Advertisement
Article Detail0/zeeodisha/odisha2309441
Zee OdishaOdisha TrendingLove Story: ମୁସଲିମ ଝିଅ ସମ୍ରିନ ହେଲେ ସୁମନ, ଧରିଲେ ହିନ୍ଦୁ ଯୁବକଙ୍କ ହାତ

Love Story: ମୁସଲିମ ଝିଅ ସମ୍ରିନ ହେଲେ ସୁମନ, ଧରିଲେ ହିନ୍ଦୁ ଯୁବକଙ୍କ ହାତ

Love Story: ସୁମନ କହିଛନ୍ତି ଯେ, ସେ ବୁର୍ଖା ପିନ୍ଧି ରହିବାକୁ ପସନ୍ଦ କରନ୍ତି ନାହିଁ । ସେ ମିତ୍ରପାଲଙ୍କୁ ଭଲ ପାଆନ୍ତି। ତେଣୁ ସେ ନିଜ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ପ୍ରେମିକଙ୍କୁ ବିବାହ କରିଛନ୍ତି ।

Love Story: ମୁସଲିମ ଝିଅ ସମ୍ରିନ ହେଲେ ସୁମନ, ଧରିଲେ ହିନ୍ଦୁ ଯୁବକଙ୍କ ହାତ

Love Story: ଉତ୍ତରପ୍ରଦେଶ ସ୍ଥିତ ବରେଲିରେ ଜଣେ ମୁସଲମାନ ଝିଅ ହିନ୍ଦୁ ପୁଅକୁ ବିବାହ କରିଛନ୍ତି । ଝିଅଟିର ନାମ ସମ୍ରିନ୍ ଏବଂ ପୁଅର ନାମ ମିତ୍ରପାଲ୍ । ବିବାହ କରିବା ପରେ ସମ୍ରିନ୍ ନାମ ବଦଳାଇ ବର୍ତ୍ତମାନ ସୁମନ ହୋଇଯାଇଛନ୍ତି। ସେ ନିଜ ଧର୍ମ ମଧ୍ୟ ପରିବର୍ତ୍ତନ କରିଛନ୍ତି। ସୁମନ କହିଛନ୍ତି ଯେ, ସେ ବୁର୍ଖା ପିନ୍ଧି ରହିବାକୁ ପସନ୍ଦ କରନ୍ତି ନାହିଁ । ସେ ମିତ୍ରପାଲଙ୍କୁ ଭଲ ପାଆନ୍ତି। ତେଣୁ ସେ ନିଜ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ପ୍ରେମିକଙ୍କୁ ବିବାହ କରିଛନ୍ତି ।

ବରେଲିରେ ଥିବା ଅଗସ୍ତ୍ୟ ମୁନିଙ୍କ ଆଶ୍ରମରେ ଉଭୟ ସୁମନ ଏବଂ ମିତ୍ରପାଲ ପହଞ୍ଚିବା ପରେ ବିବାହ କାର୍ଯ୍ୟ ହୋଇଥିଲା । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଉଭୟେ ସାତ ଘେରା ନେଇଥିଲେ । ମିତ୍ରପାଲ ସୁମନଙ୍କ ଆବଶ୍ୟକତାକୁ ପୂରଣ କରି ତାଙ୍କୁ ତାଙ୍କ ଜୀବନ ସାଥୀ କରିଥିଲେ । ବିବାହ ପୂର୍ବରୁ ମୁସଲିମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ସୁମନ । ସେ ରୀତିନୀତି ଅନୁଯାୟୀ ସନାତନ ଧର୍ମ ଗ୍ରହଣ କରିଥିଲେ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୁମନ ବରେଲିର ଇଜାଜାଟ ନଗର ଥାନା ଅଞ୍ଚଳରେ ଥିବା କୁଆନ ଟାଣ୍ଡାର ବାସିନ୍ଦା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁମନ କହିଛନ୍ତି ଯେ, ସେ ବୁର୍ଖା ପିନ୍ଧି ରହିବାକୁ ପସନ୍ଦ କରନ୍ତି ନାହିଁ। ନିଜ ଧର୍ମର ଅନେକ ରୀତିନୀତି ସୁମନଙ୍କର ପସନ୍ଦ ନଥିଲା । ତେଣୁ ସେ ଇସଲାମ ଧର୍ମ ଛାଡି ନିଜ ପ୍ରେମିକଙ୍କ ସହ ଆଶ୍ରମରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରି ସନାତନ ଧର୍ମ ଗ୍ରହଣ କରିଥିଲେ।

Add Zee News as a Preferred Source

ଆଶ୍ରମର ଆଚାର୍ଯ୍ୟ ପଣ୍ଡିତ କେ.କେ ଶଙ୍କରାଧର କହିଛନ୍ତି ଯେ, ମୁସଲିମ ଝିଅଟି ତାଙ୍କ ହିନ୍ଦୁ ପ୍ରେମିକ ମିତ୍ରପାଲଙ୍କୁ ବିବାହ କରିଛନ୍ତି । ଗୌମୁତ୍ର ଏବଂ ଗଙ୍ଗା ଜଳରେ ତାଙ୍କୁ ଶୁଦ୍ଧ କରାଯାଇଛି । ଶୁଦ୍ଧ ହେବା ପରେ ଗାୟତ୍ରୀ ମନ୍ତ୍ର ଜପ କରାଯାଇଥିଲା । ତାପରେ ତାଙ୍କୁ ସନାତନ ଧର୍ମରେ ଅନ୍ତର୍ଭୁକ୍ତ କରାଯାଇଥିଲା।  ସୁମନଙ୍କ ସିନ୍ଥିରେ ମିତ୍ରପାଲ ସିନ୍ଦୁର ପିନ୍ଧାଇ ଥିଲେ । ଅଗ୍ନିକୁ ସାକ୍ଷୀ ରଖି ଉଭୟେ ସାତଘେରା ନେଇଥିଲେ। ସୁମନଙ୍କ କହିବା ଅନୁଯାୟୀ, ମୁଁ ଆରମ୍ଭରୁ ହିନ୍ଦୁ ଧର୍ମ ପ୍ରତି ଆଗ୍ରହୀ ଥିଲି। ପ୍ରେମିକ ମଧ୍ୟ ଜଣେ ହିନ୍ଦୁ ଥିଲେ। ତେଣୁ ଶେଷରେ ତାଙ୍କ ସହିତ ରହିବାକୁ ସ୍ଥିର କରିଥିଲି । ମନ୍ଦିରକୁ ଯାଇ ସନାତନ ଧର୍ମ ଗ୍ରହଣ କରି ମିତ୍ରପାଲଙ୍କୁ ବିବାହ କରିଛି ।

Also Read- Airtel Recharge Offer: ନିଅନ୍ତୁ ଏହି ରିଚାର୍ଜ ପ୍ଲାନ, ମିଳିବ ସବୁକିଛି ମାଗଣା

Also Read- Weather News: ବର୍ଷାରେ ଭାସିଲା ଭୁବନେଶ୍ୱର, ରାସ୍ତାରେ ପାଣିର ଲହଡି

About the Author