LPG Price Today 1 February 2023: ବଜେଟ ଦିନ ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha1552501

LPG Price Today 1 February 2023: ବଜେଟ ଦିନ ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Price Today 1 February 2023: କୋଲକାତାରେ ୧୮୭୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୭୨୧ ଟଙ୍କା ଓ ଚେନ୍ନାଇରେ ୧୯୭୧ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୭୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ସେହି ସମାନ ଦରରେ ମିଳିବ । 

LPG Price Today 1 February 2023: ବଜେଟ ଦିନ ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Price Today 1 February 2023: ଆଜି (ବୁଧବାର) ଅର୍ଥାତ ଫେବୃଆରୀ ୧, ୨୦୨୩ରେ ସାଧାରଣ ବଜେଟ (Budget Day) ଆସିବ । ଏହି ସମୟରେ ଆଜି ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜି ଘରୋଇ ଓ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ଓ ଘରୋଇ ଏଲପିଜି ସିରିଣ୍ଡର ଦର (Domestic Cylinders Price) ସ୍ଥିର ରହିଛି ।  

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ପୁରୁଣା ଦର ୧୭୬୯ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ୧୮୭୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୭୨୧ ଟଙ୍କା ଓ ଚେନ୍ନାଇରେ ୧୯୭୧ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୭୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ସେହି ସମାନ ଦରରେ ମିଳିବ । 

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା । ସେହିପରି ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର ମଧ୍ୟ ପୁରୁଣା ମୂଲ୍ୟରେ ମିଳୁଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆଜି ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ସେହିପରି ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର ସ୍ଥିର ରହିଛି । ନଭେମ୍ୱର ଠାରୁ ଗତ ୬ ଥର ଲଗାତର ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା, ଗୁରୁତର ଆହତ ହେଲେ ଏହି ଖେଳାଳି

ଅଧିକ ପଢ଼ନ୍ତୁ:-ଇଶାନ କିଶାନଙ୍କ ସ୍ଥାନରେ ତୃତୀୟ ଟି-20 ମ୍ୟାଚରେ ଖେଳିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ!

ଶେଷ ଥର ପାଇଁ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ । ଆଜି ମଧ୍ୟ ୬ ଜୁଲାଇ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଛି । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଛି ।