Pan card linked with aadhar: ପ୍ୟାନ୍ ସହ କରିନାହାନ୍ତି କି ଆଧାର ଲିଙ୍କ୍? ଜାଣନ୍ତୁ କେଉଁ ସବୁ ସମସ୍ୟାର ହେବେ ସମ୍ମୁଖୀନ...
Advertisement
Article Detail0/zeeodisha/odisha1771860

Pan card linked with aadhar: ପ୍ୟାନ୍ ସହ କରିନାହାନ୍ତି କି ଆଧାର ଲିଙ୍କ୍? ଜାଣନ୍ତୁ କେଉଁ ସବୁ ସମସ୍ୟାର ହେବେ ସମ୍ମୁଖୀନ...

Pan card linked with aadhar: ଏହି ନିୟମ ଅନୁଯାୟୀ ପ୍ୟାନ୍ ସହ ଆଧାର ଲିଙ୍କ କରାଇନଥିବା ଲୋକଙ୍କ ପ୍ୟାନ୍ କାର୍ଡ଼ ନିଷ୍କ୍ରିୟ ହୋଇସାରିଛି । ଫଳରେ ଏହି ପ୍ୟାନ କାର୍ଡ଼ ଆଉ କାର୍ଯ୍ୟକ୍ଷମ ହୋଇପାରିବ ଯାହାଦ୍ବାରା ସେମାନଙ୍କୁ ଟଙ୍କା ଟ୍ରାଞ୍ଜାକ୍ସନ୍, ରଣ, ଡ଼ିପୋଜିଟ୍ ଓ ନେଣ ଦେଣ ଲାଗି ବ୍ୟାଙ୍କରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

ସୌ(ସୋସିଆଲ ମିଡିଆ)

Pan card linked with aadhar: ପ୍ୟାନ୍ କାର୍ଡ଼ (Pan card) ସହ ଆଧାର କାର୍ଡ଼ ଲିଙ୍କ୍ (Aadhar card) କରିବାର ଅବଧି ଜୁନ୍ ୩୦ ତାରିଖ ସୁଦ୍ଧା ଶେଷ ହୋଇଛି । ପ୍ୟାନ୍ ସହ ଆଧାର ଲିଙ୍କ୍ ନେଇ ସରକାରଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ସମୟ ଦିଆଯାଇଥିଲା । ତେବେ ପୂର୍ବ ସୂଚନା ଅନୁଯାୟୀ, ଜୁନ୍ ୩୦ ତାରିଖ ସୁଦ୍ଧା ପ୍ୟାନ୍ କାର୍ଡ଼ ସହ ଆଧାର କାର୍ଡ଼ ଲିଙ୍କ ନକଲେ ପ୍ୟାନ୍ ଗୁଡ଼ିକ କାର୍ଡ଼ ନିଷ୍କ୍ରିୟ ହୋଇଯିବ । ଏହି ନିୟମ ଅନୁଯାୟୀ ପ୍ୟାନ୍ ସହ ଆଧାର ଲିଙ୍କ କରାଇନଥିବା ଲୋକଙ୍କ ପ୍ୟାନ୍ କାର୍ଡ଼ ନିଷ୍କ୍ରିୟ ହୋଇସାରିଛି । ଫଳରେ ଏହି ପ୍ୟାନ କାର୍ଡ଼ ଆଉ କାର୍ଯ୍ୟକ୍ଷମ ହୋଇପାରିବ ଯାହାଦ୍ବାରା ସେମାନଙ୍କୁ ଟଙ୍କା ଟ୍ରାଞ୍ଜାକ୍ସନ୍, ରଣ, ଡ଼ିପୋଜିଟ୍ ଓ ନେଣ ଦେଣ ଲାଗି ବ୍ୟାଙ୍କରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

