Naxal Attack: ସୁକୁମାରେ ନକ୍ସଲ ହମଲା, ୨ ଯବାନ ସହିଦ
Advertisement
Article Detail0/zeeodisha/odisha2305031

Naxal Attack: ସୁକୁମାରେ ନକ୍ସଲ ହମଲା, ୨ ଯବାନ ସହିଦ

Sukama News: ସୁକମା ଏସପି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ଜାଗରଗୁଣ୍ଡା ଥାନା ପରିସରରେ କ୍ୟାମ୍ପ ସିଲଗରରୁ ୨୦୧ କୋବ୍ରା ବାହିନୀଙ୍କୁ ଅନ୍ୟତ୍ର ସ୍ଥାନକୁ ଡ୍ୟୁଟି ପାଇଁ ପଠାଯାଉଥିବା ସମୟରେ ଏହି ହମଲା ହୋଇଛି । 

Naxal Attack: ସୁକୁମାରେ ନକ୍ସଲ ହମଲା, ୨ ଯବାନ ସହିଦ

Chhattisgarh Naxal Attack: ଛତିଶଗଡର ସୁକୁମା ଜିଲ୍ଲା ସିଲଗର ଅଞ୍ଚଳରେ ନକ୍ସଲମାନେ IED ବିସ୍ଫୋରଣ କରିଛନ୍ତି । ସେନାର କୋବ୍ରା କର୍ପସର ଆଡଭାନ୍ସ ପାର୍ଟିର ଗତିବିଧିକୁ ଲକ୍ଷ କରାଯାଇ ନକ୍ସଲ ଏହି ହମଲା କରିଛନ୍ତି । ଏହି ଆକ୍ରମଣ ସମ୍ପର୍କରେ ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି। ଏହି ନକ୍ସଲ ହମଲାରେ ଡ୍ରାଇଭର ଏବଂ ସହ-ଡ୍ରାଇଭର ଘଟଣାସ୍ଥଳରେ ସହିଦ ହୋଇଥିବା ସୂଚନା ମିଳିଛି । ଏଥିସହ ଅନ୍ୟ ସମସ୍ତ ଯବାନମାନେ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଏହି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟ କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସୁକମା ଏସପି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ଜାଗରଗୁଣ୍ଡା ଥାନା ପରିସରରେ କ୍ୟାମ୍ପ ସିଲଗରରୁ ୨୦୧ କୋବ୍ରା ବାହିନୀଙ୍କୁ ଅନ୍ୟତ୍ର ସ୍ଥାନକୁ ଡ୍ୟୁଟି ପାଇଁ ପଠାଯାଉଥିବା ସମୟରେ ଏହି ହମଲା ହୋଇଛି । ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟ ରଖି କ୍ୟାମ୍ପ ସିଲଗରରୁ ଟେକାଲଗୁଡେମ ରାସ୍ତାରେ ନକ୍ସଲମାନେ IED ଲଗାଇଥିଲେ। ରାତି ପ୍ରାୟ ୩ ଟା ସମୟରେ ୨୦୧ କୋବ୍ରା କର୍ପସର ଏକ ଗାଡିକୁ ଟାର୍ଗେଟ୍ କରି IED ବ୍ଲାଷ୍ଟ କରାଯାଇଥିଲା । ଯେଉଁଥିରେ ଡ୍ରାଇଭର ଏବଂ ସହ-ଡ୍ରାଇଭର ଘଟଣାସ୍ଥଳରେ ସହିଦ ହୋଇଥିଲେ।

ଯବାନଙ୍କ ଉପରେ ଆକ୍ରମଣ ହେବା କାରଣରୁ ସୁକମା ପୋଲିସ ଅଧୀକ୍ଷକ କିରଣ ଚୌହାନ କହିଥିଲେ ଯେ, ନକ୍ସଲମାନେ ନକଲି ନୋଟ ଛାପିବା ଏବଂ ଏହାକୁ ବଜାରରେ ଖର୍ଚ୍ଚ କରିବା ପାଇଁ ଚେଷ୍ଟା କରୁଥିବା ବିଷୟରେ ସୂଚନା ମିଳିଛି । ଯେଉଁଥିପାଇଁ ବିଭିନ୍ନ ସ୍ଥାନକୁ ଫୋର୍ସ ପଠାଯାଇ ପାଟ୍ରୋଲିଂ କରାଯାଉଛି ।

Also Read- NEET ପେପର୍ ଲିକ୍ ମାମଲାରେ ସିବିଆଇର ବଡ଼ ଆକ୍ସନ

Also Read- Guru Gochar 2024: ବୃହସ୍ପତିଙ୍କ ପ୍ରଭାବ, ୫ଦିନ ପରେ ଚମକିବ ୩ଟି ରାଶିର ଭାଗ୍ୟ