Manipur Violence: ସରକାର ନେଲେ କଠୋର ପଦକ୍ଷେପ, ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1680951

Manipur Violence: ସରକାର ନେଲେ କଠୋର ପଦକ୍ଷେପ, ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ

Manipur Violence Update: ମଣିପୁରରେ ହୋଇଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସରକାରଙ୍କ ଦ୍ୱାରା 'ଗୁଳି ମାରିବା'କୁ ନିର୍ଦ୍ଦେଶ ଦିଆଯାଇଛି । ହିଂସା ପ୍ରଭାବିତ ଅଞ୍ଚଳରେ ସେନାର ଫ୍ଲାଗ ମାର୍ଚ୍ଚ ଜାରି ରହିଛି । ହେଲିକପ୍ଟର ମାଧ୍ୟମରେ ମଧ୍ୟ ମନିଟରିଂ କରାଯାଉଛି ।

ସୌ: ସୋସିଆଲ ମିଡିଆ

Manipur Violence: ମଣିପୁରରେ ହୋଇଥିବା ହିଂସାକୁ ରୋକିବା ପାଇଁ ଗୁରୁବାର ଦିନ ସନ୍ଧ୍ୟାରେ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ହିଂସା ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ରାଜ୍ୟପାଳଙ୍କ ନିକଟରେ ଏହି ପ୍ରସ୍ତାବ ଦାଖଲ କରିଥିଲେ । ଯାହାକୁ ଗୁରୁବାର ଦିନ ସନ୍ଧ୍ୟାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୁମୋଦନ ଦେଇଛନ୍ତି ।

ହିଂସା ପ୍ରଭାବିତ ଅଞ୍ଚଳରେ ଧାରା 144 ଜାରି
ଏହାପୂର୍ବରୁ ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଧାରା 144 ଲାଗୁ କରାଯାଇଥିଲା । ଯାହା ପରେ ଏହି ଅଞ୍ଚଳରେ ଜନତାଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଛି । ଏହା ବ୍ୟତୀତ ଆସନ୍ତା ପାଞ୍ଚ ଦିନ ପାଇଁ ଏହି ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ ରହିଛି । ବାସ୍ତବରେ ମଣିପୁରରେ ଆଦିବାସୀ ଆନ୍ଦୋଳନ ସମୟରେ ବୁଧବାର ହିଂସା ଆରମ୍ଭ ହୋଇଥିଲା ।

ହିଂସା ଘଟଣାରେ ଜଡିତ ସମୁଦାୟ ଆଠଟି ଜିଲ୍ଲା
ଏପର୍ଯ୍ୟନ୍ତ ଆଠଟି ଜିଲ୍ଲା ହିଂସାର ଶିକାର ହୋଇଛନ୍ତି । ମଣିପୁରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆସାମ ରାଇଫଲ୍ସର ୩୪ଟି କମ୍ପାନୀ ଓ ୯ ଟି ସେନା କମ୍ପାନୀ ନିୟୋଜିତ ହୋଇଛନ୍ତି । ଦିଲ୍ଲୀରୁ ଗୃହ ମନ୍ତ୍ରଣାଳୟ ମଧ୍ୟ ରାପିଡ୍ ଆକ୍ସନ୍ ଫୋର୍ସର ପାଞ୍ଚଟି କମ୍ପାନୀ ମଣିପୁରକୁ ପଠାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମଣିପୁରରେ ଇମ୍ଫାଲ ୱେଷ୍ଟ, କାଚଚିଂ, ଥୋବାଲ, ଜିରିବମ୍, ବିଷ୍ଣୁପୁର, ଚୁରାଚାନ୍ଦପୁର, କାଙ୍ଗପୋକପି ଓ ଟେଙ୍ଗନୁପାଲରେ କର୍ଫ୍ୟୁ ଲାଗୁ କରାଯାଇଛି ।

ମେରି କୋମ କରିଛନ୍ତି ଟ୍ୱିଟ୍ 
ମହିଳା ବକ୍ସର ମେରି କୋମ ମଧ୍ୟ ମଣିପୁରର ପରିସ୍ଥିତି ସମ୍ପର୍କରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି । ମେରି କୋମ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ମୋର ରାଜ୍ୟ ମଣିପୁର ଜଳୁଛି । ଦୟାକରି ସାହାଯ୍ୟ କରନ୍ତୁ । ସେ ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପିଏମଓ କାର୍ଯ୍ୟାଳୟ, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ସେ ନିଜ ଟ୍ୱିଟରେ ମଣିପୁର ହିଂସାର କିଛି ଚିତ୍ର ସେୟାର କରିଛନ୍ତି ।

ସରକାର ଜାରି କରିଛନ୍ତି ହେଲ୍ପଲାଇନ ନମ୍ବର 
ମଣିପୁରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ସ୍ଥାନୀୟ ଲୋକ, ଅଧିକାରୀ, ଶ୍ରମିକ ଯେଉଁମାନେ ଅସୁବିଧାରେ ଅଛନ୍ତି କିମ୍ବା ବର୍ତ୍ତମାନର ସ୍ଥାନରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି, ସେମାନେ ଏହି ନମ୍ବର ବ୍ୟବହାର କରିପାରିବେ । କିଛି ଲୋକ ନିଜ ଅଞ୍ଚଳରେ ରହିବାକୁ ନିଜକୁ ଅସୁରକ୍ଷିତ ମନେ କରୁଥିବା କ୍ୟାମ୍ପ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢ଼ନ୍ତୁ: Kohli vs Gambhir: କୋହଲି ଓ ଗମ୍ଭୀର ବିବାଦକୁ ନେଇ ମୁଁହ ଖୋଲିଲେ ଗାଭାସ୍କର, କହିଦେଲେ ଏତେ ବଡ଼ କଥା