Advertisement
Photo Details/zeeodisha/odisha1646875
photoDetails0hindi

Nayanthara: ଫ୍ୟାନ୍ସଙ୍କୁ ଧମକ ଦେଲେ ନୟନତାରା , ଜାଣନ୍ତୁ କାରଣ

Nayanthara News In Odia: ସାଉଥ୍ ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କର(Nayanthara) ଫ୍ୟାନ୍ ଫଲୋଇଙ୍ଗ୍ ବେଶ୍ ଅଧିକ । ଚଳଚ୍ଚିତ୍ର ( film) ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ପ୍ରଶଂସକମାନେ ତାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି । ବର୍ତ୍ତମାନ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ।

1/5

ଯେତେବେଳେ ନୟନତାରା ତାଙ୍କ ସ୍ୱାମୀଙ୍କ ସହ ମନ୍ଦିର ଦର୍ଶନ କରୁଥିଲେ, ଉତ୍ସାହିତ ପ୍ରଶଂସକମାନେ ତାଙ୍କ ଭିଡିଓ ବନାଇବା ଆରମ୍ଭ କରିଦେଇଥିଲେ ଯାହାକୁ ଦେଖି ବେଶ୍ ରାଗି ଯାଇଥିଲେ ଅଭିନେତ୍ରୀ । ବିନା ଅନୁମତିରେ ଫଟୋ ଭିଡିଓ କ'ଣ ପାଇଁ ନେଇଛନ୍ତି ବୋଲି ପ୍ରଶ୍ନ କରିବା ସହ ଖୁବ ରାଗି ଯାଇଥିଲେ (Nayanthara Angry) ଏବଂ ଫୋନ୍ ଭାଙ୍ଗିବା ପାଇଁ ମଧ୍ୟ ଧମକ ଦେଇଥିଲେ । 

2/5

ଏହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତ୍ରୀଙ୍କ ଏପରି ଅନ୍ଦାଜ୍ ଦେଖି ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଖୁବ ରାଗି ଯାଇଛନ୍ତି ଏବଂ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।

3/5

ନୟନତାରା ଏବଂ ସ୍ୱାମୀ ବିଗ୍ନେଶ ମନ୍ଦିର ଦର୍ଶକ କରିବାବେଳେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥିଲା । ଷ୍ଟାର କଳାକରଙ୍କୁ ଦେଖିବା ପାଇଁ ମନ୍ଦିରରେ ନାହିଁ ନଥିବା ଭିଡ ଦେଖିବା ପାଇଁ ମିଳିଥିଲା, ଚାରି ପଟୁ ତାଙ୍କୁ ପ୍ରଶଂସକ ଘେରି ନେଇଥିଲେ । ଯାହା ଫଳେରେ ଉଭୟ ଠିକ୍ ସେ ଦର୍ଶନ ମଧ୍ୟ କରି ପାରିନଥିଲେ ।

4/5

ଏତେ ଭିଡ ମଧ୍ୟରେ ପ୍ରଶଂସକ ଭିଡିଓ ବନାଉଥିବାର ଦେଖି ନୟନତାର ଖୁବ ରାଗି ଯାଇ ଫ୍ୟାନ୍ସଙ୍କୁ ଗାଳି ଦେବା ସହ ଫୋନ୍ ଭାଙ୍ଗିବାର ଧମକ୍ ଦେଇଥିଲେ । ଯାହା ପରେ ସେହି ସ୍ଥାନରେ କିଛି ସମୟ ପାଇଁ ପାଟିତୁଣ୍ତ ଆରମ୍ଭ ହୋଇଯାଇଥିଲା । 

5/5

ପରବର୍ତ୍ତି ସମୟରେ ସ୍ୱାମୀ ବିଗ୍ନେଶ ଶିବନ ମାହୋଲକୁ କଣ୍ଟ୍ରୋଲ କରି ନେଇଥିଲେ ଏବଂ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା ।