Plane Crash Victims: ଅନ୍ତିମ ସଂସ୍କାର ଶେଷ କରି କେରଳରୁ ଫେରୁଥିଲେ ତିନି ବନ୍ଧୁ, ଘରେ ପହଞ୍ଚିବା ପୂର୍ବରୁ ଗଲା ଚାଲିଗଲା ଜୀବନ
Advertisement
Article Detail0/zeeodisha/odisha1530284

Plane Crash Victims: ଅନ୍ତିମ ସଂସ୍କାର ଶେଷ କରି କେରଳରୁ ଫେରୁଥିଲେ ତିନି ବନ୍ଧୁ, ଘରେ ପହଞ୍ଚିବା ପୂର୍ବରୁ ଗଲା ଚାଲିଗଲା ଜୀବନ

Plane Crash Victims: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେରେ ବଡ଼ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା । ଏଥିରେ ୭୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ, ଏହି ୭୨ ଜଣଙ୍କ ମଧ୍ୟରେ ତିନି ଜଣ ଲୋକେ ଏପରି ଥିଲେ । ଯେଉଁମାନେ କେରଳର ଜଣେ ଖ୍ରୀଷ୍ଟିଆନ ପ୍ରଚାରକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ କେରଳ ଯାଇଥିଲେ। ଅନ୍ତିମ ସଂସ୍କାର ଯୋଗ ଦେବା ପରେ କେରଳରୁ ବିମାନ ଯୋଗେ ନେପାଳକୁ ଫେରୁଥିଲେ।

Plane Crash Victims: ଅନ୍ତିମ ସଂସ୍କାର ଶେଷ କରି କେରଳରୁ ଫେରୁଥିଲେ ତିନି ବନ୍ଧୁ, ଘରେ ପହଞ୍ଚିବା ପୂର୍ବରୁ ଗଲା ଚାଲିଗଲା ଜୀବନ

Plane Crash Victims: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେରେ ବଡ଼ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା । ଏଥିରେ ୭୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ, ଏହି ୭୨ ଜଣଙ୍କ ମଧ୍ୟରେ ତିନି ଜଣ ଲୋକେ ଏପରି ଥିଲେ । ଯେଉଁମାନେ କେରଳର ଜଣେ  ଖ୍ରୀଷ୍ଟିଆନ ପ୍ରଚାରକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ କେରଳ ଯାଇଥିଲେ। ଅନ୍ତିମ ସଂସ୍କାର ଯୋଗ ଦେବା ପରେ କେରଳରୁ ବିମାନ ଯୋଗେ ନେପାଳକୁ ଫେରୁଥିଲେ। ଟିଓଆଇ ଖବର ଅନୁଯାୟୀ, ନେପାଳର ତିନିଜଣ ନାଗରିକ- ରାଜୁ ଠାକୁରୀ, ରବିନ ହାମଲ ଏବଂ ଅନିଲ ଶାହି ଖ୍ରୀଷ୍ଟିଆନ ପ୍ରଚାରକ ମାଥ୍ୟୁ ଫିଲିପଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ କେରଳର ପଠାନମିତ୍ର ଜିଲ୍ଲା (Pathanamthitta  district) କୁ ଆସିଥିଲେ। ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭୨ ଯାତ୍ରୀଙ୍କ ମଧ୍ୟରୁ ଏହି ତିନି ଲୋକଙ୍କ ନାଁ ମଧ୍ୟ ସାମିଲ ଅଛି ।  

ଏହି ତିନିଜଣ ଏହି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଆସିଥିଲେ:

ଦୁଇ ବର୍ଷ ପୂର୍ବେ ମାଥ୍ୟୁ ଫିଲିପ୍ କେରଳକୁ ଫେରିଥିଲେ। ଏହାପୂର୍ବରୁ ସେ ପୋଖରାରେ ୪୫ ବର୍ଷ ଧରି ରହି ଆସୁଥିଲେ। ତିନିଜଣ ମୃତ ଏବଂ ଅନ୍ୟ ଦୁଇଜଣ ମାଥ୍ୟୁଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିଲେ। ମାଥ୍ୟୁ ଫିଲିପଙ୍କ ନାତି ଜୁଏଲ ମାଥ୍ୟୁ କହିଛନ୍ତି ଯେ ବିମାନ ଦୁର୍ଘଟଣାର ଖବର ଆସିବା ମାତ୍ରେ କିଛି ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା ଏବଂ ଯାତ୍ରୀ ତାଲିକା ଯାଞ୍ଚ କରାଯାଇଥିଲା। ଜୁଏଲ କହିଛନ୍ତି, “ଆମେ ଦେଖିଲୁ ଯେ ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣ କାଠମାଣ୍ଡୁରୁ ପୋଖରା ଅଭିମୁଖେ ବିମାନ ଯୋଗେ ଯାତ୍ରା କରିଥିଲେ। ଅନ୍ୟ ଦୁଇଜଣ ଶରଣ ଶାହି ଏବଂ ସୁମନ ଥାପା ନିଜେ କାଠମାଣ୍ଡୁରେ ରହିଯାଇଥିଲେ। ଜୁଏଲ କହିଛନ୍ତି ଯେ ଯେତେବେଳେ ସେହି ଦୁଇ ଜଣଙ୍କ ସହ ଯୋଗାଯୋଗ କରାଯାଇଥିଲା ସେତେବେଳେ ସେମାନେ କହିଥିଲେ ଯେ ସେମାନଙ୍କ ସାଙ୍ଗମାନଙ୍କ ମୃତଦେହ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ତାଙ୍କୁ କୁହାଯାଇଥିଲା। ସେ କହିଛନ୍ତି ଯେ ମୃତଦେହ ଚିହ୍ନିବା ଅସମ୍ଭବ କାରଣ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା।

ଫିଲିପଙ୍କ ନାତି ଏପରି କହିଛନ୍ତି :

ଫିଲିପଙ୍କର କର୍କଟରେ ପୀଡିତ ଥିଲେ। ସେ ଦୁଇ ବର୍ଷ ପୂର୍ବେ ପୋଖରାରେ କାମ ବନ୍ଦ କରିବା ପରେ ନିଜ ଗାଁକୁ ଫେରିଥିଲେ। ଜୁଏଲ କହିଛନ୍ତି, “ଏହି ପାଞ୍ଚ ଜଣ ଶୁକ୍ରବାର ଦିନ (Anikad village)  ଅନିକାଦ ଗାଁକୁ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ।  ସେ ଦିନସାରା ଘରେ ବିତାଇବା ସହ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇ ସଂନ୍ଧ୍ୟାରେ ଯାଇଥିଲେ। ମୋ ଜେଜେବାପାଙ୍କ ମୃତଦେହ ଅନିକାଡ ବ୍ରଦର୍ସ ଆସେମ୍ବଲିରେ ରଖାଯାଇଥିଲା, ଯେଉଁଠାରେ ସେ ଏକ ନେପାଳୀ ଗୀତ ଗାଇଥିଲେ ଯାହା ମୋର ଜେଜେବାପାଙ୍କର ପ୍ରିୟ ଥିଲା। ଜୁଏଲ କହିଛନ୍ତି ଯେ ତାଙ୍କ ଜେଜେବାପା ମାଥ୍ୟୁ ଫିଲିପ ଏହି ପାଞ୍ଚଜଣଙ୍କ ପାଇଁ ଜଣେ ପିତା ଥିଲେ।

Also Read :  Nepal Plane Crash History: ନେପାଳର ସବୁଠାରୁ ୫ ଟି ବଡ଼ ପ୍ଲେନ କ୍ରାସ୍, ଜାଣନ୍ତୁ କାରଣ

ସୂଚନା ଅନୁସାରେ,ରବିବାର ଦିନ ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେରେ ବଡ଼ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ସେଥିମଧ୍ୟରେ ୫ ଜଣ ଭାରତୀୟ ଥିବା ଜଣାପଡି଼ଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ମିଳୁଥିବା ଖବର ଅନୁଯାୟୀ, ଦୁର୍ଘଟଣା ପରେ ପ୍ରତ୍ୟକ୍ଷଦର୍ଶୀମାନେ ଧୂଆଁ ବାହାରୁଥିବାର ଦେଖିଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି ଯେ, କାଠମାଣ୍ଡୁରେ(Kathmandu) ପାଗ ଖରାପ ଥିଲା ଏବଂ ୟେଟି ଏୟାରଲାଇନ୍ସର ATR-72 ବିମାନ ଠିକ୍ ପାଗ ଖରାପ ସମୟରେ ଉଡ଼ାଣ ଭରିଥିଲା। କ୍ୟାପଟେନ କମଲ କେସି ଏହି ବିମାନର କ୍ୟାପଟେନ ଥିଲେ ବୋଲି ପୋଲିସ କହିଛି ।