Odisha News: କାହିଁକି ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି?
Advertisement

Odisha News: କାହିଁକି ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି?

Odisha News: ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ ଟି-ସାର୍ଟରେ ନବୀନଙ୍କ ଫଟୋ (Naveen Patnaik photo on sp and Collector t shirt) । ଯାହାକୁ ନେଇ ବିବାଦରେ ଫସିଛନ୍ତି  ଏହି ଦୁଇ ସରକାରୀ ବାବୁ।  ଟି- ସାର୍ଟ ପିନ୍ଧି ଦୁଇ ବାବୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଉ ଏହି ଦୁଇ ବାବୁ ଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ୍ ହେଉଛି ।  

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News: ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି (Mayurbhanj AND Collector) । ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ ଟି-ସାର୍ଟରେ ନବୀନଙ୍କ ଫଟୋ (Naveen Patnaik photo on sp and Collector t shirt) । ଯାହାକୁ ନେଇ ବିବାଦରେ ଫସିଛନ୍ତି  ଏହି ଦୁଇ ସରକାରୀ ବାବୁ।  ଟି- ସାର୍ଟ ପିନ୍ଧି ଦୁଇ ବାବୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଉ ଏହି ଦୁଇ ବାବୁ ଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ୍ ହେଉଛି ।  ଆଉ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (MP Aparajita Sarangi) ମଧ୍ୟ ଦୁଇ ବାବୁଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। 

 

Also Read: Road Accident: କାରକୁ ସାମ୍ନାପଟୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଗୋଟିଏ ପରିବାରର ୭ ଜୀବନ

ସୂଚନା ଅନୁସାରେ, ମୟୂରଭଞ୍ଜରେ ରବିବାର ଦିନ ଏକ 'ଆଦି ମାରାଥନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ମାରାଥନ କାର୍ଯ୍ୟକ୍ରମରେ  ମୟୂରଭଞ୍ଜ ଏସଡିସି ଡ. ଦେବାଶିଷ ସାମନ୍ତରାୟଙ୍କ ସମେତ ହକି ଇଣ୍ତିଆର ସଭାପତି ଦିଲ୍ଲୀପ ତିର୍କି,  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହ୍ରେମ୍ବ୍ରମ୍ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ତି ଙ୍କ ସମେତ ରାଜ୍ୟସଭା ସାଂସଦ ମମତା ମହନ୍ତ , ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସପି  ବି. ଗଙ୍ଗାଧର ପ୍ରମୁଖ ଯୋଗ ଦେଇଥିଲେ। ତେବେ, ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଯେ, ମଞ୍ଚ ଉପରେ ବସିଥିବା ଜିଲ୍ଲାପାଳ ଓ ଏସପିଙ୍କ ପିନ୍ଧିଥିବା ଟି-ସାର୍ଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । ଯାହାକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଏକ ଟ୍ୱିଟ୍ କରିଛନ୍ତି ।

ସେ ଟ୍ବିଟ୍ ରେ ଏହା ଉଲ୍ଲେଖ କରିଛନ୍ତି ଯେ,  ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ଘଟଣା ।  ସରକାରୀ ଅଧିକାରୀ ହୋଇ ନିୟମ ଉଲ୍ଲଙ୍ଘନ କରୁଛନ୍ତି ।  ସରକାରୀ ଅଧିକାରୀ ହୋଇ କିଭଳି ନବୀନ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଦୁଇ ଅଧିକାରୀ ।  ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ସହିତ ବିଜେଡିର ସୁପ୍ରିମୋ ଅଟନ୍ତି । ଜିଲ୍ଲାପାଳ ଜିଲ୍ଲାର ସବୁଠୁ ବଡ ଅଧିକାରୀ ଅଟନ୍ତି । ସେ କିଭଳି ନିଜ ଦାୟିତ୍ବ ଭୁଲି ଯାଉଛନ୍ତି । ଏକ ସରାକାରୀ କାର୍ଯ୍ୟକ୍ରମରେ ନବୀନ ଫଟୋ ଥିବା ପୋଷାକ ପିନ୍ଧିବା କେତେ ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି।