Pakistan Plane: ଭାରତୀୟ ବାୟୁ ସୀମାରେ ଅଟକିଗଲା ପାକିସ୍ତାନୀ ବିମାନ, ୧୨୦ କିମି ପର୍ଯ୍ୟନ୍ତ ଭରିଲା ଉଡା଼ଣ
Advertisement
Article Detail0/zeeodisha/odisha1684531

Pakistan Plane: ଭାରତୀୟ ବାୟୁ ସୀମାରେ ଅଟକିଗଲା ପାକିସ୍ତାନୀ ବିମାନ, ୧୨୦ କିମି ପର୍ଯ୍ୟନ୍ତ ଭରିଲା ଉଡା଼ଣ

Indian Airspace: ପାକିସ୍ତାନୀ ବିମାନ ଭାରତୀୟ ବାୟୁସୀାମାରେ ୧୦ ମିନିଟ ଧରି ଅଟକି ରହିବା ସହ ୧୨୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ପରେ ଏହି ବିମାନ ପାକିସ୍ତାନ ଫେରିଯାଇଥିଲା। 

 

Pakistan Plane: ଭାରତୀୟ ବାୟୁ ସୀମାରେ ଅଟକିଗଲା ପାକିସ୍ତାନୀ ବିମାନ, ୧୨୦ କିମି ପର୍ଯ୍ୟନ୍ତ ଭରିଲା ଉଡା଼ଣ

Pakistan Plane in Indian Airspace: ଯାତ୍ରା ସମୟରେ ଭାରତୀୟ ବାୟୁସୀମାରେ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା ପାକିସ୍ତାନୀ ବିମାନ। ଏହି ବିମାନ ୧୨୦ କିମି ପର୍ଯ୍ୟନ୍ତ ଉଡା଼ଣ ଭରିଥିବାର ଜଣାପଡ଼ିଛି। ଭାରତୀୟ ବାୟୁସୀମାରେ ପାକିସ୍ତାନ ଏୟାରଲାଇନ୍ସ ବିମାନ ୧୦ ମିନିଟ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାରେ ଅଟକି ରହିବା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି।  

ପ୍ରବଳ ବର୍ଷା କାରଣରୁ ଲାହୋର ବିମାନବନ୍ଦରରେ ଅବତରଣ କରିପାରି ନ ଥିବାରୁ ପାକିସ୍ତାନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକ ବିମାନ ୧୦ ମିନିଟ ଧରି ଭାରତୀୟ ବାୟୁସେନାରେ ଫସି ରହିଥିଲା। ଦେଶର ବାୟୁସୀମାରେ ଫସି ରହିଥିବା ପଞ୍ଜାବରେ ପ୍ରାୟ ୧୨୦ କିଲୋମିଟର ଉଡ଼ିବା ଭରିବା ପରେ ସ୍ୱଦେଶ ଫେରି ଆସିଥିଲା ପାକିସ୍ତାନ। ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଏକଥା କୁହାଯାଇଛି। ଏନେଇ କୁହାଯାଇଛି ଯେ ଯେତେବେଳେ ପାକିସ୍ତାନୀ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ବିମାନ ମସ୍କଟ ଠାରୁ ଆସୁଥିବା ପିକେ-୨୪୮ ବିମାନ (PK-248 Plane)  ମେ ୪ ତାରିଖ ରାତି ଆଠଟା ସମୟରେ ଅବତରଣ କରିବା ପାଇଁ ଲାହୋର ବିମାନ ବନ୍ଦର ଠାରେ ପହଞ୍ଚିଥିଲା। ହେଲେ ସେଠାରେ ସେତେବେଳ ପ୍ରବଳ ବର୍ଷା ହେଉଥିବାର କୁହାଯାଉଛି। ପାଇଲଟ ୮.୦୫ ସମୟରେ ଅଲ୍ଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ବିମାନ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ବୋଇଙ୍ଗ ବିମାନ ୭୭୭ ଅସ୍ଥିର ହୋଇଯିବାରୁ ଅବତରଣ କରିପାରି ନଥିଲା।

