Shocking News: ପ୍ରଥମେ ମିଶି ମଦ ପିଇଲେ ପରେ ନିଶାରେ ପରସ୍ପରକୁ ବାହା ହେଲେ ଦୁଇ ଯୁବକ
Advertisement

Shocking News: ପ୍ରଥମେ ମିଶି ମଦ ପିଇଲେ ପରେ ନିଶାରେ ପରସ୍ପରକୁ ବାହା ହେଲେ ଦୁଇ ଯୁବକ

Shocking News: ତେଲେଙ୍ଗାନାର ମେଡ଼କ ଜିଲ୍ଲାରୁ ଏକ ଅସାଧାରଣ ଖବର ସାମ୍ନାକୁ ଆସିଥିଲା ଯାହାକୁ ଶୁଣି ଆପଣ ବିଶ୍ବାସ କରିପାରିବେନି । ପ୍ରଥମେ ଏକାଠି ବସି ମଦ ପିଇବା ପରେ ନିଶାରେ ଚୁର ଦୁଇ ଯୁବକ ପରସ୍ପରକୁ ବିବାହ କରିଥିଲେ । ଏହି ଘଟଣା ଜାଣିବା ପରେ ଦୁଇ ଯୁବକଙ୍କ ପରିବାର ଲୋକେ ଆବାକାବା ହୋଇଯାଇଥିଲେ ।

ସୌ(ସୋସିଆଲ ମିଡିଆ)

Shocking News: ମଦ ନିଶାରେ ଲୋକେ ଅପରାଧଠାରୁ ଆରମ୍ଭ କରି ଅଜବ କାରନାମା କରୁଥିବା ଭଳି ବିଭିନ୍ନ ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ । କିନ୍ତୁ ତେଲେଙ୍ଗାନାର ମେଡ଼କ ଜିଲ୍ଲାରୁ ଏକ ଅସାଧାରଣ ଖବର ସାମ୍ନାକୁ ଆସିଥିଲା ଯାହାକୁ ଶୁଣି ଆପଣ ବିଶ୍ବାସ କରିପାରିବେନି । ପ୍ରଥମେ ଏକାଠି ବସି ମଦ ପିଇବା ପରେ ନିଶାରେ ଚୁର ଦୁଇ ଯୁବକ ପରସ୍ପରକୁ ବିବାହ କରିଥିଲେ । ଏହି ଘଟଣା ଜାଣିବା ପରେ ଦୁଇ ଯୁବକଙ୍କ ପରିବାର ଲୋକେ ଆବାକାବା ହୋଇଯାଇଥିଲେ ।

ସୂଚନା ମୁତାବିକ, ଏହି ଅଜବ ଘଟଣାଟି ଗତବର୍ଷ ଏପ୍ରିଲ ମାସର ଅଟେ । କୋଲଚରନ ଅଞ୍ଚଳର ଡ଼ାମପ୍ଲାକୁଣ୍ଟାର ଏକ ମଦ ଦୋକାନରେ ସାଙ୍ଗରରେଡ୍ଡି଼ ଜିଲ୍ଲାର ଯୋଗୀପେଟ( ୨୧) ଓ ମେଡ଼କ ଜିଲ୍ଲାର ଚନ୍ଦୁର( ୨୨) ପରସ୍ପରକୁ ଭେଟିଥିଲେ । ପରେ ସେମାନେ ବହୁ ସମୟ ଧରି ମଦ ପିଇଥିଲେ । ମଦ ନିଶାରେ ଚୁର ହୋଇ ନିଜର ହିତାହିତ ଜ୍ଞାନ ଭୁଲିଥିଲେ ଏହି ଦୁଇ ଯୁବକ । ନିଶାରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ପରଦିନ ଚନ୍ଦୁର  ଯୋଗୀପେଟଙ୍କ ଘରକୁ ଯାଇଥିଲେ । ସେଠାରେ ସେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ପୁଅକୁ ବିବାହ କରିଥିବା କହିବା ସହ ସେ ଆଜିଠାରୁ ଏହିଠାରେ ରହିବା ନେଇ କହିଥିଲେ । ଏହା ଶୁଣିବା ପରେ ଯୁବକଙ୍କ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥି୍ଲେ । ସେମାନେ ଯୁବକଙ୍କୁ ଘରକୁ ଯିବା ପାଇଁ କହିଥିବା ବେଳେ ଯୁବକ ଏଥିରେ ରାଜି ନ ହୋଇ ଜିଦ ଧରି ବସିଥିଲେ । ତାଙ୍କୁ ୧ ଲକ୍ଷ ଟଙ୍କା ଦେଲେ ସେ ଏଠାରୁ ଯିବେ ବୋଲି ରୋକଠୋକ୍ ଶୁଣାଇଥିଲେ । ପରେ ପରିବାର ଲୋକେ ରାଜି ନହେବାରୁ ସେ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ ।

Also Read-Shocking News: ଜୁଆରରେ ଭାସିଗଲେ , ସମୁଦ୍ର ମଝିରେ ୨୪ ଦିନ ରହି କେଚଅପ୍ ଖାଇ ବଞ୍ଚାଇଥିଲେ ଜୀବନ

Also Read-Shocking: ବିବାହ ବେଦିକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ, ସାନଭଉଣୀର ହାତ ଧରିଲା ବର

Also Read-Weird News: ଏଠାରେ ଶାରୀରିକ ସମ୍ପର୍କ ରଖିବା ପାପ, ଚୁମ୍ବନ ଓ ଗାଧୋଇବା ଉପରେ ବି ଲାଗିଛି ରୋକ

ତେବେ ଅଭିଯୋଗ ପରେ ପୋଲିସ ଉଭୟ ପରିବାର ଲୋକଙ୍କ ଡ଼ାକି ଆଲୋଚନା କରିଥିଲା । ଶେଷରେ ଯୋଗୀପେଟଙ୍କ ପରିବାର ଲୋକେ ୧୦,୦୦୦ ଟଙ୍କା ପ୍ରଦାନ ପରେ ଯୁବକ ଜଣକ ନିଜ ଅଭିଯୋଗ ଫେରାଇ ନେଇଥିଲେ ।