)
OJEE Result: ପ୍ରକାଶ ପାଇଛି ୨୦୨୪ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ। ଚଳିତ ଥର ୫୬ହଜାର ୪୭ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। ବି ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍ ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲ୍ଟୁ ମଣ୍ଡଳ ଟପ୍ପର ହୋଇଥିବା ବେଳେ ଏମ୍ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି , ସିଭିଲ୍ ଇଂଜିନିୟରିଂ ରବୀନ୍ଦ୍ର ସାହୁ ଓ ଏମସିଏ/ଏମ.ଏସସି(କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀମାନେ WWW.OJEE.NIC.IN ଏବଂ ODISHAJEE.COMରେ ନିଜର ପରୀକ୍ଷା ଫଳ ଦେଖି ପାରିବେ।
ଚଳିତ ଓଜେଇଇ ପରୀକ୍ଷା ମେ' ୬ରୁ ଆରମ୍ଭ ହୋଇ ମେ' ୧୦ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ, ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ପାଠକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବି.ଫାର୍ମା, ଏଲ୍ଇ-ଟେକ୍, ଏଲ୍ଇ-ଟେକ୍ (ବିଏସ୍ସି), ବି କ୍ୟାଟ୍, ଏମ୍ବିଏ, ଏମ୍ସିଏ, ଏଲ୍ଇ-ଫାର୍ମା,ଏମ୍ ଫାର୍ମା, ଏମ୍ ଆର୍ଚ, ଏମ୍ ପ୍ଲାନ୍, ଏମ୍ ଟେକ୍ ଆଦି ରହିଛି। ସମସ୍ତ ବିଷୟବସ୍ତୁ ପାଇଁ କମ୍ପୁଟର ବେଶ୍ ପରୀକ୍ଷା ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ମୋଟ ୫୭ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର ହୋଇଥିଲା।