Bhubaneswar Patha Ustav Cyclothon: ପଥ ଉତ୍ସବ ପାଇଁ ବିଏମ୍‌ସି ପକ୍ଷରୁ ସାଇକ୍ଲୋଥନ ଆୟୋଜିତ
Advertisement
Article Detail0/zeeodisha/odisha2020887

Bhubaneswar Patha Ustav Cyclothon: ପଥ ଉତ୍ସବ ପାଇଁ ବିଏମ୍‌ସି ପକ୍ଷରୁ ସାଇକ୍ଲୋଥନ ଆୟୋଜିତ

BMC Cyclothon for Patha Ustav: ପଥ ଉତ୍ସବ ୨୦୨୩-୨୪ ପାଇଁ ଡିସେମ୍ବର ୨୧ ତାରିଖ ଗୁରୁବାର ସକାଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଯାଇଛି ସାଇକ୍ଲୋଥନ କାର୍ଯ୍ୟକ୍ରମ। 

 Bhubaneswar Patha Ustav Cyclothon: ପଥ ଉତ୍ସବ ପାଇଁ ବିଏମ୍‌ସି ପକ୍ଷରୁ ସାଇକ୍ଲୋଥନ ଆୟୋଜିତ

Cyclothon Organised by BMC for Patha Utsav 2023-24: ଡିସେମ୍ବର ୨୧ ତାରିଖ ଗୁରୁବାର ପଥ ଉତ୍ସବ ୨୦୨୩-୨୪ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ହେଉଛି ସାଇକ୍ଲୋଥନ। ବିଏମସି ପକ୍ଷରୁ ଆସନ୍ତା ୨୪ ତାରିଖରେ ହେବାକୁ ଯାଉଥିବା ପଥ ଉତ୍ସବ ୨୦୨୩-୨୪ ଉପଲକ୍ଷେ ଅନୁଷ୍ଠିତ ହେଉଛି ଏହି ସାଇକ୍ଲୋଥନ। ମାଷ୍ଟର କ୍ୟାଣ୍ଟିନ ଠାରୁ ବାହାରି ରାମମନ୍ଦିର ଛକ, ହାଇସିଂ ବୋର୍ଡ ଛକ, ପିଏମ୍‌ଜି ଦେଇ ପୁଣି ମାଷ୍ଟର କ୍ୟାଣ୍ଟିନ ଠାରେ ପହଞ୍ଚିବ। ଯେଉଁଥିରେ ସମସ୍ତ ବର୍ଗର ସାଇକେଲ ଆରୋହୀ ଅଂଶ ଗ୍ରହଣ କରିପାରିବେ। 

ଗୁରୁବାର ସକାଳ ସାତଟାରୁ ଆରମ୍ଭ ହେବ ସାଇକ୍ଲୋଥନ। ଯେଉଁଥିରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜ ନିଜର ସାଇକେଲ ସହ ସକାଳ ସାତଟା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଠାରେ ପହଞ୍ଚି ଏହି କାର୍ଯ୍ୟକ୍ରମକୁ ସଫଳ କରିବବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ। ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବହୁ ଅଧିକାରୀ, ଛାତ୍ରଛାତ୍ରୀ,  ଯୁବପିଢି ସର୍ବୋପରି ସାଇକେଲ ପ୍ରେମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୪ ତାରିଖରେ ରାଜଧାନୀରେ ରାଜରାସ୍ତାରେ ଆରମ୍ଭ ହେବ ପଥ ଉତ୍ସବ। ଏହି କାର୍ଯ୍ୟକ୍ରମ ପାଇଁ ପୁଣି ଥରେ ସକାଳ ସମୟରେ ଦୁଲୁକି ଉଠିବ ରାଜଧାନୀ ରାଜରାସ୍ତା। ନାଚ ଗୀତ ଖେଳ କୁଦରେ ମତୁଆଲ ହୋଇଉଠିବେ ଆବାଳ ବୃଦ୍ଧ ବନିତା। ପଥ ଉତ୍ସବରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ୍, ଲୁଡୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟି, ଜୁମ୍ବା ପ୍ରଭୃତି ଆୟୋଜିତ ହେବ। ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଲୋକେ। ସେମାନେ ନାଚ ଗୀତ କରିବା ସହ ବ୍ୟାୟାମ କରିବେ। ଏପରିକି ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Also Read: Bhubaneswar Patha Utsav: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପଥ ଉତ୍ସବ

ଗତ ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପାଳିତ ହେବାକୁ ଯାଉଛି ପଥ ଉତ୍ସବ। ଡିସେମ୍ବର ୧୬ ତାରିଖ ଶନିବାର ପଥ ଉତ୍ସବ ପାଳନ ସମ୍ପର୍କିତ ଏକ ବୈଠକ ବିଏମସି ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ମଧ୍ୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ପଥ ଉତ୍ସବ ଲାଗି ମାଷ୍ଟର କ୍ୟାଣ୍ଟିନ ଠାରେ ମୁଖ୍ୟ ମଞ୍ଚ ରହିବ ସେହିପରି ରାମ ମନ୍ଦିର ନିକଟରେ ଦ୍ୱିତୀୟ ମଞ୍ଚ ନିର୍ମାଣ କରିବାକୁ ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।     

ପଥ ଉତ୍ସବ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସକାଳ ୦୬:୩୦ ସମୟରୁ ୦୯:୩୦ ପର୍ଯ୍ୟନ୍ତ ଚାଲିବ ପଥ ଉତ୍ସବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସ୍କୁଲ କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ରୀଡ଼ା ସଙ୍ଗଠନ, କଳାକାର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ସେମାନଙ୍କ ଅଞ୍ଚଳର ପ୍ରତିଭାଙ୍କ ସମ୍ପର୍କରେ ଜଣାଇ ଯୋଗ୍ୟ ବ୍ୟକ୍ତି କିପରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସେ ନେଇ ସହଯୋଗ କରିବାକୁ କୁହାଯାଉଛି। ଯେଉଁମାନେ ପଥ ଉତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଯୋଗାଯୋଗ କରିପାରିବେ। 

ସହରୀ ବ୍ୟସ୍ତତାରୁ ବାହାରି ପ୍ରଫୁଲ୍ଲିତ ହେବାକୁ, ଶୀତୁଆ ସକାଳକୁ ଉପଭୋଗ କରିବାକୁ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲୁଚି ରହିଥିବା କଳା ନୈପୁଣ୍ୟକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟ ବିଗତ କିଛି ହେବ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଆସୁଛି ପଥ ଉତ୍ସବ କାର୍ଯ୍ୟକ୍ରମ। ଚଳିତ ବର୍ଷ ରାଜଧାନୀରେ ୩ ଜୋନ ଅଧିନରେ ଆୟୋଜିତ ହେବ ପଥ ଉତ୍ସବ କାର୍ଯ୍ୟକ୍ରମ। ଆସନ୍ତା ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍ ଠାରେ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କହିସାରିଛି ଭୁବନେଶ୍ୱର ମହାନଗର ନିଗମ।