ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା କାର, ୫ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା
Advertisement

ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା କାର, ୫ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା

ସଂଗୋଲା ଜିଲ୍ଲାର ଜୁନୋନୀ ଗ୍ରାମ ନିକଟରେ ଘଟିଛି। ଘଟଣାର ସୂଚନା ମିଳିବା କ୍ଷଣି ହିଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୋକବ୍ୟକ୍ତ କରିଛନ୍ତି। 

ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା କାର, ୫ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା

Maharastra Accident: ସୋଲାପୁର: ଧାର୍ମିକ କାର୍ତ୍ତିକ ମାସ (Kartik Month) ଚାଲିଥିବା ବେଳେ ଲଗାତାର ଦୁଇ ଦିନ ଧରି ମୃତ୍ୟୁ ଯନ୍ତାରେ ପଡ଼ୁଛନ୍ତି ଶତାଧିକ ଶ୍ରଦ୍ଧାଳୁ (Piligrims)। ଗତକାଲି ଗୁଜରାଟରେ (Gujarat) ଝୁଲା ପୋଲ (Hanging Bridge) ଛିଡ଼ି ଯିବାରୁ ୧୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ (Piligrims) ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସିଛି ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରୁ। କାର୍ତ୍ତିକ ଏକାଦଶୀ ପାଇଁ ନିକଟସ୍ଥ ପଣ୍ଢରପୁର (Pandharpur) ଯାଉଥିବା କିଛି ଶ୍ରଦ୍ଧାଳୁଙ୍କ ଉପରେ ଏକ ଚଳନ୍ତା କାର ଚଢିଯିବାରୁ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରର (Maharastra) ସୋଲାପୁର (Solapur) ରୁ ଆସିଛି। ସେପଟେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଇଛନ୍ତି। 

ମିଳିଥିବା ସୂଚନା ମୁତାବକ ସଂଗୋଲା ଜିଲ୍ଲାର (Songla District) ଜୁନୋନୀ ଗ୍ରାମ ନିକଟରେ ଘଟିଛି। ଘଟଣାର ସୂଚନା ମିଳିବା କ୍ଷଣି ହିଁ ମୁଖ୍ୟମନ୍ତ୍ରୀ (Chief Minister) ଏକନାଥ ସିନ୍ଦେ (Eknath Shinde) ଶୋକବ୍ୟକ୍ତ କରିଛନ୍ତି। ଆହତମାନଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୃତକଙ୍କ ପରିଜନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେପଟେ ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ନେଇ ସୋଲାପୁର ସିରିଶ ସରଦେଶପାଣ୍ଡେ କହିଛନ୍ତି କି ସୋଲାପୁର ସଂଗୋଲ କସବେରେ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଶାରଦା ଆନନ୍ଦ ଘୋଡ଼କେ, ସୁଶୀଳା ପାଓ୍ୱାର, ରଞ୍ଜନ ବଲଓ୍ୱନ୍ତ ଜାଦଓ୍ୱି, ଗୌରଓ୍ୱ ପାଓ୍ୱାର, ସରଜେରାଓ ଶ୍ରୀପତୀ ଯାଦଓ୍ୱ, ସୁନୀତା ସୁଭାଷ କଟେ ଓ ଶାନ୍ତାବାଇ ଶିବାଜୀ ଯାଦଓ୍ୱି ସାମିଲ ରହିଥିବା ଜଣାପଡ଼ିଛି। 

ସେପଟେ ଗତକାଲି ଗୁଜରାଟରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୫୦ ଛୁଇଁ ସାରିଲାଣି। ଏହି ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ମୋରବି ନଦୀ ଉପରେ ଘଟିଥିବା ଏହି ଦୁର୍ଘଟଣାରେ ସ୍ଥାନୀୟ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ତଦନ୍ତକୁ ଜୋରଦାର କରିଛି। ମିଡ଼ିଆ ରିପୋର୍ଟ ମୁତାବକ ସୋମବାର ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ନିଜ ହେପାଜତକୁ ନେଇ ଜେରା ଚଲାଇଛି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସୁଥିବା ଖବର ଅନୁଯାୟୀ ଜେରା ପରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା। ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପ୍ରବନ୍ଧକ ଓ ଦେଖାରଖା କରୁଥିବା ପର୍ଯ୍ୟବେକ୍ଷକ ମଧ୍ୟ ରହିଛନ୍ତି। ଆହୁରି ମଧ୍ୟ କୁହାଯାଉଛି କି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ମ୍ୟାନେଜର, ଦୁଇ ଜଣ ଟିକେଟ କ୍ଲର୍କ, ୩ ଜଣ ସୁରକ୍ଷାକର୍ମୀ ଓ ଦୁଇ ଜଣ ମରାମତି କଣ୍ଟ୍ରାକ୍ଟର ରହିଛନ୍ତି। 

ଅଧିକ ପଢନ୍ତୁ: Ravi Shastri predicted: ପାକିସ୍ତାନ ଖେଳାଳିଙ୍କୁ ନେଇ ଏପରି ଅନୁମାନ କଲେ ରବି ଶାସ୍ତ୍ରୀ, କହିଲେ ବିଶ୍ୱକପ ପରେ ଅବସର ନେଇଯିବେ ବୋଧେ...