Maharashtra Panchayat Election Result: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ଏନସିପି ଓ ଉଦ୍ଧବ ଶିବସେନାର ବୃହତ ବିଜୟ, ବିଜେପି-ଏକନାଥଙ୍କୁ ଲାଗିଲା ଜୋରଦାର ଝଟକା!
Advertisement
Article Detail0/zeeodisha/odisha1399924

Maharashtra Panchayat Election Result: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ଏନସିପି ଓ ଉଦ୍ଧବ ଶିବସେନାର ବୃହତ ବିଜୟ, ବିଜେପି-ଏକନାଥଙ୍କୁ ଲାଗିଲା ଜୋରଦାର ଝଟକା!

Maharashtra Gram Panchayat Polls 2022: ମହା ବିକାଶ ଅଘାଡ଼ି ହେଉଛି ଉଦ୍ଧବ ଠାକରେଙ୍କ ଶିବସେନା, ଏନସିପି ଏବଂ କଂଗ୍ରେସର ଏକ ମିଳିତ ମେଣ୍ଟ । ସେପଟେ ଏହାର ବିରୋଧୀ ମେଣ୍ଟ ଏନଡିଏ ଅପେକ୍ଷା MVA ୧୦୭ଟି ଆସନ ଅଧିକ ଜିତିଛି । ଏନଡିଏ ୩୫୭ଟି ଆସନ ପାଇଛି । ଅନ୍ୟପକ୍ଷରେ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନରେ ୨୫୮ଟି ଆସନ ହାସଲ କରିଛନ୍ତି ।

Maharashtra Panchayat Election Result: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ଏନସିପି ଓ ଉଦ୍ଧବ ଶିବସେନାର ବୃହତ ବିଜୟ, ବିଜେପି-ଏକନାଥଙ୍କୁ ଲାଗିଲା ଜୋରଦାର ଝଟକା!

ମୁମ୍ୱାଇ: Maharashtra Gram Panchayat Polls 2022: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ​​ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ଚମତ୍କାର ପ୍ରଦର୍ଶନ କରିଛି । ୧୦୭୯ଟି ଆସନ ମଧ୍ୟରୁ ୪୬୪ଟି ଆସନ MVA ଖାତାକୁ ଯାଇଛି । ମହା ବିକାଶ ଅଘାଡ଼ି ହେଉଛି ଉଦ୍ଧବ ଠାକରେଙ୍କ ଶିବସେନା, ଏନସିପି ଏବଂ କଂଗ୍ରେସର ଏକ ମିଳିତ ମେଣ୍ଟ । ସେପଟେ ଏହାର ବିରୋଧୀ ମେଣ୍ଟ ଏନଡିଏ ଅପେକ୍ଷା MVA ୧୦୭ଟି ଆସନ ଅଧିକ ଜିତିଛି । ଏନଡିଏ ୩୫୭ଟି ଆସନ ପାଇଛି । ଅନ୍ୟପକ୍ଷରେ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନରେ ୨୫୮ଟି ଆସନ ହାସଲ କରିଛନ୍ତି । ଏହି ନିର୍ବାଚନ ମହାରାଷ୍ଟ୍ରର ଗ୍ରାମାଞ୍ଚଳର ଲୋକଙ୍କ ମୁଡ୍ ବିଷୟରେ ମଧ୍ୟ ଜାଣିବାକୁ ମିଳିଛି । ଏଠାରେ କହି ରଖୁଛୁ ଯେ, ପଞ୍ଚାୟତ ନିର୍ବାଚନର ୧୦୭୯ଟି ଆସନ ମଧ୍ୟରୁ କଂଗ୍ରେସ ୧୫୨ଟି ଆସନ, ଏନସିପି ୧୫୭ଟି ଆସନ ଏବଂ ଶିବସେନା (ଠାକରେ) ୧୫୫ଟି ଆସନ ଜିତିଛି । ଅନ୍ୟପଟେ ବିଜେପି ୨୪୪ଟି ଆସନ ଏବଂ ଏକନାଥ ସିନ୍ଦେଙ୍କ ଶିବସେନା ୧୧୩ଟି ଆସନ ଜିତିଛି । ସେପଟେ ଅନ୍ୟମାନେ ୨୫୮ଟି ଆସନ ଜିତିଛନ୍ତି ।

