Advertisement
Article Detail0/zeeodisha/odisha2148947
Zee OdishaOdisha TrendingOnion Price: ଚଳିତ ବର୍ଷ କନ୍ଦାଇବ ନାହିଁ ପିଆଜ; ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି

Onion Price: ଚଳିତ ବର୍ଷ କନ୍ଦାଇବ ନାହିଁ ପିଆଜ; ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି

Onion Buffer Stock 2024 India: ଚଳିତ ବର୍ଷ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥର ଜାତୀୟ ସମବାୟ ଗ୍ରାହକ ମହାସଂଘ ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଭଳି ସରକାରୀ ଏଜେନ୍ସି ସରକାରଙ୍କ ପକ୍ଷରୁ ପିଆଜ କିଣିବେ।

 

 Onion Price: ଚଳିତ ବର୍ଷ କନ୍ଦାଇବ ନାହିଁ ପିଆଜ; ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି

Onion Price India: ପିଆଜ ମୂଲ୍ୟ ସମ୍ପର୍କରେ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ଯାହା ଦ୍ୱାରା ପିଆଜ ମୂଲ୍ୟ ବୃଦ୍ଧି ପାଇବ ନାହିଁ। ସରକାର ଚଳିତ ବର୍ଷ ପାଇଁ ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯୋଜନା କରୁଛନ୍ତି। ଯଦି ମୂଲ୍ୟ ବୃଦ୍ଧି ହୁଏ ତାହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମଦାନୀ ହୋଇଥିବା ପିଆଜକୁ ବ୍ୟବହାର କରାଯାଇ ପାରିବ। ଯାହାର ଅର୍ଥ ହେଉଛି ଏଥର ପିଆଜ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇବ ନାହିଁ। ସୂତ୍ରରୁ ପ୍ରକାଶ ଯେ ଜାତୀୟ ସମବାୟ ଗ୍ରାହକ ମହାସଂଘ ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଭଳି ସରକାରୀ ଏଜେନ୍ସି ସରକାରଙ୍କ ପକ୍ଷରୁ ପିଆଜ କିଣିବେ।

ଗତ ବର୍ଷରୁ ବାକି ରହିଛି ୧ ଲକ୍ଷ ଟନ୍ ପିଆଜ
ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଗତ ବର୍ଷ ପ୍ରାୟ ୫ ଲକ୍ଷ ଟନ୍ ପିଆଜ ଗଚ୍ଛିତ କରି ରଖିଥିଲା। ଏହା ମଧ୍ୟରୁ ପ୍ରାୟ ୧ ଲକ୍ଷ ଟନ୍ ପିଆଜ ଉପଲବ୍ଧ ରହିଛି। ସୂତ୍ରରୁ ପ୍ରକାଶ ଯେ ସରକାରଙ୍କ ପାଖରେ ଗଚ୍ଛିତ ରହିଥିବା ପିଆଜ କାରଣରୁ ଏହାର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରିଛି। ରିହାତି ମୂଲ୍ୟରେ ପିଆଜ ବିକ୍ରୟ କରିବାର ନିଷ୍ପତ୍ତି ମୂଲ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଛି।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିଛି ପ୍ରତିବନ୍ଧକ 
ଚଳିତ ମାସ ଶେଷରେ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ସରକାର ନିଷ୍ପତ୍ତି ନେବେ। ଏହି ନିଷେଧାଦେଶ ଚଳିତ ମାସ ୩୧ ପର୍ଯ୍ୟନ୍ତ ରହିଛି। ୨୦୨୩-୨୪ ବର୍ଷରେ ପିଆଜ ଉତ୍ପାଦନରେ ହ୍ରାସ ହେବାର ଆକଳନ ମଧ୍ୟରେ ପିଆଜ ଗଚ୍ଛିତ କରି ରଖିବାକୁ ସରକାରଙ୍କ ଯୋଜନା ରହିଛି।

Add Zee News as a Preferred Source

କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ବୟାନ
କୃଷି ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ ୨୦୨୩-୨୪ ବର୍ଷରେ ପିଆଜ ଉତ୍ପାଦନ ପ୍ରାୟ ୨୫୪.୭୩ ଲକ୍ଷ ଟନ୍ ହେବ ବୋଲି ଆଶା କରାଯାଉଛି। ଗତ ବର୍ଷ ଏହାର ପରିମାଣ ପ୍ରାୟ ୩୦୨.୦୮ ଲକ୍ଷ ଟନ୍ ରହିଥିଲା। ମହାରାଷ୍ଟ୍ରରେ ୩୪.୩୧ ଲକ୍ଷ ଟନ୍, କର୍ଣ୍ଣାଟକରେ ୯.୯୫ ଲକ୍ଷ ଟନ୍, ଆନ୍ଧ୍ର ପ୍ରଦେଶରେ ୩.୫୪ ଲକ୍ଷ ଟନ୍ ଏବଂ ରାଜସ୍ଥାନରେ ୩.୧୨ ଲକ୍ଷ ଟନ୍ କମ୍ ଉତ୍ପାଦନ ହେତୁ ମୋଟ ଉତ୍ପାଦନରେ ହ୍ରାସ ହେବାର ସମ୍ଭାବନା ରହିଛି। ତଥ୍ୟ ଅନୁଯାୟୀ ଗତ ୨୦୨୧-୨୨ ବର୍ଷରେ ପିଆଜ ଉତ୍ପାଦନ ୩୧୬.୮୭ ଲକ୍ଷ ଟନ୍ ରହିଥିଲା। 

କିଛି ଦେଶକୁ ପିଆଜ ରପ୍ତାନୀ ପାଇଁ ମିଳିଲା ଅନୁମତି 
ନିକଟରେ କିଛି ଦେଶକୁ ପିଆଜ ରପ୍ତାନୀ କରିବାକୁ ସରକାର ଅନୁମୋଦନ କରିଛନ୍ତି। ଜାତୀୟ ସମବାୟ ରପ୍ତାନୀ ଲିମିଟେଡ୍ (NCEL) ମାଧ୍ୟମରେ ଭୂଟାନ, ବହରୀନ ଏବଂ ମରିସସ ଆଦି ଦେଶକୁ ୪୭୫୦ ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଭୂଟାନକୁ ୫୫୦, ବହରୀନକୁ ୩୦୦୦ ଏବଂ ମରିସସକୁ ୧୨୦୦ ଟନ୍ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି।

 

About the Author