Odisha news live updates: ୩ ସେପ୍ଟମ୍ବରରେ ରାଜ୍ୟସଭା ନିର୍ବାଚନ, ଅଲିମ୍ପିକ୍ସରେ ବିନେଶଙ୍କୁ ଝଟକା ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2371956

Odisha news live updates: ୩ ସେପ୍ଟମ୍ବରରେ ରାଜ୍ୟସଭା ନିର୍ବାଚନ, ଅଲିମ୍ପିକ୍ସରେ ବିନେଶଙ୍କୁ ଝଟକା ଓ ଅନ୍ୟାନ୍ୟ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେ

Odisha news live updates: ୩ ସେପ୍ଟମ୍ବରରେ ରାଜ୍ୟସଭା ନିର୍ବାଚନ, ଅଲିମ୍ପିକ୍ସରେ ବିନେଶଙ୍କୁ ଝଟକା ଓ ଅନ୍ୟାନ୍ୟ ଖବର
LIVE Blog

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

07 August 2024
20:55 PM

IND vs SL 3rd ODI: ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୧୧୦ ରନରେ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜକୁ ଶ୍ରୀଲଙ୍କା ୨-୧ରେ ଜିତି ନେଇଛି। ୧୯୯୭ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଭାରତ ବିପକ୍ଷ ODI ସିରିଜ୍ ଜିତିଛି। କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷ ତୃତୀୟ ଦିନିକିଆରେ ୫୦ ଓଭରରେ ସାତ ୱିକେଟ୍ ହରାଇ ଶ୍ରୀଲଙ୍କା ୨୪୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୨୬.୧ ଓଭରରେ ମାତ୍ର ୧୩୮ ରନ୍ ସ୍କୋର କରି ଅଲ୍ ଆଉଟ୍ ହୋଇଯାଇଥିଲା।

19:27 PM

ଆସନ୍ତା ଅଗଷ୍ଟ ୨୩ତାରିଖରେ ଭାରତ ପାଳିବ ପ୍ରଥମ ଜାତୀୟ ମହାକାଶ ଦିବସ। ଭାରତର ଚନ୍ଦ୍ରାୟନ ୩ ମହାକାଶ ଯାନର ଐତିହାସିକ ଘଟଣାକୁ ମନେ ପକାଇବା ପାଇଁ ଏହି ମହାକାଶ ଦିବସ ପାଳନ କରିବା ପାଇଁ ଯାଉଛି। ଏ ନେଇ ପାରାଦୀପ ମାଛଧରା ବନ୍ଦର ରେ ସିଫନେଟ୍,ମତ୍ସ୍ୟ ବିଭାଗ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

19:07 PM

ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସଭାପତି ପିଟି ଉଷା ଡାକ୍ତରଖାନାରେ ଭିନେଶ ଫୋଗଟଙ୍କୁ ଭେଟୁଛନ୍ତି। ଭିନେଶ ଫାଇନାଲ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍ ହେବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି।

18:08 PM

PM Modi On Vinesh Phogat: ପ୍ୟାରିସ୍ ଅଲିମ୍ପିକ୍ସର ଅନ୍ତିମ ମୁକାବିଲା ପୂର୍ବରୁ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଏକ୍ସ ପୋଷ୍ଟରେ ଏହା କହିଛନ୍ତି; "ଭିନେଶ, ଆପଣ ଚାମ୍ପିୟନମାନଙ୍କ ମଧ୍ୟରେ ଚାମ୍ପିୟନ! ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆପଣ ଭାରତର ଗର୍ବ ଓ ପ୍ରେରଣା। ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ । ଏହା ସହିତ, ମୁଁ ଜାଣେ ଯେ ଆପଣ ଧୈର୍ଯ୍ୟର ପ୍ରତୀକ ଅଟନ୍ତି । ଆହ୍ବାନକୁ ସାମ୍ନା କରିବା ସବୁବେଳେ ଆପଣଙ୍କ ସ୍ୱଭାବ ରହିଆସିଛି । ଅଧିକ ଦୃଢ଼ ହୋଇ ଆପଣ ଠିଆ ହେବେ ! ଆମେ ସମସ୍ତେ ଆପଣଙ୍କୁ ସମର୍ଥନ କରୁଛୁ ।”

15:53 PM

Rajya Sabha By Election: ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ଉପ-ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହି ୧୨ଟି ଆସନ ପାଇଁ ନିର୍ବାଚନ ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବ। ପଢ଼ନ୍ତୁ ପୂରା ଖବର...

