ତୃତୀୟ ଥର ପାଇଁ ମୋଦୀ ସରକାର ଗଠନ ହେବା ସହିତ ଜୁନ ୨୪ରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବା ସହ ଜୁଲାଇ ୩ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।
Trending Photos
LokSabha Speaker Election: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଶାସନ ସମୟରେ ଲୋକସଭା ବାଚସ୍ପତି ଦାୟିତ୍ୱ କିଏ ନେବେ ସେନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଚାଲିଥିବା ସମୟରେ ଖବର ଆସିଛି ଯେ, ଜୁନ ୨୬ ତାରିଖ ଦିନ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆଜି ଖବର ପ୍ରକାଶ ପାଇଛି ।
ସୂଚନା ମୁତାବକ, ତୃତୀୟ ଥର ପାଇଁ ମୋଦୀ ସରକାର ଗଠନ ହେବା ସହିତ ଜୁନ ୨୪ରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବା ସହ ଜୁଲାଇ ୩ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସଂସଦର ଉଭୟ ସଦନକୁ ପ୍ରଥମ ଦିନରେ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ନବ ନିର୍ବାଚିତ ସାଂସଦମାନେ ମଧ୍ୟ ଉକ୍ତ ଦିନରେ ଶପଥ ପାଠ କରିବେ । ସେହି ସମୟରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ କରାଯାଇଥିବା ଜଣେ ଅସ୍ଥାୟୀ ବାଚସ୍ପତି କାର୍ଯ୍ୟ ସମ୍ପାଦନ କରିବେ । ସାଂସଦମାନଙ୍କ ଶପଥପାଠ କାର୍ଯ୍ୟକ୍ରମ ଶେଷ ହେବା ପରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।
Also Read- Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ, ୫ ଦିନ ପରେ ଏହି ରାଶିର ଭାଗ୍ୟ ଉଜ୍ୱଳ