OSSTET Admit Card 2024: ପ୍ରକାଶ ପାଇଲା ଓଏସଏସଟିଇଟି ଆଡମିଟ୍ କାର୍ଡ; ଜାଣନ୍ତୁ କିପରି ଡାଉନଲୋଡ୍
Advertisement
Article Detail0/zeeodisha/odisha2057116

OSSTET Admit Card 2024: ପ୍ରକାଶ ପାଇଲା ଓଏସଏସଟିଇଟି ଆଡମିଟ୍ କାର୍ଡ; ଜାଣନ୍ତୁ କିପରି ଡାଉନଲୋଡ୍

OTET Hall Ticket Download: ଓଏସଏସଟିଇଟି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀ ବିଏସଇ ଅଫସିଆଲ ୱେବସାଇଟ ପରିଦର୍ଶନ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

 

OSSTET Admit Card 2024: ପ୍ରକାଶ ପାଇଲା ଓଏସଏସଟିଇଟି ଆଡମିଟ୍ କାର୍ଡ; ଜାଣନ୍ତୁ କିପରି ଡାଉନଲୋଡ୍

OSSTET Admit Card 2024 Download: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ହୋଇଛି ୨୦୨୪ ବର୍ଷର ଆଡମିଟ୍ କାର୍ଡ। ଓଏସଏସଟିଇଟି ଆଡମିଟ୍ କାର୍ଡ ବିଏସଇ ଅଫସିଆଲ ୱେବସାଇଟ bseodisha.ac.in ଠାରେ ଉପଲବ୍ଧ ରହିଛି। ଓଏସଏସଟିଇଟି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀ ବିଏସଇ ଅଫସିଆଲ ୱେବସାଇଟ ଠାରୁ ଓଏସଏସଟିଇଟି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ବିଏସଇ ଅଫସିଆଲ ୱେବସାଇଟ ଠାରେ ମିଳିବ ଓଏସଏସଟିଇଟି ଆଡମିଟ୍ କାର୍ଡ 
୨୦୨୪ ଜାନୁଆରୀ ୧୨ ତାରିଖରୁ ଓଏସଏସଟିଇଟି ଆଡମିଟ୍ କାର୍ଡ ସିଧାସଳଖ ଡାଉନଲୋଡ଼ କରାଯାଇ ପାରିବ। ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଆବେଦନକାରୀଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ OTP (One Time Password) ବ୍ୟବହାର କରିବାକୁ ହେବ। ଆଡମିଟ୍ କାର୍ଡ ଆବେଦନକାରୀଙ୍କ ନାମ, ରୋଲ୍ ନମ୍ବର, ପରୀକ୍ଷା ତାରିଖ, ସମୟ ଏବଂ ସ୍ଥାନ ପରି ସୂଚନା ପ୍ରଦାନ କରିଥାଏ। ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ତାଙ୍କ ଓଏସଏସଟିଇଟି ଆଡମିଟ୍ କାର୍ଡ ଭଲ ଭାବରେ ଡାଉନଲୋଡ୍ ଏବଂ ପ୍ରିଣ୍ଟ୍ କରିବାକୁ ପରାମର୍ଶ ଦିଆଯାଇଛି।

କିପରି କରିବେ ଏସଏସଟିଇଟି ଆଡମିଟ୍ କାର୍ଡ ଡାଉନଲୋଡ଼

  • ଓଏସଏସଟିଇଟି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀ ବିଏସଇ ଅଫସିଆଲ ୱେବସାଇଟ ପରିଦର୍ଶନ କରି ନିଜସ୍ୱ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ନିମ୍ନରେ ଉଲ୍ଲେଖ କରାଯାଇଥିବା ପଦକ୍ଷେପ ଅନୁସରଣ କରିପାରିବେ।
  • ଓଏସଏସଟିଇଟି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀ ବିଏସଇ ଓଡ଼ିଶା ଅଫସିଆଲ ୱେବସାଇଟ bseodisha.ac.in ପରିଦର୍ଶନ କରନ୍ତୁ।  
  • ଏହା ପରେ "Latest Updates" ବିଭାଗକୁ ଯାଆନ୍ତୁ।
  • Odisha Secondary School Teacher Eligibility Test OSSTET- 2023 (Ist) (ADMIT CARD) ଉପରେ Click କରନ୍ତୁ।
  • ସେଠାରେ ପଚରାଯାଇଥିବା ଆବଶ୍ୟକୀୟ ବିବରଣୀ ପ୍ରଦାନ କରନ୍ତୁ।
  • ଏହା ପରେ ଆପଣଙ୍କର BSE Odisha TET Card ଆପଣଙ୍କ ପରଦାରେ ଦେଖାଯିବ।
  • ଏବେ ଆପଣ ଆପଣଙ୍କର Admit Card Print Out ବାହାର କରିନିଅନ୍ତୁ। 

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା 
ଓଏସଏସଟିଇଟି ହେଉଛି ରାଜ୍ୟ ସ୍ତରୀୟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ବିଏସଇ ଓଡିଶା ଦ୍ୱାରା ପରିଚାଳିତ ଏକ ରାଜ୍ୟ ସ୍ତରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏହି ପରୀକ୍ଷା ଦୁଇଟି ପେପର ମାଧ୍ୟମରେ କରାଯାଇଥାଏ। ପ୍ରଥମ ପେପର ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ସେହିପରି ଶାରୀରିକ ଶିକ୍ଷା ଶିକ୍ଷକଙ୍କ ଦ୍ୱିତୀୟ ପେପର ଉଦ୍ଦିଷ୍ଟ ହୋଇଥାଏ। ଚଳିତ ବର୍ଷ ଓଏସଏସଟିଇଟି ପରୀକ୍ଷା ଜାନୁଆରୀ ମାସରେ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି। ଆସନ୍ତା ମାସରେ ଓଏସଏସଟିଇଟି ପରୀକ୍ଷା ଫଳାଫଳ ଘୋଷଣା କରାଯିବ।

ଓଏସଏସଟିଇଟି ପାଇଁ ଯୋଗ୍ୟତା ମାର୍କ 
ପ୍ରତ୍ୟେକ ପେପର ଲାଗି ସର୍ବନିମ୍ନ ପାସ୍ ମାର୍କ ହେଉଛି ୪୫% (ମୋଟ ୧୫୦ ମାର୍କ ରୁ ୬୮ ମାର୍କ ରଖିବା ଆବଶ୍ୟକ)। ପ୍ରତ୍ୟେକ ପେପର ରେ ୪୫% କିମ୍ବା ଅଧିକ ମାର୍କ ରଖୁଥିବା ପ୍ରାର୍ଥୀ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହେବ। ସାମାଜିକ ଏବଂ ଶିକ୍ଷାକ୍ଷେତ୍ରରେ ଅନଗ୍ରସର ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଶାରୀରିକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ କ୍ଷେତ୍ରରେ ସର୍ବନିମ୍ନ ପାସ୍ ମାର୍କ ୩୫% (ମୋଟ ୧୫୦ ମାର୍କ ରୁ ୫୩ ମାର୍କ ରଖିବା ଆବଶ୍ୟକ)।