Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ, ୫ ଦିନ ପରେ ଏହି ରାଶିର ଭାଗ୍ୟ ଉଜ୍ୱଳ
Advertisement
Article Detail0/zeeodisha/odisha2291980

Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ, ୫ ଦିନ ପରେ ଏହି ରାଶିର ଭାଗ୍ୟ ଉଜ୍ୱଳ

Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ପ୍ରବେଶ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଆସନ୍ତୁ ଜାଣିବା ।

Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ, ୫ ଦିନ ପରେ ଏହି ରାଶିର ଭାଗ୍ୟ ଉଜ୍ୱଳ

Budh Gochar 2024: ବୈଦିକ ଜ୍ୟୋତିଷ ଅନୁଯାୟୀ, ଗ୍ରହମାନଙ୍କ ରାଜକୁମାର ବୁଧ ଖୁବଶୀଘ୍ର ନିଜର ନକ୍ଷତ୍ର ପରିବର୍ତ୍ତନ କରି ଆଦ୍ରା ନକ୍ଷତ୍ରରେ ଚଳନ କରିବେ । ଜ୍ୟୋତିଷଙ୍କ ମତରେ ବୁଧଙ୍କୁ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ । ଜୁନ ୧୮ ତଥା ମଙ୍ଗଳବାର ଦିନ ୧୨ଟା୧୨ ସମୟରେ ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ ହେବ । ଗ୍ରହମାନଙ୍କ ରାଜକୁମାର ବୁଧଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ୫ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବ୍ୟାପକ ପ୍ରଭାବ ପକାଇପାରେ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ବାଣିଜ୍ୟ, ବକ୍ତବ୍ୟ, ଜ୍ଞାନ, ଯୋଗାଯୋଗ ଦକ୍ଷତା, ମନୋରଞ୍ଜନ ପାଇଁ ବୁଧଙ୍କୁ ଦାୟୀ କରାଯାଇଥାଏ । ଆଦ୍ରା ନକ୍ଷତ୍ରରେ ବୁଧଙ୍କ ପ୍ରବେଶ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଆସନ୍ତୁ ଜାଣିବା ।

ମିଥୁନ ରାଶି
ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ସକରାତ୍ମକ ପ୍ରମାଣିତ ହେବ । ଆପଣ ହଠାତ୍ ଟଙ୍କା ପାଇପାରନ୍ତି । ଏକ ଲଟେରୀ ଲାଗିପାରେ । ଷ୍ଟକ୍ ମାର୍କେଟରେ ପୁରୁଣା ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି । ପ୍ରେମ ଜୀବନରେ ରୋମାଞ୍ଚକର ଅନୁଭୂତି ମିଳିବ । ସାଥୀଙ୍କ ସହିତ କିଛି ନୂଆ କାମ କରିବେ । ଛାତ୍ରମାନେ ନିଜର ଲକ୍ଷ ସ୍ଥିର କରିବେ ।

କନ୍ୟା ରାଶି
ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ । ବ୍ୟକ୍ତିତ୍ୱରେ ଉନ୍ନତି ହେବ । ଗଣମାଧ୍ୟମ ସହିତ ଜଡିତ ବ୍ୟକ୍ତିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ନୂଆ ଅଫର ମିଳିପାରେ । ଛାତ୍ରମାନଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ । ବ୍ୟବସାୟ ସହିତ ଜଡିତ ଲୋକଙ୍କ ଯାତ୍ରା ଲାଭଦାୟକ ହେବ ।

ଧନୁ ରାଶି
ଆପଣଙ୍କ ଜୀବନରେ ଭଲ ପରିବର୍ତ୍ତନ ସୂଚାଉଛି । ସରକାରୀ ଚାକିରିରେ ପସନ୍ଦର ସହରକୁ ସ୍ଥାନାନ୍ତର ହୋଇପାରନ୍ତି । ପାରିବାରିକ ବିବାଦ ଏବଂ ପୈତୃକ ସମ୍ପତ୍ତି ବିବାଦର ଅନ୍ତ ଘଟିବ । ବ୍ୟବସାୟ ବିସ୍ତାର ହେବାର ସମ୍ଭାବନା ଅଛି । ଖର୍ଚ୍ଚ ହ୍ରାସ ହେତୁ ଆପଣ ଭଲ ଲାଭ ପାଇବେ । ନୂଆ ବିନିଯୋଗ ପାଇଁ ଏହା ଏକ ଭଲ ସମୟ । ସେୟାର ମାର୍କେଟ, ମ୍ୟୁଚୁଆଲ୍ ଫଣ୍ଡ, ଅନ୍ଲାଇନ୍ ବେଟିଂ ଇତ୍ୟାଦିରୁ ଟଙ୍କା ରୋଜଗାର କରିପାରନ୍ତି ।

ମକର ରାଶି
ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଫଳପ୍ରଦ ହୋଇପାରେ । ଆର୍ଥିକ ସଙ୍କଟ ଦୂର ହେବ । ସ୍ଥଗିତ କାର୍ଯ୍ୟରେ ବିଶେଷ ଅଗ୍ରଗତି ହେବ । ବ୍ୟବସାୟୀଙ୍କ ଅଗ୍ରଗତି କରିବେ । ନେଇଥିବା ନୂଆ ନିଷ୍ପତ୍ତିରୁ ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିବ । ଜୀବନ ସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ପାଇବେ । ଘରକୁ ନୂଆ ଯାନବାହାନ ଆଣିପାରନ୍ତି । ପାରିବାରିକ ଜୀବନରେ ସୁଖ ବୃଦ୍ଧି ପାଇବ ।

ମୀନ ରାଶି
ନିଜ ବ୍ୟକ୍ତିତ୍ୱ ଏବଂ ଚିନ୍ତାଧାରାରେ ନୂଆନ ଆଲୋକ ଆସିବ । ମିଠା କଥାରେ ଅନ୍ୟର ମନ ଜିଣିବାରେ ସକ୍ଷମ ହେବେ । ବ୍ୟବସାୟରେ ଉଲ୍ଲେଖନୀୟ ଅଗ୍ରଗତି ହେବାର ସମ୍ଭାବନା ରହିଛି । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଅନଲାଇନ୍ ବ୍ୟବସାୟ ସହିତ ଜଡିତ ବ୍ୟବସାୟୀମାନେ ବହୁତ ଲାଭବାନ ହେବେ । ଛାତ୍ରମାନେ ଶିକ୍ଷକମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବା ସହ ପରୀକ୍ଷାରେ ଭଲ ମାର୍କ ପାଇବାର ସମ୍ଭାବନା ରହିଛି । ନିଯୁକ୍ତି ସନ୍ଧାନରେ ଥିଲେ ଅପେକ୍ଷା ଶେଷ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ପାନ୍ଥନିବାସ ଭୁବନେଶ୍ୱରରେ ଉଦ୍ଘାଟିତ ହେଲା “ରଜ ମହୋତ୍ସବ ୨୦୨୪”