 

12:51 PM

Odisha News Live Udpates: ଅଲମ୍ପିକରୁ ବାଦ ପଡିଲେ ବିନେଶ ଫୋଗଟ
ଚଳିତ ଅଲମ୍ପିକରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖନ ହୋଇଛି ଭାରତ। ଆଜି କୁସ୍ତିରେ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିବା ବେଳେ ଭାରତକୁ ଲାଗିଛି ବଡ଼ ଝଟକା। ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ କରାଯାଇଛି। ସେ ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ପ୍ୟାରିସ ଅଲିମ୍ପିକ୍ସରୁ ବାଡ଼ ପଡିଥିବାର ଖବର ସାମ୍ନାକୁ ଆସିଛି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଭିନେଶ ଫୋଗାଟ ଆଜି ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ ନାହିଁ। କୁହାଯାଉଛି କି ଅତ୍ୟଧିକ ଓଜନ କାରଣରୁ ତାଙ୍କୁ ଅଲମ୍ପିକ୍ସରୁ ବାଦ ଦିଆଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ମହିଳା ରେସଲିଂ ୫୦ କିଲୋଗ୍ରାମ ଇଭେଣ୍ଟର ଅନ୍ତିମ ମ୍ୟାଚ୍ ପୂର୍ବରୁ ରେସଲର ଭିନେଶ ଫୋଗାଟ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ମଙ୍ଗଳବାର ସେ ସେମିଫାଇନାଲରେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ରେ ପରାସ୍ତ କରିଥିଲେ। ସେ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ମହିଳା ରେସଲର ହୋଇଥିଲେ।

11:15 AM

Odisha News Live Updates: ସ୍ବାତୀ ମାଲିୱାଲ୍‌ଙ୍କୁ ଆକ୍ରମଣ ବେଳେ ଉପସ୍ଥିତ ଥିଲେ କେଜ୍ରିୱାଲ୍‌
ସ୍ବାତୀ ମାଲିୱାଲ୍‌ଙ୍କ ପ୍ରସଂଗରେ ଦିଲ୍ଲୀ ପୁଲିସ ଏକ ନୂଆ କଥା କହିଛି। ଇଣ୍ଡିଆ ଟୁଡେ ଆକ୍ସେସ୍ କରିଥିବା ଏକ ଚାର୍ଜସିଟ୍ ଅନୁଯାୟୀ ସ୍ବାତୀ ମାଲିୱାଲ୍‌ଙ୍କୁ ବିଭବ କୁମାର ଆକ୍ରମଣ କରିବା ବେଳେ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ। ବିଭବ କୁମାରଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ଦିଲ୍ଲୀ ପୁଲିସ୍‌ ସୂଚାଇ ଦେଇଛି ଯେ ଏହି ଆକ୍ରମଣ ପଛରେ ଏକ ବଡ଼ ଷଡଯନ୍ତ୍ର ହୋଇପାରେ। ପୁଲିସ କହିଛି ଯେ ଏହି ଘଟଣା ପରେ ଉଭୟ ଆପ୍‌ ନେତା ଅତିଶୀ ଏବଂ ସଞ୍ଜୟ ସିଂ ସେମାନଙ୍କ ଷଡ଼ଯନ୍ତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

08:27 AM

Odisha News Live Updates: ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ: ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ
ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ଉ କରୁଥିବା ଜଣାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘର ସମେତ ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ଏନେଇଅଧିକ ତ୍ଥ୍ୟକୁ ଅପେକ୍ଷା କରାଯାଇଛି।

08:25 AM

Odisha News Live Updates: ଦମ ଦେଖାଇଲେ ଫୋଗାଟ
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗାଟ। ସେ ଭାରତ ପାଇଁ ମହିଳା ୫୦ କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଛନ୍ତି। ସେମି ଫାଇନାଲରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଯଦି ସେ ଫାଇନାଲରେ ବି ହାରୁଛନ୍ତି, ତା’ହେଲେ ଭାରତ ରୌପ୍ୟ ପଦକ ପାଇବ। କିନ୍ତୁ ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

08:24 AM

Odisha News Live updates: ସ୍ୱର୍ଣ୍ଣ ଉପରେ ନିରଜଙ୍କ ନଜର
ପ୍ରଥମ ପ୍ରୟାସରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ (୮୯.୩୪ ମିଟର) ସହ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ସ୍ଥାନରେ ରହି ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତା’ ସହିତ ଆଥଲେଟିକ୍ସରୁ ଭାରତ ଓ ନୀରଜ ଲଗାତାର ଦ୍ବିତୀୟ ସ୍ବର୍ଣ୍ଣ ଜିତିବାର ସମ୍ଭାବନା ବଢ଼ିଯାଇଛି। ନୀରଜଙ୍କ ଜବରଦସ୍ତ ଓ ପରାକ୍ରମୀ ପ୍ରଦର୍ଶନକୁ ନେଇ ମଧ୍ୟ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି।  ୧୪୫ କୋଟି ଭାରତୀୟଙ୍କ ଶୁଭେଚ୍ଛା, ଆଶୀର୍ବାଦ ଓ ପ୍ରାର୍ଥନାକୁ ପାଥେୟ କରି ନୀରଜ ପ୍ୟାରିସ୍‌ରୁ ଦେଶକୁ ଆ‌ଉ ଏକ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିବାକୁ ମଇଦାନକୁ ଓହ୍ଲାଇବେ।

08:23 AM

Today Horoscope: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅନୁକୂଳ, ବ୍ୟବସାୟରେ ମିଳିବ ଲାଭ ସହ...
Horoscope Today 7 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୭ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

08:22 AM

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।