Road Accident: କାରକୁ ସାମ୍ନାପଟୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଗୋଟିଏ ପରିବାରର ୭ ଜୀବନ
Advertisement
Article Detail0/zeeodisha/odisha1865379

Road Accident: କାରକୁ ସାମ୍ନାପଟୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଗୋଟିଏ ପରିବାରର ୭ ଜୀବନ

Road Accident: ବାଟରେ ଛକି ବସିଥିଲା ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଭୟଙ୍କର ସଡ଼କ ଦୁର୍ଘଟଣାରେ (Road Accident) ଚାଲିଗଲା  ଗୋଟିଏ ପରିବାରର ୭ ଜୀବନ (7 Family Killed)। ରାସ୍ତାରେ ଖଣ୍ତ ବିଖଣ୍ତିତ ହୋଇ ପଡିଥିଲା ମୃତଦେହ। କାର୍ -ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Road Accident: ବାଟରେ ଛକି ବସିଥିଲା ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଭୟଙ୍କର ସଡ଼କ ଦୁର୍ଘଟଣାରେ (Road Accident) ଚାଲିଗଲା  ଗୋଟିଏ ପରିବାରର ୭ ଜୀବନ (7 Family Killed)। ରାସ୍ତାରେ ଖଣ୍ତ ବିଖଣ୍ତିତ ହୋଇ ପଡିଥିଲା ମୃତଦେହ। କାର୍ -ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ମେଡି଼କାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। 

ସୂଚନା ଅନୁସାରେ, ଆସାମ୍ ଦେବରୁଗଡ଼ (Assam's Dibrugarh) ଏକ ପରିବାର ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ କାରରେ ଗୋହାଟୀ ଯାଇଥିଲେ। ଏବଂ ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଗୌହାଟିରୁ ନିଜ ଘର ଅଭିମୁଖେ ବିଳମ୍ବତି ରାତିରେ ଫେରୁଥିଲେ। ଘର ନିକଟରେ ପହଞ୍ଚିବାକୁ ଆଉ କିଛି ସମୟ ବାକି ଥିବା ବେଳେ ଦେବରୁଗଡ଼ର ଜାତୀୟ ରାଜପଥରେ ଦୃତଗତିରେ ଆସୁଥିବା ଏକ ଟ୍ରକ କାରକୁ ପିଟିଥିଲା। ଫଳରେ କାରରେ ଥିବା ସାତ ଜଣ ପରିବାର ସଦସ୍ୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ତେବେ, ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ପୋଲିସ୍ କହିଛି । ମୃତକଙ୍କ ମଧ୍ୟରେ ୫ ପିଲାଙ୍କ ସହ ସେମାନଙ୍କ ବାପା- ମାଆ କାରରେ ଥିଲେ।  

ନିକଟରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଥିଲା।  ସଡ଼କ ଦୁର୍ଘଟଣାରେ (road accident in Tamil Nadu) ୬ ଜଣଙ୍କର ମୃତ୍ୟୁ (6 killed in road accident) ହୋଇଥିବା ବେଳେ ୯ ଜଣ ଆହତ (9 injured)ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ,ମୃତକଙ୍କ ପରିଚୟ ମିଳି ନଥିବା ପୋଲିସ୍ କହିଛି । ଏକ ମାଲ ବୋଝେଇ ଟ୍ରକ୍ ତିନିଟି ବାଇକ୍ ଆରୋହୀଙ୍କ ଉପରେ ଚଢିଯିବାରୁ ଏହି ଛାତିଥରା ଦୁର୍ଘଟଣା (Road Accident)ଘଟିଛି । ତାମିଲନାଡୁର ଚେଙ୍ଗାଲପାଟୁ (Tamil Nadu’s Chengalpattu)ରେ ଏହି ଭୟଙ୍କର ଦୁର୍ଘଟଣା (road accident in Tamil Nadu) ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।