ଅମ୍ୱାନୀ-ଆଦାନୀଙ୍କଠାରୁ ଆଗକୁ ବଢିଲା ରତନ ଟାଟାଙ୍କ ଏହି କମ୍ପାନୀ, ୭୧ ହଜାର କୋଟିର ନୂଆ ବଜେଟ୍
Advertisement
Article Detail0/zeeodisha/odisha2052674

ଅମ୍ୱାନୀ-ଆଦାନୀଙ୍କଠାରୁ ଆଗକୁ ବଢିଲା ରତନ ଟାଟାଙ୍କ ଏହି କମ୍ପାନୀ, ୭୧ ହଜାର କୋଟିର ନୂଆ ବଜେଟ୍

TATA Power Renewable Energy Projects: ଟାଟା ପାୱାର ରିନ୍ୟୁଆଲ୍ ଏନର୍ଜି ଲିମିଟେଡ୍ (TPRPL) ତାମିଲନାଡୁରେ ଏକ ପ୍ରକଳ୍ପରେ ୭୦,୮୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଟାଟା ପାୱାର ପକ୍ଷରୁ ଏକ ଟିମ୍ ତାମିଲନାଡୁ ରାଜ୍ୟ ସରକାରଙ୍କ ସହ ଦୁଇଟି ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ଅମ୍ୱାନୀ-ଆଦାନୀଙ୍କଠାରୁ ଆଗକୁ ବଢିଲା ରତନ ଟାଟାଙ୍କ ଏହି କମ୍ପାନୀ, ୭୧ ହଜାର କୋଟିର ନୂଆ ବଜେଟ୍

TATA Power Renewable Energy Projects: ନିକଟରେ ତାମିଲନାଡୁରେ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେହି ସମ୍ମିଳନୀରେ ଆଦାନୀ ଏବଂ ଅମ୍ବାନୀ ଗ୍ରୁପ ପକ୍ଷରୁ ମଧ୍ୟ ବଡ଼ ବିନିଯୋଗ ଘୋଷଣା କରାଯାଇଥିଲା । କିନ୍ତୁ ଚର୍ଚ୍ଚାର ବିଷୟ ଏହା ଯେ, ରତନ ଟାଟାଙ୍କ ଏକ କମ୍ପାନୀ ଅମ୍ବାନୀ ଏବଂ ଆଦାନୀଙ୍କୁ ଟକ୍କର ଦେଇଛି । ଷ୍ଟକ୍ ମାର୍କେଟର ସୂଚନା ଅନୁଯାୟୀ, ରତନ ଟାଟାଙ୍କ କମ୍ପାନି ତାମିଲନାଡୁରେ ପ୍ରାୟ ୭୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି। ଏହି ବିନିଯୋଗ ଏକ ବଡ ବିନିଯୋଗ ହେତୁ ଲୋକମାନେ ମଧ୍ୟ ଖୁସି ଅଛନ୍ତି । ତେବେ ଆସନ୍ତୁ ଜାଣିବା ରତନ ଟାଟାଙ୍କ କେଉଁ କମ୍ପାନୀ ତାମିଲନାଡୁରେ ବିପୁଳ ପୁଞ୍ଜି ବିନିଯୋଗ କରିବାକୁ ଯାଉଛି।

ଟାଟା ପାୱାର ରିନ୍ୟୁଆଲ୍ ଏନର୍ଜି ଲିମିଟେଡ୍ (TPRPL) ତାମିଲନାଡୁରେ ଅକ୍ଷୟ ଶକ୍ତି ପ୍ରକଳ୍ପରେ ୭୦,୮୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି। ଟାଟା ପାୱାରର ଏକ ୟୁନିଟ୍ ତାମିଲନାଡୁ ସରକାରଙ୍କ ସହିତ ଆଲୋଚନା କରି ଦୁଇଟି ଏମଓୟୁ ସ୍ୱାକ୍ଷର କରିଛି। ମଙ୍ଗଳବାର ଦିନ ଷ୍ଟକ୍ ମାର୍କେଟକୁ ଏହି ସୂଚନା ଦେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିନ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି।

ମିଳିଥିବା ସୂଚନା ମୁତାବକ ପ୍ରଥମ ଏମଓୟୁ ଅଧୀନରେ, TPREL ଆସନ୍ତା ପାଞ୍ଚରୁ ସାତ ବର୍ଷ ମଧ୍ୟରେ ସୌର, ପବନ, ହାଇବ୍ରିଡ୍ ଶକ୍ତି ପ୍ରକଳ୍ପ ପରି କ୍ଷେତ୍ରରେ ୧୦ ହଜାର ମେଗାୱାଟ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ସୁଯୋଗ ଅନୁସନ୍ଧାନ କରିବ । ଏହି ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପ ତାମିଲନାଡୁର ୫୦ହଜାର ଏକର ଜମିରେ ରହିବ । ଏଥିରେ ପ୍ରାୟ ୭୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ସହିତ ହଜାର ହଜାର ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଦ୍ୱିତୀୟ ଏମଓୟୁ ବିଷୟରେ କହିବାକୁ ଗଲେ, ତିରୁନେଲଭେଲି ଜିଲ୍ଲାର ଗଙ୍ଗାଇକୋଣ୍ଡାନରେ ଦୁଇଟି ପର୍ଯ୍ୟାୟରେ ଚାରିଟି ସୌର ସେଲ୍ ଏବଂ ସୌର ମଡ୍ୟୁଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ୩,୮୦୦ କୋଟି ଟଙ୍କା ବିନିଯୋଗ ସମ୍ଭାବନା । ୨୦୨୨ ମସିହା ଜୁଲାଇ ୪ରେ କମ୍ପାନୀ ଏକ ଏମଓୟୁ ସ୍ୱାକ୍ଷର କରିଥିଲା ​​ଯେଉଁଥିରେ ନିବେଶର ମୂଲ୍ୟ ୩ହଜାର କୋଟି ଟଙ୍କା ଥିଲା। ବର୍ତ୍ତମାନ ଏହାକୁ ୩,୮୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହାପରେ ଟାଟା ପାୱାର ସେୟାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ମଙ୍ଗଳବାର ରିପୋର୍ଟ ଅନୁଯାୟୀ ଟାଟା ପାୱାର ସେୟାର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । କମ୍ପାନୀର ସେୟାରଗୁଡିକ ୦.୩୮ ପ୍ରତିଶତ ବୃଦ୍ଧି ସହିତ ୩୪୦.୧୦ ଟଙ୍କାରେ ବନ୍ଦ ହୋଇଯାଇଛି । ବାଣିଜ୍ୟ ଅଧିବେଶନ ସମୟରେ କମ୍ପାନୀର ସେୟାର ମୂଲ୍ୟରେ ପରିବର୍ତ୍ତନ ହୋଇ ୩୪୪.୮୫ ଟଙ୍କା ଛୁଇଁଥିଲା ।

Also Read- Puri News: ଅଦୃଶ୍ୟ ହୋଇଗଲା ନୀଳଚକ୍ର ! ଦର୍ଶନରୁ ନିରାଶ ହେଲେ ଭକ୍ତ

Also Read- ୫.୯୯ ଲକ୍ଷରେ ଲଞ୍ଚ ହେଲା ନୂଆ ରେନାଲ୍ଟ ଟ୍ରାଇବର୍, ରହିଛି ଜବରଦସ୍ତ ଫିଚର୍