୨୦୦୦ ଟଙ୍କିଆ ନୋଟକୁ ନେଇ ଆସିଲା ଏକ ନୂଆ ଅପଡେଟ୍, ଆରବିଆଇ ଗଭର୍ଣ୍ଣର ଦେଲେ ଏହି ସୂଚନା
Advertisement
Article Detail0/zeeodisha/odisha1924260

୨୦୦୦ ଟଙ୍କିଆ ନୋଟକୁ ନେଇ ଆସିଲା ଏକ ନୂଆ ଅପଡେଟ୍, ଆରବିଆଇ ଗଭର୍ଣ୍ଣର ଦେଲେ ଏହି ସୂଚନା

2000 Rupee Note Exchange: ଆରବିଆଇ ଅକ୍ଟୋବର ୭ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ପାଇଁ ସ୍ୱତନ୍ତ୍ର ଡ୍ରାଇଭକୁ ବୃଦ୍ଧି କରିଥିଲା । ୭ ଅକ୍ଟୋବର ରେ ବ୍ୟାଙ୍କ ଶାଖାରେ ନୋଟ୍ ଜମା ଓ ବିନିମୟ ସୁବିଧା ରଦ୍ଦ ହେଲା । 

 

2000 Rupee Note Exchange

2000 Denomination Banknotes: ୨୦୦୦ ଟଙ୍କା ନୋଟ୍ ସମ୍ବନ୍ଧରେ ପୁଣି ଥରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ୨୦୦୦ ଟଙ୍କା ନୋଟ୍ ସମ୍ବନ୍ଧରେ ଏହି ନୂଆ ଅପଡେଟ୍ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଜେ ଦେଇଛନ୍ତି । ବ୍ୟାଙ୍କରେ ୨୦୦୦ ଟଙ୍କା ଜମା ଓ ବଦଳାଇବା ପାଇଁ ଆରବିଆଇ ଅକ୍ଟୋବର ୭ କୁ ସମୟସୀମା ବୃଦ୍ଧି କରିଥିଲା । ଏହା ପରେ ମଧ୍ୟ ୨୦୦୦ ଟଙ୍କାର ସମସ୍ତ ନୋଟ୍ ବ୍ୟାଙ୍କ ପାଖରେ ପହଞ୍ଚି ପାରିନାହିଁ । ବର୍ତ୍ତମାନ ଆରବିଆଇ ରିଜୋନାଲ ଆଫିସରେ ୨୦୦୦ ଟଙ୍କା ନୋଟ୍ ଜମା କରାଯାଇପାରିବ । ୨୦୦୦ ଟଙ୍କା ନୋଟ୍ ବିଷୟରେ ଆରବିଆଇ ଗଭର୍ଣ୍ଣର କ'ଣ ସୂଚନା ଦେଇଛନ୍ତି ଆସନ୍ତୁ ଜାଣିବା ।

ଆରବିଆଇ ଗଭର୍ଣ୍ଣର ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି ଯେ ୨,୦୦୦ ଟଙ୍କିଆ ନୋଟ୍ ଫେରିଛି ଓ ବର୍ତ୍ତମାନ କେବଳ ୧୦,୦୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ଲୋକଙ୍କ ପାଖରେ ଅଛି । ଏହି ନୋଟ୍ ଗୁଡିକ ମଧ୍ୟ ଫେରସ୍ତ କିମ୍ବା ଜମା କରାଯିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ପୃଥକ ଭାବରେ ଭାଷଣ ଦେଇ ସେ କହିଛନ୍ତି ଯେ ୨,୦୦୦ ଟଙ୍କିଆ ନୋଟ୍ ଫେରି ଆସୁଛି ଓ ବର୍ତ୍ତମାନ ବଜାରରେ କେବଳ ୧୦,୦୦୦ କୋଟି ଟଙ୍କା ନୋଟ୍ ବାକି ଅଛି । ଆଶାକରେ ଏହି ନୋଟ୍ ଗୁଡିକ ମଧ୍ୟ ଫେରସ୍ତ ହେବ ।

ବର୍ତ୍ତମାନ ଏଠାରେ କରାଯାଉଛି ୨,୦୦୦ ଟଙ୍କା ନୋଟ୍ ଡିପୋଜିଟ୍ 
ଏହି ମାସ ଆରମ୍ଭରେ, ଆରବିଆଇ ୭ ଅକ୍ଟୋବର ପର୍ଯ୍ୟନ୍ତ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ପାଇଁ ସ୍ୱତନ୍ତ୍ର ଅଭିଜାନର ସମୟକୁ ବୃଦ୍ଧି କରିଥିଲା । ୭ ଅକ୍ଟୋବର ପରେ ବ୍ୟାଙ୍କ ଶାଖାରେ ନୋଟ୍ ଜମା ଓ ବିନିମୟ ସୁବିଧା ବନ୍ଧ ହୋଇଥିଲା । ୮ ଅକ୍ଟୋବରରୁ ଲୋକଙ୍କୁ ୧୯ ଟି ଆରବିଆଇ କାର୍ଯ୍ୟାଳୟରେ ନୋଟ୍ ଲେଣଦେଣ କରିବାକୁ କିମ୍ବା ସମାନ ପରିମାଣର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ସୁବିଧା ଦିଆଯାଇଥିଲା ।

କେତେ ଜମା କରାଯାଇପାରିବ ୨୦୦୦ ଟଙ୍କିଆ ନୋଟ?
ବ୍ୟକ୍ତି କିମ୍ବା ଅନୁଷ୍ଠାନ ୧୯ଟି ଆରବିଆଇ କାର୍ଯ୍ୟାଳୟରେ ଥରକରୋ ୨୦,୦୦୦ ଟଙ୍କା ସୀମା ପର୍ଯ୍ୟନ୍ତ ୨,୦୦୦ ଟଙ୍କା ନୋଟ୍ ଜମା କରିପାରିବେ । ତେବେ, ଆରବିଆଇ କାର୍ଯ୍ୟାଳୟ ଜରିଆରେ ବ୍ୟାଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ନୋଟ୍ ଜମା କରିବାର ରାଶି ଉପରେ କୌଣସି ସୀମା ନାହିଁ।