Mohan Charan Majhi: ନବୀନଙ୍କ ରାସ୍ତାରେ ମୋହନ ମାଝି: କୁଟ୍ଟେ ଓ ରବିକାନ୍ତଙ୍କୁ ଗୃହ ବିଭାଗ ଓଏସ୍‍ଡି
Advertisement
Article Detail0/zeeodisha/odisha2337546

Mohan Charan Majhi: ନବୀନଙ୍କ ରାସ୍ତାରେ ମୋହନ ମାଝି: କୁଟ୍ଟେ ଓ ରବିକାନ୍ତଙ୍କୁ ଗୃହ ବିଭାଗ ଓଏସ୍‍ଡି

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୋହନ ମାଝି ପ୍ରଥମେ ଆଶୀଷ ସିଂହଙ୍କୁ ଓଏସ୍‍ଡି ଭାବେ ନିଯୁକ୍ତ କରିଥିଲେ। ଏବେ ବରିଷ୍ଠ ଅଧିକାରୀ ଶ୍ରୀ କୁଟ୍ଟେ ଏବଂ ତାଙ୍କ ସହଯୋଗୀ ରବି କାନ୍ତଙ୍କୁ ବିନା ନିର୍ଦ୍ଦିଷ୍ଟ ଦାୟିତ୍ବରେ ଗୃହ ବିଭାଗରେ ବସାଇ ପ୍ରରୋକ୍ଷ ଦଣ୍ଡ ଦେବାକୁ ସ୍ଥିର କରିଥିବା ଜଣାପଡ଼ିଛି। 

Mohan Charan Majhi: ନବୀନଙ୍କ ରାସ୍ତାରେ ମୋହନ ମାଝି: କୁଟ୍ଟେ ଓ ରବିକାନ୍ତଙ୍କୁ ଗୃହ ବିଭାଗ ଓଏସ୍‍ଡି

Mohan Charan Majhi: ଭୁବନେଶ୍ୱର: ଆଇପିଏସ୍‍ ଅଧିକାରୀଙ୍କୁ ଓଏସ୍‍ଡି ଭାବେ ନିଯୁକ୍ତି ଦେବାରେ ନବୀନ ସରକାରଙ୍କ ସହ ପ୍ରତିଯୋଗିତା କରିଛନ୍ତି ବର୍ତ୍ତମାନର ମୋହନ ମାଝି ସରକାର। ଏହାଦ୍ୱାରା ଏବେ ୫ ବରିଷ୍ଠ ଆଇପିଏସ୍‍ ବିନା କୌଣସି ନିର୍ଦ୍ଧାରିତ ଦାୟିତ୍ୱରେ ଗୃହ ବିଭାଗରେ ଓଏସ୍‍ଡି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସମସ୍ତଙ୍କ ବିରୁଦ୍ଧରେ ପରୋକ୍ଷ ଅଭିଯୋଗ ହେଲା ଏମାନେ କାର୍ଯ୍ୟ କରୁଥିବା ସରକାରଙ୍କ ବୋଲ ମାନୁ ନାହାନ୍ତି। 

ଏହି ତାଲିକାରେ ସଦ୍ୟ ଭାବେ ସାମିଲ୍‍ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଅଧିକାରୀ ଡିଏସ୍‍ କୁଟ୍ଟେ ଏବଂ ଦିଲ୍ଲୀରେ ଅବସ୍ଥାପିତ ଥିବା ଓଡ଼ିଶା ଆବାସିକ କମିଶନର ରବି କାନ୍ତ। ପୂର୍ବରୁ ମୋହନ ମାଝି ସରକାର ଆଶୀଷ ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାନ ପଦକ୍ଷେପ ନେଇଥିଲେ। ସେହିପରି ନବୀନ ସରକାର ମଧ୍ୟ ରିତୁ ଅରୋରା ଏବଂ ଏସ୍‍ଏମ୍‍ ନରଓ୍ୱାଣେଙ୍କୁ ଗୃହ ବିଭାଗର ଓଏସ୍‍ଡି ଦାୟିତ୍ୱ ଦେଇଥିଲେ। 
୧୯୯୭ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ଡିଏସ୍‍ କୁଟ୍ଟେଙ୍କ ଘର ହେଉଛି ମହାରାଷ୍ଟ୍ରରେ। ସେ ଅତିରିକ୍ତ ପୁଲିସ ଡିଜି ପାହ୍ୟାରେ ଅବସ୍ଥାପିତ। ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ସେ ନବୀନଙ୍କ ଜଣେ ପ୍ରମୁଖ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୁଏ। ଏପରିକି ରାଜନୀତିକ ଲୋକଙ୍କ ସହ ସମ୍ପର୍କ ରକ୍ଷା କରିବା ଏବଂ ନବୀନଙ୍କ ପାଇଁ ସଂଗଠନ ଚଳାଇବାରେ ତାଙ୍କର ଭୂମିକା ଥିବା ଅଭିଯୋଗ ହୋଇଛି। 

