Road Accident: ଆଳୁ ବୋଝେଇ ଟ୍ରକକୁ ପଛପଟୁ ପିଟିଲା କାର୍, ଘଟଣାସ୍ଥଳରେ ୩ ମୃତ,ଏକାଧିକ ଆହତ
Advertisement
Article Detail0/zeeodisha/odisha1614152

Road Accident: ଆଳୁ ବୋଝେଇ ଟ୍ରକକୁ ପଛପଟୁ ପିଟିଲା କାର୍, ଘଟଣାସ୍ଥଳରେ ୩ ମୃତ,ଏକାଧିକ ଆହତ

Road Accident: ଆଖି ପିଛୁଳାକେ ଚାଲିଗଲା ତିନି ଜୀବନ । ଚାହୁଁ ଚାହୁଁ ଚାଲିଗଲା ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ୍ ହୋଇଗଲା ସବୁକିଛି । ବାଟରେ ହିଁ ଛକି ରହିଥିଲା ଯମ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident)ଚାଲିଗଲା ଜୀବନ । ରାସ୍ତା କଡରେ ପାର୍କିଂ ହୋଇଥିବା ଆଳୁ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍ । ଏଥିରେ ୩ ଜଣଙ୍କର ମୃତ୍ୟୁ(three dead) ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଆଖି ପିଛୁଳାକେ ଚାଲିଗଲା ତିନି ଜୀବନ । ଚାହୁଁ ଚାହୁଁ ଚାଲିଗଲା ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ୍ ହୋଇଗଲା ସବୁକିଛି ।  ବାଟରେ ହିଁ ଛକି ରହିଥିଲା ଯମ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident)ଚାଲିଗଲା ଜୀବନ । ରାସ୍ତା କଡରେ ପାର୍କିଂ ହୋଇଥିବା ଆଳୁ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍ । ଏଥିରେ ୩ ଜଣଙ୍କର ମୃତ୍ୟୁ(three dead) ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ମୁମ୍ବାଇ -ପୁଣେ- ଏକ୍ସପ୍ରେସ ଓ୍ବେ ଉର୍ସ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି(mumbai pune expressway accident) । ତେବେ, ତିନି ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ମୃତକ ଜଣକ ହେଲେ ବିଜୟ ବିଶ୍ବନାଥ ଖୈର୍ ।

ସୂଚନା ଅନୁସାରେ, ଆଜି ସକାଳ ୭ଟା  ସମୟରେ ମୁମ୍ବାଇରୁ ତିନି ସାଙ୍ଗ ଏକ କାର ଯୋଗେ ପୁଣେ ଅଭିମୁଖେ ଯାତ୍ରା କରୁଥିଲେ। ଦୃତଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ମୁମ୍ବାଇ -ପୁଣେ- ଏକ୍ସପ୍ରେସ ଓ୍ବେ ଉର୍ସ ଗାଁ ନିକଟରେ ରାସ୍ତା କଡରେ ପାର୍କିଂ ହୋଇଥିବା ଆଳୁବୋଝେଇ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଏଥିରେ କାରରେ ଥିବା ୩ ଜଣଙ୍କର ମୃତ୍ୟ ହୋଇଥିଲା । ଏବଂ ରାସ୍ତାରେ ଯାଉଥିବା  କିଛି ବାଇକ୍ ଚାଳକ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହିତ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ,କିଭଳି ସ୍ଥିତିରେ ଏ-ହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ତେବେ, ତିନି ଜଣ ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ପୋଲିସକୁ ମିଳିଥିବା ବେଳେ ଅନ୍ୟ ୨ ଜଣଙ୍କ ପରିଚୟ ପୋଲିସକୁ ଏ-ପର୍ଯ୍ୟନ୍ତ ମିଳିନି ।  

ଏହାବି ପଢନ୍ତୁ : IPS Officer NB Bharti: କୁଆଡେ ଗଲେ ଆଇପିଏସ୍ ଅଫିସର୍ ଏନ୍ ବି ଭାରତୀ? ୬ବର୍ଷ ହେବ ମିଳୁନି ପତ୍ତା

ଏହାବି ପଢନ୍ତୁ : Chaitra Navratri 2023: ଚୈତ୍ର ନବରାତ୍ରୀରୁ ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ, ହେବେ ମାଲାମାଲ୍

ନିକଟରେ ଏଭଳି ଏକ ଦୁର୍ଘଟଣା ୟୁପିରେ ମଧ୍ୟ ଘଟିଛି । ବରଯାତ୍ରୀଙ୍କ ଉପରେ ଏକ ଟ୍ରକ୍ ମାଡି ଯାଇଥିଲା । ବାହାଘର ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସଡକ ଦୁର୍ଘଟଣାରେ  (Road Accident)୫ ଜଣଙ୍କର ମୃତ୍ୟୁ(five people died) ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି।  ଏହି ଭୟଙ୍କର ଦୁର୍ଘଟଣା ୟୁପିର ଆଗ୍ରା -ଲକ୍ଷ୍ନୌ ଏକ୍ସପ୍ରେସ ଓ୍ବେରେ ଘଟିଛି (firozabad agra lucknow expressway)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ (five people died in road accident)। ରାଜସ୍ଥାନରେ  ଏକ ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଏ-ହି ସମୟରେ, ବରଯାତ୍ରୀଙ୍କ କାରକୁ ଏକ ସ୍ପୋର୍ଟ କାର ପଛପଟୁ ଧକ୍କା ଦେଇଥିଲା।  ଏହି  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ଘଟଣାସ୍ଥଳରେ ପାଞ୍ଚଜଣ ଆଖି ବୁଜିଥିଲେ। 

ସୂଚନା ଅନୁସାରେ, ଦିଲ୍ଲୀ ଆମ୍ବେଦକର ନଗରର ବାସିନ୍ଦା, ପ୍ରହଲ୍ଲାଦ ଗୁପ୍ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଏକ କାର ଯୋଗେ ରାଜସ୍ଥାନର ସୁଜନଗଡ ଅଞ୍ଚଳକୁ(Sujangarh in Rajasthan) ଯାଇଥିଲେ। ସେଠାରେ  ନିଜ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେଇ ନିଜ କାର ଯୋଗେ , ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ଦିଲ୍ଲୀ ଫେରିବା ବାଟରେ କିଛି ସମୟ ଗାଡିକୁ ପାର୍କିଂ କରି ରାସ୍ତା କଡରେ ଠିଆ ହୋଇ ଚା ପିଉଥିଲେ ।  ଚା ପିଇବା ପରେ ସମସ୍ତ ଗାଡିରେ ବସିଥିଲେ। ଏ-ହି ସମୟରେ ପଛପଟୁ ଆସୁଥିବା ଏକ ତାଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ କାର ଭିତରେ ବସିଥିବା ପ୍ରହଲ୍ଲାଦ ଗୁପ୍ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ମଧ୍ୟରୁ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ରହଲ୍ଲାଦଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଆଖି ବୁଜିଥିଲେ। ଏବଂ ତାଙ୍କର ଦୁଇ ସମ୍ପର୍କୀୟ ମଧ୍ୟ ଏଥିରେ ମୃତ୍ୟୁ ଘଟିଥିଲା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଛି