Money Transfer: ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଫେରି ପାଇବେ ଆପଣଙ୍କ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା
Advertisement

Money Transfer: ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଫେରି ପାଇବେ ଆପଣଙ୍କ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

Money Transfer To Wrong Bank Account:  ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ଯଦି ଆମେ ଭୁଲରେ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ପଠାଇଦେଇଛୁ ତ ଆମେ କ'ଣ କରିବୁ, କିମ୍ୱା ସେହି ଟଙ୍କା ପୁନଃ ପ୍ରାପ୍ତ କରିପାରିବୁ କି ନାହିଁ? ଆସନ୍ତୁ ଜାଣିବା ଯଦି ଆମେ ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଛୁ, ତେବେ ସେହି ପରିସ୍ଥିତିରେ କ’ଣ କରାଯାଇପାରିବ?

Money Transfer: ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଫେରି ପାଇବେ ଆପଣଙ୍କ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

Money Transfer To Wrong Bank Account: ବର୍ତ୍ତମାନ ସମୟରେ ବ୍ୟାଙ୍କିଙ୍ଗ୍ (Banking) ସମ୍ବନ୍ଧୀୟ ଅନେକ କାର୍ଯ୍ୟ ଅନଲାଇନ୍ ଓ ଡିଜିଟାଲ୍ ଭାବରେ ଆରମ୍ଭ ହୋଇଛି । ବିଶେଷକରି ଆମେ ଅଧିକାଂଶ କାର୍ଯ୍ୟ ଯେପରି ନେଣଦେଣ, ବିଲ୍ ପେମେଣ୍ଟ, ରିଚାର୍ଜ ଅନଲାଇନରେ କରିଥାଉ । କିନ୍ତୁ ଅନେକ ଥର ଏପରି ସମସ୍ୟା ଆସେ ଯେତେବେଳେ ଆମେ ଭୁଲବଶତଃ କିଛି ଅଜ୍ଞାତ କିମ୍ବା ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଇଥାଉ, ଯେଉଁଥିପାଇଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ଯଦି ଆମେ ଭୁଲରେ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ପଠାଇଦେଇଛୁ (mistakenly sent money to another account) ତ ଆମେ କ'ଣ କରିବୁ, କିମ୍ୱା ସେହି ଟଙ୍କା ପୁନଃ ପ୍ରାପ୍ତ କରିପାରିବୁ କି ନାହିଁ? ଆସନ୍ତୁ ଜାଣିବା ଯଦି ଆମେ ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଛୁ, ତେବେ ସେହି ପରିସ୍ଥିତିରେ କ’ଣ କରାଯାଇପାରିବ?

କ’ଣ କହୁଛି RBI?

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନିୟମ ଅନୁଯାୟୀ, "ପେମେଣ୍ଟ ନିର୍ଦ୍ଦେଶାବଳୀରେ ସଠିକ୍ ଇନପୁଟ୍ ପ୍ରଦାନ କରିବାର ଦାୟିତ୍ୱ, ବିଶେଷକରି ହିତାଧିକାରୀ ଆକାଉଣ୍ଟ ନମ୍ବର ସୂଚନା, ପ୍ରେଷକ କିମ୍ବା ପ୍ରବର୍ତ୍ତକ ଅର୍ଥାତ୍ ଟଙ୍କା ପଠାଉଥିବା ଥିବା ବ୍ୟକ୍ତିଙ୍କ ଉପରେ ରହିଥାଏ । କୌଣସି ଆକାଉଣ୍ଟକୁ ଟଙ୍କା ପଠାଇବା ସମୟରେ ହିତାଧିକାରୀଙ୍କ ନାମ ବାଧ୍ୟତାମୂଳକ ଅଟେ । ତଥାପି, କ୍ରେଡିଟ୍ କିମ୍ବା ଟଙ୍କା ଟ୍ରାନ୍ସଫର କରିବା ପାଇଁ ସଠିକ୍ ଆକାଉଣ୍ଟ୍ ନମ୍ବର ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକ୍ରିୟା ଶାଖାଗୁଡ଼ିକରେ ହେଉଥିବା ନେଣଦେଣର ଅନୁରୋଧ ଓ ଅନଲାଇନ୍ / ଇଣ୍ଟରନେଟ୍ ବିତରଣ ଚ୍ୟାନେଲ ମାଧ୍ୟମରେ ଉତ୍ପନ ହୋଇଥିବା ଉଭୟଙ୍କ ପାଇଁ ଲାଗୁ ହୋଇଥାଏ । ଟଙ୍କା ଟ୍ରାନ୍ସଫର କରିବା ସମୟରେ ଏହା ସୁନିଶ୍ଚିତ କରିନେବା ଆବଶ୍ୟକ ଯେ ସେ ଯେଉଁ ଆକାଉଣ୍ଟ ନମ୍ୱର ଦେଇଛନ୍ତି ତାହା ସଠିକ ଅଟେ । ଯଦି ଆପଣ ଟଙ୍କା ଟ୍ରାନ୍ସଫର କରିବା ସମୟରେ ହିତାଧିକାରୀଙ୍କ ଅନ୍ୟାନ୍ୟ ବିବରଣୀ ଭୁଲ୍ ଭାବରେ ପ୍ରବେଶ କରିଛନ୍ତି, ତେବେ ନେଣଦେଣ ବାତିଲ ହେବାର ସମ୍ଭାବନା ଅଛି ।"

