Dwarka Darshan: ଆରମ୍ଭ ହେବ ଦ୍ୱାରକା ନଗରୀ ଦର୍ଶନ; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
Advertisement
Article Detail0/zeeodisha/odisha2028634

Dwarka Darshan: ଆରମ୍ଭ ହେବ ଦ୍ୱାରକା ନଗରୀ ଦର୍ଶନ; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

Mythological City Dwarka: ହଜାର ହଜାର ବର୍ଷ ପୂର୍ବେ ସମୁଦ୍ରରେ ବୁଡ଼ିଯାଇଥିବା ଭଗବାନ କୃଷ୍ଣଙ୍କ ଦ୍ୱାରକା ସହରର ଦର୍ଶନ ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ବ୍ୟବସ୍ଥା।

Dwarka Darshan: ଆରମ୍ଭ ହେବ ଦ୍ୱାରକା ନଗରୀ ଦର୍ଶନ; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

Dwarka Darshan will start: ଧାର୍ମିକ ତଥା ସାଂସ୍କୃତିକ ପର୍ଯ୍ୟଟନ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି ଅନେକ ପ୍ରକଳ୍ପ। ପ୍ରଥମେ କାଶୀ ବିଶ୍ୱନାଥ କରିଡ଼ର ପରେ ମହାକାଳ ଲୋକ କରିଡ଼ର ପରେ ସରକାର ଦ୍ୱାରକା କରିଡ଼ର ବିକଶିତ କରୁଛନ୍ତି। ଯାହା ଅଧିନରେ ମୂଳ ଦ୍ୱାରକା ନଗରୀର ଦର୍ଶନ କରିବା ପାଇଁ ଏକ ବୁଡ଼ାଜାହାଜ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାଝାଗାଓଁ ଡକ୍ ସିପିୟାର୍ଡ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହା ସହିତ ଆରବ ସାଗରରେ ସର୍ବ ବୃହତ୍ତମ କେବୁଲ ବ୍ରିଜ୍ ମଧ୍ୟ ମୂଳ ଦ୍ୱାରକା ଠାରେ ନିର୍ମାଣ କରାଯାଉଛି। ଯାହାକୁ ଜନମାଷ୍ଟମୀ ଠାରୁ ଆରମ୍ଭ କରାଯାଇପାରେ।

ସମୁଦ୍ର ପତ୍ତନରୁ ୩୦୦ ଫୁଟ ତଳକୁ ଯିବ ବୁଡ଼ାଜାହାଜ
ଆସନ୍ତା ବର୍ଷ ଜନ୍ମାଷ୍ଟମୀ କିମ୍ବା ଦିୱାଲୀ ସମୟରେ ଦ୍ୱାରକା କରିଡ଼ର (Dwarka Corridor Gujarat) ଲାଗି ବୁଡ଼ାଜାହାଜ ପ୍ରକଳ୍ପ (Submarine Project for Dwarka Corridor) ଆରମ୍ଭ ହୋଇପାରିବ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ। ଏହି ପ୍ରକଳ୍ପ ସମ୍ପର୍କରେ ଆଗକୁ ଘୋଷଣା କରାଯାଇପାରେ। ଜାତୀୟ ଗଣମାଧ୍ୟମ "ଦୈନିକ ଭାସ୍କର" ରିପୋର୍ଟ ଅନୁଯାୟୀ ଏହି ବୁଡ଼ାଜାହାଜ ଲୋକଙ୍କୁ ସମୁଦ୍ର ପତ୍ତନରୁ ୩୦୦ ଫୁଟ ତଳକୁ ନେଇଯିବ। ଯେଉଁଠାରେ ହଜାର ହଜାର ବର୍ଷ ପୂର୍ବେ ସମୁଦ୍ରରେ ବୁଡ଼ିଯାଇଥିବା ଭଗବାନ କୃଷ୍ଣଙ୍କ ଦ୍ୱାରକା ସହର (Mythological City Dwarka) ଦୃଶ୍ୟମାନ ହେବ। ଯେଉଁ ଯାତ୍ରା ପ୍ରାୟ ୨ ଘଣ୍ଟାରୁ ଅଢେଇ ଘଣ୍ଟା ମଧ୍ୟରେ ଶେଷ ହେବ।