"ଦି ନ୍ୟୁଜ୍" ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏୟାର ଟ୍ରାଫିକ କଣ୍ଟ୍ରୋଲ ନିର୍ଦ୍ଦେଶକ୍ରମେ ପାଇଲଟ୍ ଗୋ ଆରାଉଣ୍ଟ ଆପ୍ରୋଚ  ଅର୍ଥାତ ବୁଲିବା ଆରମ୍ଭ କରିଥିଲେ। ହେଲେ ପ୍ରବଳ ବର୍ଷା ଏବଂ ନିମ୍ନ ଉଚ୍ଚତା କାରଣରୁ ବିମାନ ଚାଳକ ରାସ୍ତା ଭୁଲି ଯାଇଥିଲେ। ଏହି ବିମାନ ପଞ୍ଜାବର ବାଦାନା ପୋଲିସ ଥାନା ଅଞ୍ଚଳରେ ରାତି ୮.୧୧ ସମୟରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ଯେତେବେଳେ ବୋଇଙ୍ଗ ୭୭୭ ବିମାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା, ସେତେବେଳେ ଏହାର ବେଗ ଘଣ୍ଟା ପ୍ରତି ୨୯୨ କିଲୋମିଟର ରହିଥିଲା। ଏହି ବିମାନ ପ୍ରାୟ ୧୩୫୦୦ ଫୁଟ ଉଚ୍ଚତାରେ ଉଡୁଥିଲା। ବିମାନ ଅମୃତସର ଠାରୁ ୩୭ କିଲୋମିଟର ଦୂରରେ ଥିବା ଛିନା ବିଧି ଚାନ୍ଦ ଗ୍ରାମ ନିକଟରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ।

"ଦି ନ୍ୟୁଜ୍" ଅନୁଯାୟୀ, ଭାରତj ପଞ୍ଜାବର ତାରନ୍ ସାହିବ ଏବଂ ରସୁଲପୁର ଦେଇ ନୌସେରା ପନ୍ନୁଆନ ଠାରେ ପହଞ୍ଚିବା ପରେ ବିମାନ ଫେରି ଆସିଥିଲା। ସେତେବେଳକୁ ବିମାନ ପ୍ରାୟ ୪୦ କିଲୋମିଟର ଦୂରତା ଅତିକ୍ରମ କରି ସାରିଥିଲା। ପାଇଲଟ ବିମାନକୁ ଭାରତୀୟ ବାୟୁସୀମାରେ ୨୦ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ନେଇଯାଇଥିଲେ। ଏହି ବିମାନ ୭ ମିନିଟ ଧରି ଭାରତୀୟ ବାୟୁସେନାରେ ରହିଥିଲା। ପରେ ଭାରତୀୟ ପଞ୍ଜାବର ଝାଗିଆନ୍ ନୁର ମହମ୍ମଦ ଗ୍ରାମରୁ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା। ପରେ ବିମାନ ପୁଣିଥରେ ପାକିସ୍ଥାନ ପଞ୍ଜାବ ପ୍ରଦେଶର କସୁର ଜିଲ୍ଲାର ଡୋନା ମାବ୍ବୋକି, ଚାଣ୍ଟ, ଧୁପସାରୀ କସୁର ଏବଂ ଘାଟି କଲଞ୍ଜର ଗ୍ରାମ ଦେଇ ଭାରତ ସୀମାରେ ପ୍ରବେଶ କରିଥିଲା।

ତିନି ମିନିଟ୍ ପରେ ଅର୍ଥାତ ରାତି ପ୍ରାୟ ୮:୨୨ ସମୟରେ ବିମାନ ଭାରତୀୟ ପଞ୍ଜାବର ଲାଖା ସିଂୱାଲା ହିଥର ଗ୍ରାମରୁ ପାକିସ୍ତାନ ସୀମାକୁ ଫେରିଗଲା। ସେହି ସମୟରେ ବିମାନ ପ୍ରାୟ ୨୩ ହଜାର ଫୁଟ ଉଚ୍ଚରେ ରହିଥିଲା। ବିମାନ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଉଡୁଥିଲା। "ଦି ନ୍ୟୁଜ୍" ରିପୋର୍ଟ କରିଛି ଯେ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ବିମାନ ହୁଜରା ଶାହା ମୁକିମ ଏବଂ ଦିପାଲପୁର ଦେଇ ମୁଲତାନ ଫେରିଥିଲା। ଏହି ପାକିସ୍ତାନୀ ବିମାନ ଭାରତୀୟ ବାୟୁସୀାମାରେ ୧୦ ମିନିଟ ଧରି ଅଟକି ରହିବା ସହ ୧୨୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା।