Kottankulangara Devi temple: ଭାରତର ଏହି ମନ୍ଦିରକୁ ପ୍ରବେଶ କରିବାକୁ ହେଲେ ପୁରୁଷଙ୍କୁ ହେବାକୁ ପଡ଼ିଥାଏ ନାରୀ! ଅନନ୍ୟ ପରମ୍ପରାରେ ହୁଏ ଦେବୀ ପୂଜା
Advertisement

Kottankulangara Devi temple: ଭାରତର ଏହି ମନ୍ଦିରକୁ ପ୍ରବେଶ କରିବାକୁ ହେଲେ ପୁରୁଷଙ୍କୁ ହେବାକୁ ପଡ଼ିଥାଏ ନାରୀ! ଅନନ୍ୟ ପରମ୍ପରାରେ ହୁଏ ଦେବୀ ପୂଜା

Kottankulangara Devi temple: ଭାରତର ଏହି ମନ୍ଦିରରେ ପୁରୁଷମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଇ ନଥାଏ ।  ଏହି ମନ୍ଦିର ଭିତରକୁ ପ୍ରବେଶ ପାଇଁ ପୁରୁଷଙ୍କୁ ମହିଳା ପରି ପୋଷାକ ପିନ୍ଧିବାକୁ ପଡ଼ିଥାଏ । ପୁରୁଷମାନେ ଷୋଳ ଶୃଙ୍ଗାର କରିବା ସହ ଶାଢ଼ୀ ପିନ୍ଧି ଏଠାରେ ଦେବୀଙ୍କ ଉପାସନା କରିଥାଆନ୍ତି ।

ସୌ(ସୋସିଆଲ ମିଡିଆ)

Kottankulangara Devi temple: ଭାରତର ସଂସ୍କୃତି ଏହାର ବିବିଧତା, ଅନନ୍ୟତା, ସୌନ୍ଦର୍ଯ୍ୟତା ପାଇଁ ଏହା ସାରା ବିଶ୍ୱରେ ପରିଚିତ। ଏଠାରେ ଥିବା ସମସ୍ତ ମନ୍ଦିର ଗୁଡିକର ଭିନ୍ନ ପରମ୍ପରା ମଧ୍ଯ ରହିଛି । କେତେକ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ କଟକଣା କଥା ତ ଆପଣ ଜାଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ କହିବୁ ଯେଉଁଠାରେ ପୁରୁଷମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଇ ନଥାଏ । ଖାଲି ଏତିକି ନୁହେଁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଏହି ମନ୍ଦିର ଭିତରକୁ ପ୍ରବେଶ ପାଇଁ ପୁରୁଷଙ୍କୁ ମହିଳା ପରି ପୋଷାକ ପିନ୍ଧିବାକୁ ପଡ଼ିଥାଏ । ପୁରୁଷମାନେ ଷୋଳ ଶୃଙ୍ଗାର କରିବା ସହ ଶାଢ଼ୀ ପିନ୍ଧି ଏଠାରେ ଦେବୀଙ୍କ ଉପାସନା କରିଥାଆନ୍ତି ।

