Odisha Vigilance raid: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର, ୮ ସ୍ଥାନରେ ଚଢ଼ଉ
Advertisement
Article Detail0/zeeodisha/odisha2394525

Odisha Vigilance raid: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର, ୮ ସ୍ଥାନରେ ଚଢ଼ଉ

ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ଜଙ୍ଗଲ ବିଭାଗୀୟ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଢେଙ୍କାନାଳରେ ବିଭୁଦାନନ୍ଦଙ୍କ ଘର ସମେତ କଟକ, ଭୁବନେଶ୍ୱରର ୩ଟି ସ୍ଥାନରେ  ଚଢ଼ାଉ କରାଯାଇଛି।  ଆଜି ସକାଳେ ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ କ୍ରମେ ୧୮ ଜ

Odisha Vigilance raid: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର, ୮ ସ୍ଥାନରେ ଚଢ଼ଉ
Odisha Vigilance raid: ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ଜଙ୍ଗଲ ବିଭାଗୀୟ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଢେଙ୍କାନାଳରେ ବିଭୁଦାନନ୍ଦଙ୍କ ଘର ସମେତ କଟକ, ଭୁବନେଶ୍ୱରର ୩ଟି ସ୍ଥାନରେ  ଚଢ଼ାଉ କରାଯାଇଛି।
 ଆଜି ସକାଳେ ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ କ୍ରମେ ୧୮ ଜଣ ଭିଜିଲାନ୍ସ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହ ଏହି ଏକକାଳୀନ ଚଢ଼ଉ ଆରମ୍ଭ କରାଯାଇଥିଲା। ଏଥିରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସାମିଲ ହୋଇଛନ୍ତି। ଯେଉଁ ୮ଟି ସମ୍ପତ୍ତି ଉପରେ ଚଢ଼ଉ ଜାରି ରହିଛି ସେଗୁଡ଼ିକର ଏକ ବିବରଣୀ ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଲା: 
1. ଢେଙ୍କାନାଳର ରତ୍ନା ବଜାରଠାରେ ଥିବା ୨ଟି ବିଶାଳ ଅଟ୍ଟାଳିକା। ଗୋଟିଏ ତିନିମହଲା ବିଶିଷ୍ଟ କୋଠା ଏବଂ ଅନ୍ୟ ଏକ ପ୍ଲଟରେ ଥିବା ଆଉ ଏକ ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା
2. କଟକ ଆଠଗଡ଼ର ଅଞ୍ଚଳର ରାହାଙ୍ଗଳରେ ଥିବା ବ୍ରୟଲର ଫାର୍ମ ତଥା ମିଶ୍ର ଫାର୍ମ ହାଉସ
3. ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳର ଜିଜିପି କଲୋନୀରେ ଥିବା ଫ୍ଲାଟ
4. ଡେଙ୍କାନାଳର ସମ୍ପର୍କୀୟଙ୍କ ଘର
5. ଢେଙ୍କାନାଳର ଅଫିସ ଚାମ୍ବର,  ଏବଂ 
6. ଢେଙ୍କାନାଳରେ ଥିବା ସରକାରୀ ଘର