Mahanga Double Murder: ମାହାଙ୍ଗା ଡବଲ ମର୍ଡର ଘଟଣା; ସ୍ୱତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ହେଲା ମାମଲା
Advertisement
Article Detail0/zeeodisha/odisha1887587

Mahanga Double Murder: ମାହାଙ୍ଗା ଡବଲ ମର୍ଡର ଘଟଣା; ସ୍ୱତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ହେଲା ମାମଲା

Mahanga Murder Case: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟ ସ୍ଥାନାନ୍ତର କରାଯାଇଛି।

 

 

Mahanga Double Murder: ମାହାଙ୍ଗା ଡବଲ ମର୍ଡର ଘଟଣା; ସ୍ୱତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ହେଲା ମାମଲା

Mahanga Double Murder Case: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆସିଛି ନୂଆ ମୋଡ଼। ଏହି ମାମଲାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଲାଗି ବଢିଲା ଅସୁବିଧା। ମାହାଙ୍ଗା ବିଧାୟକଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ହତ୍ୟା ଷଡ଼ଯନ୍ତ୍ର, ଧମକ ଆଦି ଦେଇଥିବା ଦଫାରେ ମାମଲା ଜାରି ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଧର୍ତ୍ତବ୍ୟ ଅପରାଧ ଭାବେ ଏହି ମାମଲା ଚାଲୁ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହି ହତ୍ୟା ମାମଲା ଭୁବନେଶ୍ୱର ସ୍ପେଶାଲ କୋର୍ଟ ସ୍ଥାନାନ୍ତର କରାଯାଇଛି।

ଗତ ଜାନୁଆରୀ ମାସରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ (Mahanga MLA Pratap Jena) ନାମରେ ଚୂଡାନ୍ତ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବାକୁ ପାଇଁ  ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରତାପ ଜେନାଙ୍କ ନାମ ଅଭିଯୁକ୍ତ ତାଲିକାରେ ରହିଥିବା ସତ୍ତ୍ୱେ ମାହାଙ୍ଗା ପୋଲିସ ତାଙ୍କ ନାଁ ଏତଲାରୁ କାଟି ଦେଇଥିଲା। କେସ୍‌ ରିପୋର୍ଟ୍ ରେ ତାଙ୍କ ନାଁ ରହିନଥିବା ଜଣାପଡ଼ିବା ପରେ ଏହାକୁ ନେଇ ଜୋରଦାର ବିରୋଧ କରାଯାଇଥିଲା।

ପ୍ରତାପ ଜେନାଙ୍କ ନାମକୁ ରଖି ଆଉଥରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସାଲେପୁର ଜେଏମଏଫସି କୋର୍ଟ (Salepur JMFC Court) ଠାରେ ଆବେଦନ କରାଯାଇଥିଲା। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ପୁଣିଥରେ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା। ହେଲେ ସେଥିରେ ପୁଣିଥରେ ବିଜେଡ଼ି ବିଧାୟକ ପ୍ରତାପ ଜେନାଙ୍କ (BJD MLA Pratap Jena) ନାଁ ରହି ନ ଥିବାରୁ ମୃତକ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଅସନ୍ତୁଷ୍ଟ ଥିଲେ ଏବଂ ସେ ପୁଣିଥରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବାକୁ ଚାହୁଁଥିଲେ। 

ଗତ ୨୦୨୧ ଜାନୁୟାରୀ ୨ ତାରିଖ ଘଟିଥିଲା ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା। ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଉଭୟଙ୍କ ହତ୍ୟା ଘଟଣାରେ ୧୩ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣ ଗିରଫ ହୋଇଥିଲେ। ଏନେଇ ଦାଖଲ ହୋଇଥିବା ଏତଲା ଅନୁସାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ଏକ ରହସ୍ୟମୟ ଅବସ୍ଥାରେ ମୃତଦେହ ମିଳିଥିଲା।