାଜ୍ୟରେ ତାତିର ପ୍ରକୋପ କମିବ। ପାରଦ ୩ରୁ ୫ ଡିଗ୍ରୀ ଖସିବ। ଉପକୂଳ ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

 

05 May 2024 07:08 AM (IST)

Today Horoscope: ଝଗଡ଼ାରୁ ନିବୃତ ରୁହନ୍ତୁ ଏହି ୪ ରାଶି! ଜାଣନ୍ତୁ ଆଜିର ରାଶିଫଳ ଓ...

Today Horoscope: ଝଗଡ଼ାରୁ ନିବୃତ ରୁହନ୍ତୁ ଏହି ୪ ରାଶି! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆଜିର ଦିନ... ଦେଖନ୍ତୁ ଫଟୋ ଗ୍ୟାଲେରୀ 

Add Zee News as a Preferred Source

About the Author