ସୂଚନା ଥାଉ କି, ଆୟକର ବିଭାଗର (Income tax department) ନିୟମ ଅନୁଯାୟୀ, ଆଧାର ଲିଙ୍କ୍ ହୋଇନଥିଲେ (Pan card linked with aadhar) ପ୍ୟାନ୍ ସହ ଜଡ଼ିତ ଆପଣ କୌଣସି ବି କାରବାର କରିପାରିବେ ନାହିଁ । ଏମିତି କି, ଇନକମ୍ ଟ୍ୟାକ୍ସର ରିଫଣ୍ତ ପ୍ରୋସେସ ମଧ୍ଯ ହୋଇପାରିବ ନାହିଁ । ସବିଡ଼ିଟି ହିସାବରେ ଟିକସଦାତାମାନେ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । କିନ୍ତୁ ନିଷ୍କ୍ରିୟ ପ୍ୟାନ୍ କାର୍ଡ଼କୁ ବ୍ୟବହାର କରି ରିଫଣ୍ତ ପାଇଁ ଦାବି କରିପାରିବେ ନାହିଁ । ସେହିପରି ପ୍ୟାନ୍ ସହ ଆଧାର ଲିଙ୍କ୍ କରିନଥିଲେ ଡ଼ିମାଣ୍ଟ ଆକାଉଣ୍ଟ ମଧ୍ଯ ଖୋଲିପାରିବେ ନାହିଁ । ଅନ୍ୟପଟେ ମ୍ୟୁଚୁଆଲ ଫଣ୍ତ ୟୁନିଟ୍ କିଣିବା ପାଇଁ ୫୦ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କରିପାରିବେ ନାହିଁ ଏହାଛଡ଼ା କୌଣସି ସିକ୍ୟୁରିଟି କିଣାବିକା ପାଇଁ ଲକ୍ଷେ ଟଙ୍କାରୁ ଅଧିକ ଟଙ୍କାର ପେମେଣ୍ଟ କରିପାରିବେ ନାହିଁ । ନିଷ୍କ୍ରିୟ ପ୍ୟାନ କାର୍ଡ଼ ଧାରୀ କୋ-ଅପରେଟିଭ ବ୍ୟାଙ୍କ କିମ୍ବା ଜାତୀୟକରଣ ବ୍ୟାଙ୍କରେ କେବଳ ଫିକ୍ସ ଡିପୋଜିଟ୍ (Fixed deposit) ଓ ସଞ୍ଚୟ ଖାତା ଖୋଲପାରିବେ । ଏହାଛଡ଼ା ୫୦ ହଜାରରୁ ଅଧିକ ଟଙ୍କା ବ୍ୟାଙ୍କ କିମ୍ବା କର୍ପୋରେଟିଭ ବ୍ୟାଙ୍କରେ (cooperative bank) ଡ଼ିପୋଜିଟ୍ କରିପାରିବେ ନାହିଁ । ଗାଡ଼ି କିଣି ବିକା ଉପରେ ମଧ୍ୟ ଅଧିକ ଟିକସ ଦେବାକୁ ପଡ଼ିବ । ସେହିପରି ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇ ନଥିବା କମ୍ପାନୀ ଗୁଡ଼ିକର ଅଂଶଧନକୁ କିଣିବା ବା ବିକିବା ଲାଗି ଲକ୍ଷେ ଟଙ୍କାରୁ ଅଧିକ ଦିଆଯାଇପାରିବ ନାହିଁ ।  ଏହାସହ କ୍ରେଡ଼ିଟ୍ କାର୍ଡ଼ (Credit card) ବା ଡ଼େବିଟ୍ କାର୍ଡ଼ (Debit card) ଲାଗି ମଧ୍ଯ ଆବେଦନ  କରିପାରିବେ ନାହିଁ । ବୀମା ପଲିସିର ପ୍ରିମିୟମ୍ ବାର୍ଷିକ ୫୦ ହଜାରରୁ ଅଧିକ ଦେଇ କରାଯାଇପାରିବ ନାହିଁ । ଏହାକୁ ବାଦ ଦେଲେ ୧୦ ଲକ୍ଷରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତି କିