Live Now

Interim Budget Tabled At Odisha Assembly: ଅନ୍ତରୀଣ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Interim Budget Tabled At Odisha Assembly: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଆଜି ବିଧାନସଭାରେ ଆଗତ ହେଉଛି ଅନ୍ତରୀଣ ବଜେଟ୍ । ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାସହ ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

Interim Budget Tabled At Odisha Assembly: ଅନ୍ତରୀଣ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
08 February 2024 09:48 PM (IST)

ବିଜେପି ହ୍ୱାଇଟ୍ ପେପର ଜବାବର କଂଗ୍ରେସ ଆଣିଲା ବ୍ଲାକ୍ ପେପର; ଉଭୟଙ୍କ ମଧ୍ୟରେ କଣ...

ବିଜେପି 'ହ୍ୱାଇଟ୍ ପେପର' ଜବାବର କଂଗ୍ରେସ ଆଣିଲା 'ବ୍ଲାକ୍ ପେପର'; ଉଭୟଙ୍କ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?
ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ୱେତ ପତ୍ର ଉପସ୍ଥାପନ କରିବା କଥା କହିଥିଲେ। ଫେବୃଆରୀ ୮ ତାରିଖ ଗୁରୁବାର ମୋଦି ସରକାରଙ୍କ ଦ୍ୱାରା ସଂସଦରେ ଶ୍ୱେତ ପତ୍ର ଉପସ୍ଥାପିତ ହୋଇଛି। ଯେଉଁଥିରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରର ୧୦ ବର୍ଷର ଆର୍ଥିକ ପ୍ରଦର୍ଶନ ସମ୍ପର୍କରେ ଦର୍ଶାଯାଇଛି। ଏହି ଶ୍ୱେତ ପତ୍ର ମାଧ୍ୟମରେ ଗତ ୨୦୧୪ ବର୍ଷରେ କ୍ଷମତାସୀନ ହେବା ପରେ ଦେଶର ଅର୍ଥନୀତି କେଉଁ ଅବସ୍ଥାରେ ରହିଥିଲା ତାହା ମୋଦି ସରକାର ଦର୍ଶାଇଛନ୍ତି। 

ପଢନ୍ତୁ ପୁରା ଖବର

 

08 February 2024 06:15 PM (IST)

Odisha Interim Budget: ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ...

Odisha Interim Budget: ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି , ଯାହା ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି। ସବୁ ବର୍ଗର ବିକାଶ ପାଇଁ ସରକାର କାମ କରୁଛନ୍ତି । ଦୃଢ ଆର୍ଥିକ ଅଭିବୃଦ୍ଧି କାରଣରୁ ଦାରିଦ୍ର୍ୟ କମିଛି। ପଢନ୍ତୁ ପୂରା ଖବର...

08 February 2024 06:00 PM (IST)

Odisha Interim Budget:  ନିର୍ମାଣ ବିଭାଗ – ୧୦,୯୫୦ କୋଟି, ଗ୍ରାମ୍ୟ ଉନ୍ନୟନ –...

Odisha Interim Budget:  ନିର୍ମାଣ ବିଭାଗ – ୧୦,୯୫୦ କୋଟି, ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି, ଗୃହ ବିଭାଗ – ୮୬୪୧ କୋଟି

08 February 2024 05:45 PM (IST)

Odisha Interim Budget: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି ଟଙ୍କା ,...

Odisha Interim Budget: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି ଟଙ୍କା , ପଞ୍ଚାୟତିରାଜ ବିଭାଗ – ୨୨,୫୪୩ କୋଟି, ସ୍ୱାସ୍ଥ୍ୟ ବିଭାଗ – ୧୯,୭୨୯ କୋଟି,  ଜଳସମ୍ପଦ ବିଭାଗ- ୧୩,୨୬୭ କୋଟି,  ଯୋଜନା ଓ ସଂଯୋଜନା ବିଭାଗ – ୧୨,୦୪୩ କୋଟି

08 February 2024 05:37 PM (IST)

Odisha Interim Budget: ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨ ଲକ୍ଷ ୫୫...

Odisha Interim Budget: ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨ ଲକ୍ଷ ୫୫ ହଜାର କୋଟିର କାମଚଳା ବଜେଟ୍ ଆଗତ କରିଛନ୍ତି । ତେବେ ଏଥର ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ ।

 

08 February 2024 05:35 PM (IST)

Odisha Interim Budget: ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩...

Odisha Interim Budget: ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩ ହଜାର ୯୮୦ କୋଟି ।  ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ। 

08 February 2024 05:29 PM (IST)

Odisha Interim Budget: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ ।...

Odisha Interim Budget: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା । 

08 February 2024 05:26 PM (IST)

Odisha Interim Budget:  ରାଜ୍ୟର କୃଷି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଓ...

Odisha Interim Budget:  ରାଜ୍ୟର କୃଷି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଓ ଦାରିଦ୍ର୍ୟ ହ୍ରାସ ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି । ଏବେ ସୁଦ୍ଧା କାଳିଆ ଯୋଜନାରେ  ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । 

 

08 February 2024 05:21 PM (IST)

Odisha Interim Budget: ଏହି ବଜେଟର କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ପାଇଁ ୨୮,୯୮୪ କୋଟି...

Odisha Interim Budget: ଏହି ବଜେଟର କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ପାଇଁ ୨୮,୯୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଯାହାକି ପୂର୍ବ ବର୍ଷର ବ୍ୟୟବରାଦ ତୁଳନାରେ  ୧୬.୬ ପ୍ରତିଶତ ଅଧିକ ଅଟେ । 

08 February 2024 05:18 PM (IST)

Odisha Interim Budget: ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪...

Odisha Interim Budget: ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି ।

08 February 2024 05:18 PM (IST)

Odisha Interim Budget: ଧାନ ମୂଲ୍ୟ ସଠିକ୍ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟିର ରିଭଲଭିଂ...

Odisha Interim Budget: ଧାନ ମୂଲ୍ୟ ସଠିକ୍ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟିର ରିଭଲଭିଂ ଫଣ୍ଡ । ଆଗାମୀ ୫ ବର୍ଷକେ ୧୮୫୮ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ହେବ । ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ। 

08 February 2024 05:14 PM (IST)

Odisha Interim Budget: ସବୁ ବର୍ଗର ବିକାଶ ପାଇଁ ସରକାର କାମ କରୁଛନ୍ତି । ଦୃଢ ଆର୍ଥିକ...

Odisha Interim Budget: ସବୁ ବର୍ଗର ବିକାଶ ପାଇଁ ସରକାର କାମ କରୁଛନ୍ତି । ଦୃଢ ଆର୍ଥିକ ଅଭିବୃଦ୍ଧି କାରଣରୁ ଦାରିଦ୍ର୍ୟ କମିଛି। 

08 February 2024 05:11 PM (IST)

Odisha Interim Budget: ଅଭିବୃଦ୍ଧି ହାକ ୭.୨୫ ପ୍ରତିଶତ ରହିଛି , ଯାହା ଜାତୀୟ ହାର ଠାରୁ...

Odisha Interim Budget: ଅଭିବୃଦ୍ଧି ହାକ ୭.୨୫ ପ୍ରତିଶତ ରହିଛି , ଯାହା ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ 
 

08 February 2024 05:08 PM (IST)

Odisha Interim Budget: ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ...

Odisha Interim Budget: ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ ଉପସ୍ଥାପନ ।

Add Zee News as a Preferred Source

About the Author