IPS Officer NB Bharti: କୁଆଡେ ଗଲେ ଆଇପିଏସ୍ ଅଫିସର୍ ଏନ୍ ବି ଭାରତୀ? ୬ବର୍ଷ ହେବ ମିଳୁନି ପତ୍ତା
Advertisement

IPS Officer NB Bharti: କୁଆଡେ ଗଲେ ଆଇପିଏସ୍ ଅଫିସର୍ ଏନ୍ ବି ଭାରତୀ? ୬ବର୍ଷ ହେବ ମିଳୁନି ପତ୍ତା

IPS Officer NB Bharti: ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ (IPS Officer NB Bharti)। ଦୀର୍ଘ ୬ ବର୍ଷ (six years) ହେବ ତାଙ୍କର କୌଣସି ପତ୍ତା ମିଳୁନାହି । ନିଖୋଜ ଅଛନ୍ତି କି ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ (woman ips officer n b bharti)? ଅଫିସ୍ ଆସୁନାହାନ୍ତି କି ସରକାରଙ୍କ କୌଣସି ନୋଟିସର ଉତ୍ତର ମଧ୍ୟ ଦେଉନାହାନ୍ତି । ଫୋନ୍ ମଧ୍ୟ ତାଙ୍କର ସୁଇଚ୍ ଅଫ ରହିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

IPS Officer NB Bharti: ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ (IPS Officer NB Bharti)। ଦୀର୍ଘ ୬ ବର୍ଷ (six years) ହେବ ତାଙ୍କର କୌଣସି ପତ୍ତା ମିଳୁନାହି । ନିଖୋଜ ଅଛନ୍ତି କି  ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ (woman ips officer n b bharti)? ଅଫିସ୍ ଆସୁନାହାନ୍ତି କି ସରକାରଙ୍କ କୌଣସି ନୋଟିସର ଉତ୍ତର ମଧ୍ୟ ଦେଉନାହାନ୍ତି । ଫୋନ୍ ମଧ୍ୟ ତାଙ୍କର ସୁଇଚ୍ ଅଫ ରହିଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ  ତରଫରୁ ତାଙ୍କ ବିଷୟରେ ଜାଣିବା ପାଇଁ ତାଙ୍କର ତିନୋଟି ଠିକଣାକୁ ତିନୋଟି ଚିଠି ପଠାଇଛି। ତେବେ ସେ ଚିଠିର ଉତ୍ତର ଦେଉ ନାହାଁନ୍ତି । ତେଣୁ ତାଙ୍କ ବିରୋଧରେ ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଖବର କାଗଜରେ ଦିଆଯାଇଛି ବିଜ୍ଞାପନ ନୋଟିସ୍ । ତାଙ୍କ ବିରୋଧରେ ଏକପାଖିଆ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି।

୨୦୧୭ ପରଠାରୁ ଅଧିକାରୀଙ୍କ କୌଣସି ଖୋଜ୍ ଖବର ନାହିଁ:  ୨୦୧୭ରେ କଟକ ପୋଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ (HRPC) ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ (IPS Officer NB Bharti)। ଅଭିଯୋଗ ଅନୁସାରେ ସେ ବିନା ଅନୁମତିରେ କିଛି ଦିନ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ। ତେଣୁ ତାଙ୍କ ବିରୋଧରେ ୨୦୧୭ ନଭେମ୍ବର ୨୩ରେ ଆରମ୍ଭ ହୋଇଥିଲା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା । ଅବଶ୍ୟ ଏହା ପରେ କିଛି ମାସ ସେ ଅଫିସ ଆସିଥିଲେ । କିନ୍ତୁ ୨୦୧୯ ନଭେମ୍ବରରୁ ତାଙ୍କର ଆଉ କୌଣସି ପତ୍ତା ମିଳୁନି । ୨୦୨୦ ଜାନୁଆରି ୩ରେ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ରାଜ୍ୟ କ୍ରାଇମ ରେକର୍ଡସ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କୁ । ତଦନ୍ତରେ ସହଯୋଗ ପାଇଁ ରେଜିଷ୍ଟ୍ରି,ସ୍ପିଡ୍ ପୋଷ୍ଟ, ଇ ମେଲରେ ବାରମ୍ବାର ନୋଟିସ୍ ସତ୍ତ୍ୱେ ସେସବୁକୁ ଭାରତୀ ଗ୍ରହଣ ନକରିବାରୁ ତାହା ଫେରି ଆସିଥିଲା ।

Also Read : Swara Bhasker Pregnant: ବିବାହ ପୂର୍ବରୁ ଗର୍ଭବତୀ ଥିଲେ ସ୍ବରା! ସୋସିଆଲ ମିଡ଼ିଆରେ ବେବି ବମ୍ପକୁ ନେଇ ଚର୍ଚ୍ଚା

Also Read : Sonali Kulkarni: 'ଅନେକ ଭାରତୀୟ ମହିଳା ଅଳସୁଆ, ସେମାନେ ଅଧିକ ଦରମା ପାଉଥିବା ଚାକିରିଆ ସ୍ୱାମୀ ଚାହାଁନ୍ତି'

ନଭେମ୍ବର ୨୨, ୨୦୧୭ରେ ସେ ବାର୍ଷିକ ଭ୍ରମଣ ପାଇଁ ଗଜପତି ଜିଲ୍ଲାକୁ ଶେଷ ଥର ପାଇଁ ଯାଇଥିଲେ । ସେବେଠାରୁ ସେ ଫେରି ନାହାଁନ୍ତି। ସେ ତାଙ୍କ ଅନୁପସ୍ଥିତି ବିଷୟରେ କାହାକୁ ଜଣାଇ ନାହାଁନ୍ତି କିମ୍ବା ଛୁଟି ପାଇଁ ଆବେଦନ ମଧ୍ୟ କରିନାହାଁନ୍ତି। ପରେ ଫେବୃଆରୀ ୨୦୨୨ରେ ଶେଷ ବିଜ୍ଞପ୍ତି ତାଙ୍କୁ କରାଯାଇଥିଲା । ଏବଂ ୧୫ ଦିନ ମଧ୍ୟରେ ଲିଖିତ ଉତ୍ତର ମଧ୍ୟ ତାଙ୍କୁ ମଗା ଯାଇଥିଲା। କିନ୍ତୁ କୌଣସି ଉତ୍ତର ତାଙ୍କ ଠାରୁ ମିଳି ନ ଥିଲା। ସୂଚନା ଅନୁଯାୟୀ,ଏହା ତାଙ୍କର ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ବାରମ୍ବାର ସେ ନିଜ ଉପରିସ୍ତ ଅଧିକାରୀଙ୍କୁ ନ ଜଣାଇ ବହୁଥର ଛୁଟିରେ ରହୁଥିବା ଅଭିଯୋଗ ହୋଇଛି ।