Train Cancelled: ଆଜି ଏହି ସବୁ ରୁଟକୁ ଟ୍ରେନ୍ ଚଳାଚଳ ବାତିଲ୍, ଏଠାରେ ଚେକ୍ କରି ନିଅନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha1885184

Train Cancelled: ଆଜି ଏହି ସବୁ ରୁଟକୁ ଟ୍ରେନ୍ ଚଳାଚଳ ବାତିଲ୍, ଏଠାରେ ଚେକ୍ କରି ନିଅନ୍ତୁ ପୂରା ତାଲିକା

Train Cancelled: ରେଳ ଧାରଣାରେ (Railway track) ପଥର ଖସି ପଡିବାରୁ ଟ୍ରେନ୍ (Boulder falls on railway track) ଚଳାଚଳ ବାତିଲ ହୋଇଛି  (Train Cancelled) । କୋରାପୁଟ ଜିଲ୍ଲା (Koraput) ଜୟପୁର ରାସ୍ତାର ଜର୍ଟି ଓ ମାନବାର ମଧ୍ୟରେ ପାହାଡ଼ରୁ ବଡ ପଥର ଖଣ୍ଡ ଟ୍ରାକ ଉପରେ ପଡ଼ିବାରୁ କୋରାପୁଟ ଜଗଦଲପୁରକୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ଫଳରେ ଶହ ଶହ ଟ୍ରେନ୍ ମଝି ରାସ୍ତାରେ ଅଟକି ରହିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Train Cancelled: ରେଳ ଧାରଣାରେ (Railway track) ପଥର ଖସି ପଡିବାରୁ ଟ୍ରେନ୍ (Boulder falls on railway track) ଚଳାଚଳ ବାତିଲ ହୋଇଛି  (Train Cancelled) । କୋରାପୁଟ ଜିଲ୍ଲା (Koraput) ଜୟପୁର ରାସ୍ତାର ଜର୍ଟି ଓ ମାନବାର ମଧ୍ୟରେ ପାହାଡ଼ରୁ ବଡ ପଥର ଖଣ୍ଡ ଟ୍ରାକ ଉପରେ ପଡ଼ିବାରୁ କୋରାପୁଟ ଜଗଦଲପୁରକୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ଫଳରେ ଶହ ଶହ ଟ୍ରେନ୍ ମଝି ରାସ୍ତାରେ ଅଟକି ରହିଛି ।  ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରି ନାହାଁନ୍ତି ।  କୋରାପୁଟ ଠାରେ ବିଶାଖାପାଟଣା - ଜଗଦଲପୁର ଟ୍ରେନ (Vishakapatnam Jagdalpur Train)  ଅଟକି ରହିଥିବାବେଳେ, ହୀରାଖଣ୍ଡ ଟ୍ରେନ (Hirakhand Express) ମଧ୍ୟ ଅଟକି ରହିଛି। ପଥର ହଟାଇବାକୁ ରେଳବାଇ ତରଫରୁ ଉଦ୍ୟମ ଜାରି ରହିଛି।   ଟ୍ରେନ ଟ୍ରାକରୁ ପଥର ସହ ମାଟି ହଟାଗଲେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡି଼ଛି।  

Also Read: Varsha Priyadarshini Video: ବଡ଼ଦାଣ୍ତରେ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଭିଡିଓ

Also Read: Vande Bharat Express: ଆଜିଠୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଯାତ୍ରୀଙ୍କୁ ମିଳିବ ଏହି ସବୁ ସ୍ବତନ୍ତ୍ର ସୁବିଧା

କୋରାପୁଟର ମାନବର ଓ ଜରତି ଷ୍ଟେସନ୍ ମଧ୍ୟରେ ସମଲେଶ୍ୱରୀ ଏକ୍ସପ୍ରେସ୍  (Samaleswari Express) ଅଟକି ରହିଛି । ସେହିପରି ରାଉରକେଲା ଜଗଦଲପୁର (Rourkela Jagdalpur Express) ଏବଂ ବିଶାଖାପାଟଣା କର୍ଣ୍ଣୁଲ ଏକ୍ସପ୍ରେସ୍ ମଧ୍ୟ ଅଟକି ରହିଛି । ଏହାସହ ୮ଟି ଟ୍ରେନ ଚଳାଚଳକୁ ଆଜି ମଧ୍ୟ ବାତିଲ୍ କରାଯାଇଛି । ବିଶେଷକରି କୋରାପୁଟରୁ ଜଗଦଳପୁର କିରୁଣ୍ଡୁଲକୁ ଚଳାଚଳ କରୁଥୁବା ସମସ୍ତ ଟ୍ରେନକୁ ବାତିଲ ହୋଇଥିବା ନେଇ ବିଶାଖାପାଟଣା ରେଳ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଛୁ ଯେ, କୋରାପୁଟ ଜିଲ୍ଲାରେ ରେଳ ଦୋହରୀକରଣ କାମ ଚାଲିଥିବାରୁ ପଥର ଖସିଥିବା ଜଣାପଡ଼ିଛି।