ଏହି ବିଶେଷ ମନ୍ଦିର କେରଳର କୋଲ୍ଲମରେ ଅବସ୍ଥିତ । ଯାହା କୋଟ୍ଟାନଙ୍କୁଲଙ୍ଗରା ଶ୍ରୀ ଦେବୀ ମନ୍ଦିର(Kottankulangara Devi temple) ଭାବେ ବେଶ ଜଣାଶୁଣା । ମାର୍ଚ୍ଚ ମାସରେ ଏଠାରେ ଚାମାୟାଭିଲାକ୍କୁ ପର୍ବ(Chamayavilakku Festival) ପାଳନ କରାଯାଏ । ଏହି ପର୍ବ ସମୟରେ ପୁରୁଷମାନେ ମହିଳାଙ୍କ ପରି ଶାଢ଼ୀ ପିନ୍ଧି ମନ୍ଦିରକୁ ଭିତରକୁ ଯାଇ ଦେବୀଙ୍କୁ ପୂଜାଚ୍ଚନା କରିଥାଆନ୍ତି। ଏହି ଉତ୍ସବରେ ଦକ୍ଷିଣ ଭାରତର ଅନେକ ନାମକରା ମେକଅପ୍ କଳାକାର ପୁରୁଷଙ୍କୁ ମେକଅପ୍ କରିବା ଲାଗି ଆସିଥାଆନ୍ତି । ଏନେଇ ମନ୍ଦିର ପରିସରରେ ଏକ ଷ୍ଟଲ୍ ମଧ୍ଯ ଅଛି ଯେଉଁଥିରେ ପୁରୁଷଙ୍କୁ ମେକଅପ୍ କରାଯାଇଥାଏ । ଯେଉଁ ବ୍ୟକ୍ତିଙ୍କର ମେକଅପ୍ ସବୁଠାରୁ ସୁନ୍ଦର ହୋଇଥାଏ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ । କିନ୍ନର ସମ୍ପ୍ରଦାୟ ମଧ୍ୟ କେରଳର ଏହି ପର୍ବରେ ଅଂଶ ଗ୍ରହଣ କରିଥାଆନ୍ତି। ସ୍ଥାନୀୟ ଏକ ବିଶ୍ୱାସ ଅନୁସାରେ, ଗୋପାଳନ କରୁଥିବା କିଛି ପୁଅ ମାନେ ଝିଅ ମାନଙ୍କ ଭଳି ପୋଷାକ ପିନ୍ଧି ଖେଳୁଥିଲେ। ସେମାନେ ଏକ ପଥରକୁ ଭଗବାନ "କୋଟ୍ଟାନ୍" ଭାବେ ବିବେଚନା କରି ନଡିଆ ଓ ଫୁଲ ଅର୍ପଣ କରି ପୂଜା କରୁଥିଲେ । ଲୋକକଥା ଅନୁୟାୟୀ, ଜଣେ ବାଳକ ଆଗରେ ଦେବୀ ପ୍ରକଟ ହୋଇଥିଲେ ଓ ପରେ ଏକ ମନ୍ଦିର ଆସି ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ କ୍ରସ୍ ଡ୍ରେସିଂର ପ୍ରଥା ଆରମ୍ଭ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ପୂଜାପାଠ ପାଇଁ ମହିଳା ରୂପରେ ଏଠାକୁ ଆସୁଥିବା ପୁରୁଷମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ମାର୍ଚ୍ଚରେ ପଡୁଥିବା ମାଲାୟାଲମ୍ ମୀନାମ୍ ମାସ ଆଧାରରେ ଏହି ପର୍ବ ପାଳନ କରାଯାଏ । କୌଣସି ଧର୍ମ କିମ୍ବା ଜାତିର ବ୍ୟକ୍ତି ଏଠାକୁ ଆସିପାରିବେ ।

ନିକଟରେ ରେଳବାଇର ଅଧିକାରୀ ଅନନ୍ତ ରୁପାନାଗୁଡି ଟ୍ୱିଟରରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋ ପୋଷ୍ଟ କରି ସେ ଲେଖିଥିଲେ, କେରଳର କୋଲ୍ଲମ ଜିଲ୍ଲାର କୋଟ୍ଟାମକୁଲକାରାରେ ଥିବା ଦେବୀ ମନ୍ଦିରରେ ଚାମୟାଭିଲାକ୍କୁ ଉତ୍ସବ ନାମରେ ଏକ ପରମ୍ପରା ରହିଛି। ଏହି ପର୍ବକୁ ମହିଳା ବେଶଧାରୀ ପୁରୁଷମାନେ ପାଳନ କରିଥାନ୍ତି। ଉପରୋକ୍ତ ଚିତ୍ରଟି ସେହି ବ୍ୟକ୍ତିଙ୍କର, ଯିଏକି 'ମେକ-ଅପ୍ ଇନ୍ ଦି କଣ୍ଟେଷ୍ଟ' ରେ ପ୍ରଥମ ପୁରସ୍କାର ଜିତିଛନ୍ତି । ତେବେ ଏହି ପୋଷ୍ଟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି ।

 

ଏଥିରେ କମେଣ୍ଟ କରି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ମୁଁ କେବେ ବି ଅନୁମାନ କରିନଥିଲି ସେ ଜଣେ ପୁରୁଷ ବୋଲି, ମୁଁ ଭାବୁଛି ସେ ଏମିତି କେମିତି ଦେଖାଯାଉଛନ୍ତି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, 'ଯଦି ଇଏ ପୁରୁଷ, ତା'ହେଲେ ମେକଅପ୍ ଆର୍ଟିଷ୍ଟଙ୍କୁ ଓସ୍କାର ପାଇଁ ନୋମିନେଟ୍ ହେବା ଆବଶ୍ୟକ । ଅନ୍ୟ ଜଣେ ଲେଖିଛନ୍ତି, କୌଣସି ଟଲିଉଡ, ବଲିଉଡ୍, କି କୋଲିଉଡ଼ ହିରୋଇନଙ୍କୁ ଏହି ଫଟୋ ସହ ତୁଳନା କରାଯାଇ ପାରିବ ନାହିଁ ।