Lift Collapse: ଲିଫ୍ଟରେ ଆସୁଥିବା ସମୟରେ ଅଘଟଣ, ମହିଳା ମୃତ
Advertisement
Article Detail0/zeeodisha/odisha1809053

Lift Collapse: ଲିଫ୍ଟରେ ଆସୁଥିବା ସମୟରେ ଅଘଟଣ, ମହିଳା ମୃତ

Noida News: ଲିଫ୍ଟ ବ୍ୟବହାର କରି ଗ୍ରାଉଣ୍ଡ ଫ୍ଲୋରକୁ ଖସୁଥିବା ସମୟରେ ଅଘଟଣ । ମହିଳା ମୃତ

Lift Collapse: ଲିଫ୍ଟରେ ଆସୁଥିବା ସମୟରେ ଅଘଟଣ, ମହିଳା ମୃତ

Noida News: ଉତ୍ତରପ୍ରଦେଶର ନୋଏଡା ଠାରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ନୋଏଡା, ସେକ୍ଟର ୧୩୭ ସ୍ଥିତ ପାରାସ୍ ଟାୟରା ସୋସାଇଟିରେ ଲିଫ୍ଟ ଖରାପ (lift collapse) ହୋଇ ତଳକୁ ଖସିଯିବା କାରଣରୁ ଜଣେ ବୃଦ୍ଧ ମହିଳାଙ୍କର ମୃତ୍ୟୁ ହୋଇଛି। ଅଞ୍ଚଳରେ ଥିବା ୨୪ ନମ୍ୱର ଟାୱାରରେ ଲିଫ୍ଟ ହଠାତ ଖସିବା ସହ ମାଇନସ୍ ଦୁଇ ମହଲାରେରେ ପହଞ୍ଚିଥିଲା । ଏହି କାରଣରୁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା (accident case) ପରେ ଉକ୍ତ ଟାୱାରରେ ରହୁଥିବା ଅନ୍ୟ ଲୋକମାନେ କଲୋନୀ ଭିତରେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଥିଲା । ଅଞ୍ଚଳରେ ଅକପ୍ରକାର ଭୟର ବାତାବରଣ (atmosphere of fear) ମଧ୍ୟ ସୃଷ୍ଟି ହୋଇଛି।

ଟାୟରା ହାଉସିଂ ସୋସାଇଟିର ଟାୱାର ନମ୍ବର ୨୪ ରେ ରହୁଥିଲେ ୭୦ ବର୍ଷ ବୟସ୍କା ମହିଳା ସୁଶୀଲା ଦେବୀ । ସେ କିଛି କାମରେ ଗୁରୁବାର ସନ୍ଧ୍ୟା ସମୟରେ ଲିଫ୍ଟ ମାଧ୍ୟମରେ ଗ୍ରାଉଣ୍ଡ ଫ୍ଲୋରକୁ ଯିବାପାଇଁ ଲିଫ୍ଟରେ ପ୍ରବେଶ କରିଥିଲେ । ଲିଫ୍ଟର ବଟନ ଦବାଇବା ପରେ ଲିଫ୍ଟଟି ତଳକୁ ଖସିବା ସମୟରେ ହଠାତ୍ ମଝିରେ ଅଟକି ରହିଲା । ମଝିରେ ଏକ ତୀକ୍ଷ୍ଣ ଜର୍କ ରହିବା ପରି ମନେହେଲା । ଘଟଣା ଜଣା ପଡିବା ମାତ୍ରେ ଲୋକମାନେ ରକ୍ଷଣାବେକ୍ଷଣ ବିଭାଗକୁ ସୂଚନା ଦେଇଥିଲେ। ବହୁ ପରିଶ୍ରମ ପରେ ସୁରକ୍ଷା ବିଭାଗର କର୍ମଚାରୀ ଏବଂ ରକ୍ଷଣାବେକ୍ଷଣ ବିଭାଗର କର୍ମଚାରୀମାନେ ଉକ୍ତ ଲିଫ୍ଟକୁ ଖୋଲିବାରେ ସକ୍ଷମ ହୋଇଥିଲେ । ଲିଫ୍ଟ୍ ଖୋଲିବାକୁ ପାଖାପାଖି ୪୫ ମିନିଟ ସମୟ ଲାଗିଥିଲା । ଲିଫ୍ଟ ଖୋଲିବା ପରେ ଉଦ୍ଧାରକାରୀ ଟିମ୍ ମହିଳାଙ୍କୁ ଲିଫ୍ଟ ପଦାକୁ ଆଣିଥିଲେ । ତାଙ୍କ ଅବସ୍ଥା ଦେଖିବାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା (Hospital) ନିଆଯାଇ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ବୃଦ୍ଧା ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଆପଣଙ୍କୁ କହିରଖୁଛୁ ଯେ, ୭୦ ବର୍ଷୀୟ ମହିଳା ସୁଶୀଲା ନିଜ ପୁଅ ଏବଂ ବୋହୂ ସହିତ ଉକ୍ତ ମହଲାରେ ରହୁଥିଲେ । ଏପରି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନୋଏଡା ପୋଲିସ (Noida police) ଘଟଣାସ୍ଥଳରେ ପହଞ୍ଚିଥିଲା । ରିପୋର୍ଟ ଅନୁଯାୟୀ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ସମସ୍ତଙ୍କର ଅପେକ୍ଷା ରହିଛି ।