କିପରି ପାଇପାରିବେ ଟଙ୍କା

ଯଦି ଆପଣ ଭୁଲ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି, ତେବେ ପ୍ରଥମେ ଏହା ବିଷୟରେ ଆପଣଙ୍କର ବ୍ୟାଙ୍କକୁ ଜଣାନ୍ତୁ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖା ପରିଦର୍ଶନ କରିବାକୁ ମଧ୍ୟ ପଡିପାରେ । ଏହା ସହିତ ଆପଣଙ୍କ ଆକାଉଣ୍ଟ୍ ନମ୍ବର ଓ ନେଣଦେଣ ତାରିଖ ଏବଂ ସମୟ ସହିତ ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ନୋଟ୍ କରିବା ଆବଶ୍ୟକ । ଆପଣ ବ୍ୟାଙ୍କ ଶାଖା ପରିଦର୍ଶନ କରି ଭୁଲ ନେଣଦେଣର ବିବରଣୀ ବିଷୟରେ ଅଭିଯୋଗ କରିବା ପାଇଁ ଆପଣ ଏକ ଲିଖିତ ଆକାରରେ ଦରଖାସ୍ତ ଦେଇପାରିବେ । ଯଦି ସମ୍ଭବ ତ ଏହା ସହିତ କାରବାରର ଏକ କପି କିମ୍ବା ସ୍କ୍ରିନସଟ୍ ପ୍ରଦାନ କରନ୍ତୁ । ଆପଣଙ୍କ ଅଭିଯୋଗକୁ ଭିତ୍ତି କରି ବ୍ୟାଙ୍କ ଯେଉଁଠି ଟଙ୍କା ପଠାଯାଇଛି ସେହି ବ୍ୟାଙ୍କ ଖାତାର ବିବରଣୀ ପ୍ରଦାନ କରିବ । ଟଙ୍କା ଫେରସ୍ତ କରିବାକୁ ଆପଣ ପ୍ରାପ୍ତକର୍ତ୍ତାଙ୍କୁ ଅନୁରୋଧ କରିପାରିବେ ।

ଏହା ବି ପଢ଼ନ୍ତୁ-ଯିଏ ଥିଲେ କେବେ ବାନ୍ଧବୀ ସେ ଏମିତି ହେଲେ ସଉତୁଣୀ…ୟୁଟ୍ୟୁବର୍ ଅରମାନ୍ ମଲିକଙ୍କ ଧୋକା ଯୋଗୁଁ ଭାଙ୍ଗି ପଡ଼ିଥିଲେ ପ୍ରଥମ ପତ୍ନୀ

ଏହା ବି ପଢ଼ନ୍ତୁ-କେଏଲ୍ ରାହୁଲଙ୍କ IPL ଦଳ କଲେ ବଡ଼ ଘୋଷଣା, ଏହି ଖେଳାଳିଙ୍କୁ କରାଗଲା ଅଧିନାୟକ

ଆଇନଗତ ପଦକ୍ଷେପ

ଯଦି ପ୍ରାପ୍ତକର୍ତ୍ତା ଆପଣଙ୍କୁ ଟଙ୍କା ପଠାଇବାକୁ ମନା କରନ୍ତି, ତେବେ ଆପଣ ତାଙ୍କ ବିରୋଧରେ ଏକ ଆଇନଗତ ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରୁ ପ୍ରାପ୍ତ ପ୍ରାପ୍ତକର୍ତ୍ତାଙ୍କ ଲିଖିତ ସୂଚନା ଥିବା ଆବଶ୍ୟକ ।