ତେବେ ମହାରାଷ୍ଟ୍ରର ଗ୍ରାମପଞ୍ଚାୟତ ନିର୍ବାଚନରେ ​​ବିଜେପି ସର୍ବାଧିକ ୩୯୭ଟି ଆସନ ଜିତିବାର ଦାବି କରିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟରେ ବିଜେପିର ରାଜ୍ୟ ୟୁନିଟ୍ କହିଛି ଯେ, ୩୯୭ଟି ଆସନ ଜିତି ଗ୍ରାମପଞ୍ଚାୟତ ନିର୍ବାଚନରେ ​​ଗେରୁଆ ଦଳ ଏକ ନମ୍ବର ଦଳ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ 'ବାଲାସାହେବାଞ୍ଚି ଶିବସେନା' ସହ ମିଶି ମିଳିତ ସଂଖ୍ୟା ୪୭୮ରେ ପହଞ୍ଚିଛି । ୨୩୫ଟି ଗାଁରେ ସରପଞ୍ଚ କିମ୍ବା ଗ୍ରାମ ମୁଖିଆ ପଦ ଜିତିବାରେ ବିଜେପି ସଫଳ ହୋଇଛି । କଂଗ୍ରେସ ୧୩୪ଟି ଆସନ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ୧୧୦ଟି, ଶିବସେନା (ଠାକରେ)  ୧୨୮ ଏବଂ 'ବାଲାସାହେବାଞ୍ଚି ଶିବସେନା' ୧୧୪ଟି ଆସନ ଜିତିଛି । ୩୦୦ ସ୍ୱାଧୀନ ପ୍ରାର୍ଥୀ ଗ୍ରାମ ପଞ୍ଚାୟତ ନିର୍ବାଚନରେ ​​ଜିତିଛନ୍ତି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, 'ବାଲାସାହେବାଞ୍ଚି ଶିବସେନା' ସପକ୍ଷରେ ଭୋଟରମାନେ ଏହି ରାୟ ଦେଇଛନ୍ତି । ଆମେ ନେଇଥିବା ପଦକ୍ଷେପ (ଉଦ୍ଧବ ଠାକରେଙ୍କ ଶିବସେନା ସହିତ ଅଲଗା ହେବାର ଉପାୟ) ଠିକ୍ ପ୍ରମାଣିତ ହୋଇଛି । 'ବାଲାସାହେବାଞ୍ଚି ଶିବସେନା' ଓ ବିଜେପିକୁ ଲୋକଙ୍କ ସମର୍ଥନ ମିଳିଛି । ଲୋକମାନେ ଭରସା ସହ ଭୋଟ୍ ଦେଇଛନ୍ତି ଯାହା ଫଳାଫଳରେ ଦୃଶ୍ୟମାନ ହେଉଛି । 

ଅଧିକ ପଢ଼ନ୍ତୁ:-ୱାର୍ମ ଅପ୍ ମ୍ୟାଚରୁ ହେଲା ସ୍ପଷ୍ଟ, ପୂରା ଟି-20 ବିଶ୍ୱକପରେ ବେଞ୍ଚରେ ବସିଥିବାର ନଜର ଆସିବେ ଟିମ୍ ଇଣ୍ଡିଆର ଏହି ବଡ଼ ମ୍ୟାଚ୍ ୱିନର!

ଅଧିକ ପଢ଼ନ୍ତୁ:-ୱାର୍ମ ଅପ୍ ମ୍ୟାଚରୁ ହେଲା ସ୍ପଷ୍ଟ, ପୂରା ଟି-20 ବିଶ୍ୱକପରେ ବେଞ୍ଚରେ ବସିଥିବାର ନଜର ଆସିବେ ଟିମ୍ ଇଣ୍ଡିଆର ଏହି ବଡ଼ ମ୍ୟାଚ୍ ୱିନର!

ଅଧିକ ପଢ଼ନ୍ତୁ:-ଥମିବାର ନା ନେଉନି ଖେଳାଳିଙ୍କ ଆହତ ହେବା ଘଟଣା, ବର୍ତ୍ତମାନ ଏହି ଘାତକ କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ଅନ୍ୟପକ୍ଷରେ କଂଗ୍ରେସ ମହାରାଷ୍ଟ୍ରର ନାଗପୁର ଜିଲ୍ଲା ପରିଷଦ ଉପରେ ନିଜର ଦଖଲ ବଜାୟ ରଖିଛି । କଂଗ୍ରେସର ପ୍ରାର୍ଥୀମାନେ ସ୍ଥାନୀୟ ସଂସ୍ଥାର ସଭାପତି ତଥା ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଜିଲା ପରିଷଦର ସଦସ୍ୟମାନଙ୍କ ଏକ ସ୍ୱତନ୍ତ୍ର ସାଧାରଣ ବୈଠକ ସମୟରେ କଂଗ୍ରେସର ମୁକ୍ତା କୋକାର୍ଡ ସଭାପତି ଓ କୁଣ୍ଡା ରାଉତଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ୫୭ ସଦସ୍ୟ ବିଶିଷ୍ଟ ଜିଲ୍ଲା ପରିଷଦରେ କୋକାର୍ଡ ୩୯ଟି ଭୋଟ୍ ପାଇଥିବାବେଳେ ରାଉତ ୩୮ ଭୋଟ୍ ପାଇଛନ୍ତି । ନାଗପୁର ହେଉଛି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗୃହ ଜିଲ୍ଲା । ଏହାସହ ଏଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ର ମୁଖ୍ୟ କାର୍ଯ୍ୟାଳୟ ରହିଛି ।