New Sugar India: ବଜାରକୁ ଆସୁଛି ନୂଆ ଚିନି; ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha1986116

New Sugar India: ବଜାରକୁ ଆସୁଛି ନୂଆ ଚିନି; ଜାଣନ୍ତୁ ଏହାର ବିଶେଷତ୍ୱ

National Sugar Institute of India: ଜାତୀୟ ଚିନି ପ୍ରତିଷ୍ଠାନ ଏକ ନୂତନ ପ୍ରକାରର ଚିନି ପ୍ରସ୍ତୁତ କରିଛି। ଯାହା ଶରୀରର ପାଇଁ ଲାଭଦାୟକ ହେବାନେଇ କୁହାଯାଉଛି।

New Sugar India: ବଜାରକୁ ଆସୁଛି ନୂଆ ଚିନି; ଜାଣନ୍ତୁ ଏହାର ବିଶେଷତ୍ୱ

New Sugar will come to Indian Market: ଆମେ ସମସ୍ତେ ଜାଣିଛେ ଯେ ଅତ୍ୟଧିକ ପରିମାଣରେ ଚିନିର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଯାହା ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ହେଲେ ବର୍ତ୍ତମାନ ବଜାରକୁ ଖୁବ ଶୀଘ୍ର ଏକ ନୂତନ ଧରଣର ଚିନି ଆସିବାକୁ ଯାଉଛି। ଯାହାକୁ ବ୍ୟବହାର କରିବା ଦ୍ୱାରା କୋଲେଷ୍ଟ୍ରଲ କିମ୍ବା ବ୍ଲଡପ୍ରେସର ବଢିବ ନାହିଁ। ଡାଇବେଟିସ ରୋଗୀଙ୍କ ପାଇଁ ଏହି ଚିନି ଏକ ଭଲ ଖାଦ୍ୟ ବିକଳ୍ପ ହୋଇପାରେ। କେବଳ ସେତିକି ନୁହେଁ, ଏହାର ନିୟମିତ ବ୍ୟବହାର ଫ୍ୟାଟି ଲିଭର ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିବ।

"ହିନ୍ଦୁସ୍ତାନ" ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ ଜାତୀୟ ଚିନି ପ୍ରତିଷ୍ଠାନ (National Sugar Institute of India) ଏକ ନୂତନ ପ୍ରକାରର ଚିନି (National Sugar Institute of India made special kind sugar) ପ୍ରସ୍ତୁତ କରିଛି। ଏନେଇ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ନରେନ୍ଦ୍ର ମୋହନ ଦାବି କରିଛନ୍ତି ଯେ ଏହା ହେଉଛି ଦେଶର ପ୍ରଥମ ନିମ୍ନ ଧରଣର ଗ୍ଲାଇସେମିକ୍ ଇଣ୍ଡେକ୍ସ ଚିନି (Low Glycemic Index Sugar)। ପ୍ରାୟ ୬ ବର୍ଷର ପରିଶ୍ରମ ପରେ ସେ ଏହି ସଫଳତା ପାଇଥିବାର କହିଛନ୍ତି। ଖୁବ ଶୀଘ୍ର ଏହାର ପେଟେଣ୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଜାତୀୟ ଚିନି ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ନରେନ୍ଦ୍ର ମୋହନ।

ସାଧାରଣ ଚିନି ଠାରୁ ସ୍ୱତନ୍ତ୍ର ଚିନିର ମୂଲ୍ୟ ହେବ ୨୦ ପ୍ରତିଶତରୁ ଅଧିକ
ଜାତୀୟ ଚିନି ପ୍ରତିଷ୍ଠାନ ନିର୍ଦ୍ଦେଶକ କହିବା ଅନୁସାରେ ସାଧାରଣ ଚିନି ଠାରୁ ସ୍ୱତନ୍ତ୍ର ଚିନିର ମୂଲ୍ୟ ୨୦ ପ୍ରତିଶତରୁ ଅଧିକ ହେବ। ଏହାର ପେଟେଣ୍ଟ ପାଇବା ପରେ ଯାଇ ବାଣିଜ୍ୟିକ ବ୍ୟବହାର ପାଇଁ  ଆବଶ୍ୟକୀୟ ଜ୍ଞାନକୌଶଳ ଦିଆଯିବ। ଡକ୍ଟର ନରେନ୍ଦ୍ର ମୋହନ କହିଛନ୍ତି ଯେ ଏହି ଚିନିରେ ଭିଟାମିନ୍-ଏ ପ୍ରତି ଗ୍ରାମରେ 19 IU ରହିଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।  ଖୁବ୍ ଶୀଘ୍ର ମ୍ୟାଗ୍ନେସିୟମ୍, ଆଇରନ୍, ଜିଙ୍କ, ଭିଟାମିନ୍ B12 ମଧ୍ୟ ଜାତୀୟ ଚିନି ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଧରଣର ଚିନିରେ ଅନ୍ତର୍ଭୁକ୍ତ ହେବ।

ଚିନି ବ୍ୟବହାର  କରିବା ଦ୍ୱାରା ବଢିବ ନାହିଁ ଶର୍କରା ସ୍ତର
ସାଧାରଣ ଚିନିର GI ସ୍ତର ହେଉଛି ପ୍ରାୟ ୬୮ ହୋଇଥାଏ। ଯାହାକୁ ଖାଇବା ପରେ ଶରୀରରେ ରକ୍ତରେ ଶର୍କରା ସ୍ତର ଶୀଘ୍ର ବଢିଯାଏ। ପରେ ଅଗ୍ନାଶୟରୁ ଇନସୁଲିନ୍ ନିର୍ଗତ ହୋଇଥାଏ ଏବଂ ଜିଆଇ ସ୍ତରକୁ ନିୟନ୍ତ୍ରଣ କରିଥାଏ। ଜାତୀୟ ଚିନି ପ୍ରତିଷ୍ଠାନ ନିର୍ଦ୍ଦେଶକ କହିଛନ୍ତି ଯେ ଆମେ ଏହି ଚିନିର ଜିଆଇ ସ୍ତର ହ୍ରାସ କରି ୫୫ କରିଛୁ। ଏପରି ଚିନି ପ୍ରସ୍ତୁତ କରିବା ପାଇଁ ଏକ ବିଶେଷ ପଦ୍ଧତି ଦ୍ୱାରା ଆଖୁ ରସକୁ ଶୁଦ୍ଧ କରାଯାଇଥିଲା ବୋଲି କହିଛନ୍ତି ଡକ୍ଟର ନରେନ୍ଦ୍ର ମୋହନ।