Shocking News:ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ଯ କରିବାରୁ ସ୍ବାମୀର ଜିଭ କାଟିଲା ସ୍ତ୍ରୀ
Advertisement
Article Detail0/zeeodisha/odisha1587847

Shocking News:ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ଯ କରିବାରୁ ସ୍ବାମୀର ଜିଭ କାଟିଲା ସ୍ତ୍ରୀ

Shocking News: ଲକ୍ଷ୍ନୌ ଠାକୁରଗଞ୍ଜ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ବନ୍ଧ କରିବାକୁ ଚେଷ୍ଟା କରିଥିଲେ । ତେବେ ଏନେଇ ପତ୍ନୀ ରାଜି ହୋଇନଥିଲେ । ବାରମ୍ବାର ବାଧ୍ୟ କରିବାରୁ ରାଗି ଯାଇ ସ୍ୱାମୀଙ୍କର ଜିଭ କାଟିଦେଇଥିଲେ ପତ୍ନୀ । 

ସୌ(ସୋସିଆଲ ମିଡିଆ)

Shocking News: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଲକ୍ଷ୍ନୌ ଠାକୁରଗଞ୍ଜ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ବନ୍ଧ କରିବାକୁ ଚେଷ୍ଟା କରିଥିଲେ । ତେବେ ଏନେଇ ପତ୍ନୀ ରାଜି ହୋଇନଥିଲେ । ବାରମ୍ବାର ବାଧ୍ୟ କରିବାରୁ ରାଗି ଯାଇ ସ୍ୱାମୀଙ୍କର ଜିଭ କାଟିଦେଇଥିଲେ ପତ୍ନୀ । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଥାନାରେ ଏକ ମାମଲା ରୁଜୁ କରିଛି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ, ହଠାତ୍ ରାଗି ଯାଇ ତାଙ୍କ ସ୍ତ୍ରୀ ତାଙ୍କ ଜିଭ କାଟି ଦେଇଥିଲେ। ଏମିତି କରିବେ ବୋଲି ସେ କେବେ ଭାବି ନଥିଲେ। ସେପଟେ ପତ୍ନୀ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ତାଙ୍କ ମାଆଙ୍କର ଦେହାନ୍ତ ହୋଇଥି୍ଲା । ଏମିତିରେ ସେ ମାନସିକ ଭାବରେ ଚିନ୍ତାଗ୍ରସ୍ତ ଥିଲେ। ଶାରୀରିକ ସମ୍ପର୍କ ପାଇଁ ମନା କରିବା ପରେ ସ୍ୱାମୀ ତାଙ୍କ ସହ ଜବରଦସ୍ତି କରିଥିଲେ। ଫଳରେ ରାଗିଯାଇ ସେ ସ୍ୱାମୀଙ୍କର ଜିଭ କାଟିଦେଇଥିବା କହିଛନ୍ତି। ସ୍ୱାମୀଙ୍କର ବୟାନକୁ ଆଧାର କରି ସ୍ତ୍ରୀଙ୍କ ବିରୋଧରେ ଆଇପିସି ଧାରା ୩୨୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି ପୋଲିସ।

Also Read-Shocking News: ପ୍ରଥମେ ମିଶି ମଦ ପିଇଲେ ପରେ ନିଶାରେ ପରସ୍ପରକୁ ବାହା ହେଲେ ଦୁଇ ଯୁବକ

Also Read-Shocking News: ଜୁଆରରେ ଭାସିଗଲେ , ସମୁଦ୍ର ମଝିରେ ୨୪ ଦିନ ରହି କେଚଅପ୍ ଖାଇ ବଞ୍ଚାଇଥିଲେ ଜୀବନ

Also Read-Shocking: ବିବାହ ବେଦିକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ, ସାନଭଉଣୀର ହାତ ଧରିଲା ବର

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ସ୍ୱାମୀ ବାରମ୍ବାର ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିବାରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା଼ ଆରମ୍ଭ ହୋଇଥିଲା। ଏପରିକି ଉଭୟ ହାତାହାତି ହେବାକୁ ମଧ୍ୟ ପଛାଇ ନଥିଲେ। ଶେଷରେ ରାଗି ଯାଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ପତ୍ନୀ ନିଜ ସ୍ୱାମୀଙ୍କର ଜିଭ କାଟି ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା