Indigo Plane Landing in Dhaka Today: ଜାନୁଆରୀ ୧୩ ତାରିଖ ଶନିବାର ବାଂଲାଦେଶ ରାଜଧାନୀ ଢାକା ଠାରେ ଅବତରଣ କରିଛି ମୁମ୍ବାଇ ଠାରୁ ଗୌହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ।
Trending Photos
Mumbai Guwahati Flight Emergency Landing: ପାସପୋର୍ଟ ବିନା ବିଦେଶରେ ଯାଇ ପହଞ୍ଚିଛନ୍ତି ବିମାନ ଯାତ୍ରୀ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଆଜ୍ଞା ଏହା ସତ୍ୟ। ମୁମ୍ବାଇ ଠାରୁ ଗୌହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ଘଟିଯାଇଛି ଏଭଳି ଘଟଣା। ଏହି ବାଂଲାଦେଶ ରାଜଧାନୀ ଢାକା ଠାରେ ଜରୁରୀକାଳୀନ ଅବତରଣ କରିଥିବାର ଜଣାପଡ଼ିଛି।
ଇଣ୍ଡିଗୋ ବିମାନ ୬ଇ ୫୩୧୯ ମୁମ୍ବାଇ ଠାରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଖରାପ ପାଗ ଏବଂ କୁହୁଡ଼ି କାରଣରୁ ମୁମ୍ବାଇ ଠାରୁ ଗୌହାଟି ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଅବତରଣ କରିପାରଲା ନାହିଁ। ଏହି ବିମାନ ଆସାମ ରାଜଧାନୀ ଗୌହାଟି ସ୍ଥିତ ବିମାନବନ୍ଦରରେ ଅବତରଣ କରିବାକୁ ସକ୍ଷମ ହୋଇନଥିଲା। ଯାହା ପରେ ଗୌହାଟି ଠାରୁ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଢାକା ଅଭିମୁଖେ ଯାତ୍ରା କରିଥିଲା ଇଣ୍ଡିଗୋ ବିମାନ। ଏପରି ଭାବେ ଇଣ୍ଡିଗୋ ବିମାନ ଯାତ୍ରୀ ପାସପୋର୍ଟ ବିନା ବିଦେଶରେ ଯାଇ ପହଞ୍ଚି ଯାଇଥିଲେ। ଇଣ୍ଡିଗୋ ବିମାନ ୬ଇ ୫୩୧୯ ଗୌହାଟି ବଦଳରେ ଢାକା ଠାରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର କୁହାଯାଉଛି।
ପାସପୋର୍ଟ ବିନା ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଗଲେ ଯାତ୍ରୀ
ଏଭଳି ଘଟଣା ଘଟିବା କାରଣରୁ ଇଣ୍ଡିଗୋ ବିମାନରେ ରହିଥିବା ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅସୁବିଧାର ସାମ୍ନା କରିଥିଲେ। ଇମ୍ଫାଲ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେଉଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଯାଉଥିବା ପୂର୍ବତନ ମୁମ୍ବାଇ ଯୁବ କଂଗ୍ରେସ ସଭାପତି ସୁରଜ ସିଂହ ଠାକୁର କହିଛନ୍ତି ଯେ ସେ ମୁମ୍ବାଇ ଠାରୁ ଗୌହାଟି ଅଭିମୁଖେ ଇଣ୍ଡିଗୋ ବିମାନ ୬ଇ ୫୩୧୯ ଯୋଗେ ଯାତ୍ରା କରୁଥିଲେ। ହେଲେ ଇଣ୍ଡିଗୋ ବିମାନ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିନଥିଲା। ଏହି ବିମାନ ଯୋଗେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସେମାନଙ୍କ ପାସପୋର୍ଟ ବିନା ଅନ୍ତର୍ଜାତୀୟ ସୀମା ପାର ହୋଇଯାଇଥିଲେ। ସେ ଅନ୍ୟ ଏକ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି ଯେ ମୁଁ ବର୍ତ୍ତମାନ ୯ ଘଣ୍ଟା ଧରି ବିମାନରେ ଅଟକି ରହିଛି। ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିବା ଲାଗି ମଣିପୁର ରାଜଧାନୀ ଇମ୍ଫାଲ ଅଭିମୁଖେ ଯାତ୍ରା କରୁଥିଲେ। ମୁଁ କେବେ ଗୌହାଟି ଠାରେ ପହଞ୍ଚିବି ତାହା ମୁଁ ଦେଖୁଛି। ଗୌହାଟି ଠାରେ ପହଞ୍ଚିବା ପରେ ଯାଇ ଇମ୍ଫାଲ ଯାତ୍ରା କରିବି।
ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ଏହି ଘଟଣା ସମ୍ପର୍କରେ ଜଣାଇବା ବେଳେ ଅନ୍ୟ ଯାତ୍ରୀ ଲେଖିଛନ୍ତି ଯେ ସେମାନଙ୍କୁ ଦୀର୍ଘ ସମୟ ଧରି ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା।
ଉତ୍ତର ଭାରତ ଏବଂ ପୂର୍ବ ଭାରତରେ ଛାଇ ଯାଇଥିଲା କୁହୁଡ଼ି
ଆପଣଙ୍କୁ କହିରଖୁଛୁ ଯେ ପ୍ରତିଦିନ ସକାଳେ ପ୍ରାୟ ଅଧା ଦେଶ କୁହୁଡ଼ି ଦ୍ୱାରା ଘେରି ହୋଇରହୁଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଠାରୁ ଅନେକ ସହରକୁ ବିମାନ ସେବା ପ୍ରତିଦିନ ପ୍ରଭାବିତ ହେଉଛି।