ସେହିପରି ଡିଏସ୍‍ କୁଟ୍ଟେଙ୍କ ଦୁଇ ପ୍ରମୁଖ ଆଇପିଏସ୍‍ ସହଯୋଗୀ ହେଉଛନ୍ତି ୧୯୯୮ ବ୍ୟାଚ୍‍ ଆଇପିଏସ୍‍ ରବି କାନ୍ତ ଏବଂ ୨୦୦୪ ବ୍ୟାଚ୍‍ ଆଇପିଏସ୍‍ ଆଶୀଷ କୁମାର ସିଂହ। ଏ ଦୁହିଁଙ୍କ ଭିତରୁ ଜଣେ ଦିଲ୍ଲୀରେ ଏବଂ ଅନ୍ୟଜଣକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ଓଡ଼ିଶାରେ ରାନୀତିକ କାର୍ଯ୍ୟ ଏପରିକି ସାମାଜିକ ଗଣମାଧ୍ୟମର କଣ୍ଟେଣ୍ଟ ପରିଚାଳନା କରୁଥିବା ଅଭିଯୋଗ ହୋଇଛି। 

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୋହନ ମାଝି ପ୍ରଥମେ ଆଶୀଷ ସିଂହଙ୍କୁ ଓଏସ୍‍ଡି ଭାବେ ନିଯୁକ୍ତ କରିଥିଲେ। ଏବେ ବରିଷ୍ଠ ଅଧିକାରୀ ଶ୍ରୀ କୁଟ୍ଟେ ଏବଂ ତାଙ୍କ ସହଯୋଗୀ ରବି କାନ୍ତଙ୍କୁ ବିନା ନିର୍ଦ୍ଦିଷ୍ଟ ଦାୟିତ୍ବରେ ଗୃହ ବିଭାଗରେ ବସାଇ ପ୍ରରୋକ୍ଷ ଦଣ୍ଡ ଦେବାକୁ ସ୍ଥିର କରିଥିବା ଜଣାପଡ଼ିଛି। 

ନବୀନ ସରକାରଙ୍କ ସମୟରେ ମଧ୍ୟ କିଛି ଆଇପିଏସ୍‍ଙ୍କୁ ଏପରି ପାଟି ଚୁପ୍‍ କରିବାକୁ ଦଣ୍ଡ ଦିଆଯାଇଥିବା କୁହାଯାଏ। ଅନେକ ଅଧିକାରୀ ଏଥିରେ ପ୍ରଭାବିତ ହୋଇ଼ଛନ୍ତି। ସେଥିରୁ ଅନେକ ଅବସର ବି ନେଇଛନ୍ତି ଆଉ କିଛି ସେଲିସ କରି ପୁଣି ମୁଖ୍ୟସ୍ରୋତକୁ ଫେରିଥିଲେ। କିନ୍ତୁ ଏବେ ବି ଦୁଇଜଣ ବରିଷ୍ଠ ଅଧିକାରି ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ହେଲେ ୧୯୮୯ ବ୍ୟାଚ୍‍ ବରିଷ୍ଠ ଆଇପିଏସ୍‍ ଅଧିକାରୀ ତଥା ଡିଜି ପାହ୍ୟାର ଏସ୍‍ଏମ୍‍ ନରଓ୍ୱାଣେ। ତାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ନିଯୁକ୍ତ କରାଯାଇଥିଲା। ସେ ଏବେ ବି ସେହି ପଦବୀରେ ରହିଛନ୍ତି। ସେହିପରି ୧୯୯୫ ବ୍ୟାଚ ଆଇପିଏସ୍‍ ରିତୁ ଅରୋରା  ମଧ୍ୟ ସମାନ ଭାବେ ଗୃହ ବିଭାଗର ଓଏସ୍‍ଡି ଭାବେ କାର୍ଯ୍ୟରତ।