State Annual Flower Show 2024: ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନ ୨୦୨୪ ଉଦଘାଟିତ
Advertisement
Article Detail0/zeeodisha/odisha2058613

State Annual Flower Show 2024: ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନ ୨୦୨୪ ଉଦଘାଟିତ

Ekamra Kanan Bhubaneswar: ଜାନୁଆରୀ ୧୩ ତାରିଖ ଶନିବାର ଏକାମ୍ର କାନନ ଠାରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ। 

 State Annual Flower Show 2024: ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନ ୨୦୨୪ ଉଦଘାଟିତ

State Annual Flower Show 2024 Inaugurated: ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଏକାମ୍ର କାନନ ଠାରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ। ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଦେବୀଦତ୍ତ ବିଶ୍ଵାଳ ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀକୁ ଆସିଥିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ ଷ୍ଟଲ, ଉଭିଦ ବଜାର ଏବଂ ସେଲଫି ପଏଣ୍ଟ ଆଦି ବୁଲି ଦେଖିଥିଲେ। 

ଏହି ପ୍ରଦର୍ଶନୀରେ ଗୋଲାପ, ଡାହାଲିଆ, ସେବତୀ, ଗେଣ୍ଡୁ, ଜଣବେରା, ଜିନିଆ, ଆଷ୍ଟର ପ୍ରଭୃତି ବହୁ ଅଧିକ କିସମ ଫୁଲର ସମାହାର ସହ ବିଭିନ୍ନ କିସମର ପତ୍ର ଗଛ ଯଥା ଫର୍ଣ୍ଣ, ଆଗ୍ଲୋନିମା, ପାମ୍ ଭଳି ଅନେକ ଗଛ ପ୍ରଦର୍ଶିତ ହୋଇଥିଲା। ଏହା ସହିତ ଅତିଥି ରିଜିଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ସ୍ଥିତ ରିସର୍ଚ୍ଚ ଆଣ୍ଡ ଆକ୍ଟିଭିଟି ରିପୋର୍ଟ୍ ୨୦୨୨ - ୨୩ ସହ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ବାର୍ଷିକ ପତ୍ରିକା "ସବୁଜିମା - ୨୦୨୪" ଉନ୍ମୋଚନ କରିଥିଲେ। ପୂର୍ବତନ ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ପୁଷା ଝୁଲେ ମେକରେ ଚିତ୍ର, ପୋଷ୍ଟର, ଗାର୍ଡନ୍ ପ୍ରତିଯୋଗୀତା ବିଜେତାଙ୍କୁ ପୁରସ୍କୃତ କରିଥିଲେ।

ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ହେଲା ପ୍ଲାଣ୍ଟ ବଜାର। ଚଳିତ ବର୍ଷ ୩୬ ସଂସ୍ଥା, ୧୯ ନର୍ସରୀ, ୪୪ ଷ୍ଟଲ ଏହି ପ୍ଲାଣ୍ଟ ବଜାରରେ ନର୍ସରୀ ସହ ବଗିଚା ଉପକରଣ ଇତ୍ୟାଦି ବିକିବା ସହ ବିଭିନ୍ନ ଗଛର ଚାରା, ମଞ୍ଜି, କଲମିକରା ଡାଳ ଏବଂ ଭର୍ଟିକାଲ ପ୍ଲାଣ୍ଟ ଆଦି ବିକ୍ରିବଟା କରିଛନ୍ତି। ଫୁଲ ଫଳର ଚାରା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସେରାମିକ ଫୁଲ କୁଣ୍ଡ, ଫୁଲଦାନ ସହ ପରିଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରୁଛି। ସର୍ବସାଧାରଣଙ୍କ ଲାଗି ଦେୟ ମୁକ୍ତ ୨ ଦିନ ପାଇଁ ଏହି ପ୍ରଦର୍ଶିନୀ ଖୋଲା ରହିଥିବାବେଳେ ଜାନୁଆରୀ ୧୩ ତାରିଖ ଶନିବାର ପ୍ରଥମ ଦିନରେ ପ୍ରାୟ ୧୫ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। 

ଆସନ୍ତାକାଲି ରବିବାର ହୋଇଥିବାରୁ  ପୁଷ୍ପ ପ୍ରଦର୍ଶନକୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହି ଦୁଇଦିନିଆ ଉତ୍ସବରେ ଓଡ଼ିଶା ଖଣି ନିଗମ ଲିମିଟେଡ, ଓଡ଼ିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ, ନାଲକୋ, ଏମ୍‌ଜିଏମ୍ ମିନେରାଲସ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ଵର ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ଘରୋଇ ଅନୁଷ୍ଠାନ ଆଦି ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହି ପ୍ରଦର୍ଶନୀର ଶେଷଦିନରେ ଅର୍ଥାତ ଜାନୁଆରୀ ୧୨ ତାରିଖରେ ବିଜେତାଙ୍କୁ ପୁରସ୍କୃତ କରାଯିବ।