ବୁଡ଼ାଜାହାଜର ବିଶେଷତା କ'ଣ ହେବ?
ଦ୍ୱାରକା ଦର୍ଶନ ପାଇଁ ବ୍ୟବହୃତ ହେବାକୁ ଯାଉଥିବା ଏହି ବୁଡ଼ାଜାହାଜର ଓଜନ ପ୍ରାୟ ୩୫ ଟନ୍ ହେବ। ଯାହା ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରିତ ହେବ। ଏହି ବୁଡାଜାହାଜରେ ଥରକେ ୩୦ ଜଣ ଲୋକ ବସିବାରେ କ୍ଷମତା ରହିବ। ପ୍ରତ୍ୟେକ ଆସନରେ ଝରକା ରହିବ। ଯାହାଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହଜରେ ଦେଖାଯିବ। ହେଲେ କେବଳ ୨୪ ଜଣ ଯାତ୍ରୀ ବୁଡ଼ାଜାହାଜରେ ଦର୍ଶନ କରିବା ପାଇଁ ଯାଇପାରିବେ। କାରଣ ଅନ୍ୟ ୬ ଜଣ କର୍ମଚାରୀ ଚାଳକ ଦଳରୁ ଆସିବେ। ଯେଉଁଥିରେ ୨ ଜଣ ଚାଳକ, ୨ ଜଣ ସମୁଦ୍ର ବୁଡାଳୀ, ଜଣେ ଗାଇଡ୍ ଏବଂ ଅନ୍ୟଜଣେ ଟେକ୍ନିସିଆନ୍ ସାମିଲ ରହିବେ। ଦ୍ୱାରକା ନଗରୀ ଦର୍ଶନ କରିବାକୁ ଆସୁଥିବା ଯାତ୍ରୀଙ୍କୁ ଅକ୍ସିଜେନ ମାସ୍କ, ଫେସ୍ ମାସ୍କ ଏବଂ ସ୍କୁବା ଡ୍ରେସ ଯୋଗାଇ ଦିଆଯିବ। ଏହି ବୁଡ଼ାଜାହାଜରେ ଭିଡିଓ କନଫରେନ୍ସିଂ ଭଳି ଏକ ସୁବିଧା ରହିବ। ଯାହା ମାଧ୍ୟମରେ ପର୍ଯ୍ୟଟକ ବୁଡ଼ାଜାହାଜରେ ବସି ପରଦାରେ ଘଟୁଥିବା ଗତିବିଧିକୁ ଦେଖି ରେକର୍ଡିଂ କରିପାରିବେ।

ବୁଡ଼ାଜାହାଜ ପାଇଁ କେତେ ଟଙ୍କା ଭଡା ଦେବାକୁ ହେବ?
ଦ୍ୱାରକା ଦର୍ଶନ ପାଇଁ ବୁଡ଼ାଜାହାଜ ଭଡା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଗୁଜୁରାଟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ବୁଡାଜାହାଜ ଭଡ଼ା ସମ୍ପର୍କରେ ଘୋଷଣା କରିନାହାଁନ୍ତି। ହେଲେ ଏହାର ଭଡା ମହଙ୍ଗା ହୋଇପାରେ ବୋଲି କୁହାଯାଉଛି। ସାଧାରଣ ପର୍ଯ୍ୟଟକଙ୍କୁ ନଜରରେ ରଖି ଗୁଜୁରାଟ ସରକାର ବୁଡାଜାହାଜ ଭଡ଼ାରେ ସବସିଡି ଭଳି ରିହାତି ପ୍ରଦାନ କରିପାରନ୍ତି।