ଅନ୍ୟପଟେ, ସେ ଅଞ୍ଚଳରେ ରହୁଥିବା ବ୍ୟକ୍ତିବିଶେଷ ବର୍ତ୍ତମାନ ଲିଫଟରେ ଯାତ୍ରା କରିବା ପାଇଁ ଭୟ କରୁଛନ୍ତି । ଅନ୍ୟ ଟାୱାର ଗୁଡିକରେ ଲିଫ୍ଟ୍ କାମ କରୁଥିଲେ ମଧ୍ୟ କିଛି ଲୋକମାନେ ଲିଫ୍ଟ ବ୍ୟବହାର ନକରି ସିଡିରେ ଉପର ମହଲା ଗୁଡିକୁ ଯିବା ପାଇଁ ପସନ୍ଦ କରୁଛନ୍ତି । ଲୋକମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଲିଫ୍ଟ ଖୁବ ବିପଦପୂର୍ଣ୍ଣ ତେଣୁ ମୁଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କଷ୍ଟ ହେଉ ପଛେ ଆମେ ସିଡିରେ ଉପର- ମହଲାକୁ ଯାଉଛୁ । ଅନ୍ୟ କିଛି ବ୍ୟକ୍ତି କହିଛନ୍ତି ଯେ, ଲିଫ୍ଟ ସଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ ତାର ନିୟମିତ ଭାବରେ ଯାଞ୍ଚ ହେବା ନିତ୍ୟାନ୍ତ ଆବଶ୍ୟକ । କାରଣ ପ୍ରତିଦିନ ଅନେକ ବ୍ୟକ୍ତି ଉପର ମହଲାରୁ ତଳକୁ ଆସିବା ପାଇଁ ଲିଫ୍ଟ ବ୍ୟବହାର କରୁଥନ୍ତି । ଏଥିସହ କିଛି ବ୍ୟକ୍ତି ଏହା ମଧ୍ୟ କହିଛନ୍ତି ଯେ, ତୁରନ୍ତ ଅନ୍ୟ ଟାୱାର ଗୁଡିକରେ ଲାଗିଥିବା ଲିଫ୍ଟର ଯାଞ୍ଚ କରାଯିବା ଉଚିତ । କୌଣସି ଲିଫ୍ଟ ଯଦି ଖରାପ ଥାଏ ତେବେ ତାହାକୁ ତୁରନ୍ତ କାମ କରି ଠିକ୍ କରାଯିବା ଆବଶ୍ୟକ । ଏପରି ପରିସ୍ଥିତି ଯେପରି ପୂନର୍ବାର ନଘଟେ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଜରୁରୀ ।

Also Read- Ollywood News: ଅଗଷ୍ଟ ୬ରେ ନୂଆ ଚଳଚ୍ଚିତ୍ର ‘ତୁମ ବିନା’