Archana Nag: କୋର୍ଟରେ ବିଷ ଓଗାଳିଲେ ଅର୍ଚ୍ଚନା, କହିଲା କାହିଁକି ଗିରଫ ହୋଇନି ଶ୍ରଦ୍ଧାଞ୍ଜଳି...
Advertisement
Article Detail0/zeeodisha/odisha1647016

Archana Nag: କୋର୍ଟରେ ବିଷ ଓଗାଳିଲେ ଅର୍ଚ୍ଚନା, କହିଲା କାହିଁକି ଗିରଫ ହୋଇନି ଶ୍ରଦ୍ଧାଞ୍ଜଳି...

Archana Nag News In Odia: ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ (Lady Blackmailer Archana Nag) । । ଭୁବନେଶ୍ୱର ସିବିଆଇ-୧ କୋର୍ଟରେ (CBI Court Bhubaneswar)ଆଜି ହାଜର ହୋଇଛନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ(Archana Nag-Jagabandhu Chand) । ଇଡି (ED)ଓ ଖଣ୍ଡଗିରି ଥାନା ମାମଲାରେ ସେମାନେ ହାଜର ହୋଇଛନ୍ତି । କୋର୍ଟରେ ହାଜର ହେବା ପରେ, ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ (shradhanjali behera)ଏଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ଅର୍ଚ୍ଚନା ଜଜଙ୍କୁ ପ୍ରଶ୍ନ କରିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Archana Nag News In Odia: ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ (Lady Blackmailer Archana Nag) । । ଭୁବନେଶ୍ୱର ସିବିଆଇ-୧ କୋର୍ଟରେ (CBI Court Bhubaneswar)ଆଜି ହାଜର ହୋଇଛନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ(Archana Nag-Jagabandhu Chand) । ଇଡି (ED)ଓ ଖଣ୍ଡଗିରି ଥାନା ମାମଲାରେ ସେମାନେ ହାଜର ହୋଇଛନ୍ତି । କୋର୍ଟରେ ହାଜର ହେବା ପରେ, ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ (shradhanjali behera)ଏଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ଅର୍ଚ୍ଚନା ଜଜଙ୍କୁ ପ୍ରଶ୍ନ କରିଛନ୍ତି । ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହାନ୍ତି ବୋଲି କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା । ତାଙ୍କ ପାଇଁ କଣ ଆଇନ ଅଲଗା ବୋଲି କହିଲେ ଅର୍ଚ୍ଚନା । ଆଜି କୋର୍ଟରୁ ବାହାରିବାବେଳେ,ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ୍ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି । କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ଅଛନ୍ତି, ଯେଉଁଥିପାଇଁ ତାକୁ ଗିରଫ କରାଯାଉନି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ, ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି । ତାକୁ ଜାଣିଶୁଣି ଘଣ୍ଟ ଘୋଡାଇ ଚାଲିଛନ୍ତି ।  ଶ୍ରଦ୍ଧାଞ୍ଜଳିକୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା । ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀ ସହ ପଠାଯାଇଥିଲା । ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ସେଥିପାଇଁ କୋର୍ଟଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଅର୍ଚ୍ଚନା କହିଛନ୍ତି । ତେବେ, ଶ୍ରଦ୍ଧାଞ୍ଜଳୀଙ୍କ ସହ ସେହି ଲୁଗାଦୋକାନୀ ମାଲିକଙ୍କର କିଭଳି ସମ୍ପର୍କ ରହିଛି । ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

fallback

Also Read : Nayanthara: ଫ୍ୟାନ୍ସଙ୍କୁ ଧମକ ଦେଲେ ନୟନତାରା , ଜାଣନ୍ତୁ କାରଣ

Also Read : Rinku Singh: ରିଙ୍କୁଙ୍କର ପ୍ରଶଂସା କଲେ ପର୍ଣ୍ଣ ଷ୍ଟାର; ପ୍ରଶଂସକ ଦେଲେ ଏଭଳ ପ୍ରତିକ୍ରିୟା

ଅର୍ଚ୍ଚନା ନାଗ୍‌, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ନାଁରେ ବ୍ଲାକମେଲିଂ,ହନିଟ୍ରାପ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧାଞ୍ଜଳି ବେହେରା। ଏହାପରେ ଅକ୍ଟୋବର ୭ରେ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର । ଆଜି ପ୍ରଥମେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ଏହାପରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରିଛି ପୋଲିସ ।

ଚଳିତ ବର୍ଷ ଆରମ୍ଭରେ , ଅର୍ଥାତ୍ ଜାନୁଆରୀ ୧୦ ତାରିଖରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ ବିରୋଧରେ ମନି ଲାଣ୍ତରିଂ ମାମଲାରେ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା ଇଡି । ତେବେ ଏହି ଚାର୍ଜସିଟରେ ଇଡି ଅର୍ଚ୍ଚନା ନାଗଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି । ତେବେ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ ବିରୋଧରେ ମନି ଲଣ୍ତରିଂର ପ୍ରମାଣ ଇଡି ହାତରେ ଲାଗିଛି । ୩ ଜଣଙ୍କ ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କାର କାରବାର ହୋଇଥିବାର ପ୍ରମାଣି ମଧ୍ୟ ମିଳିଛି । ତେବେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଅର୍ଚ୍ଚନାଙ୍କ ମାୟ ଜାଲରେ ଫସିଥିଲେ । ତାଙ୍କ ବ୍ଲାକମେଲର ଶିକାର ହୋଇଥିଲେ । ସେପଟେ ଖୁବ ଶୀଘ୍ର ଅର୍ଚ୍ଚନା, ଖଗେଶ୍ୱର ଏବଂ ଜଗବନ୍ଧୁଙ୍କର ସମସ୍ତ ସମ୍ପତ୍ତି ଜବତ ହୋଇପାରେ । ପୂର୍ବରୁ ଇଡି ତିନି ଜଣଙ୍କୁ ନୋଟିସ୍ ମଧ୍ୟ ପଠାଇ ସାରିଛି ।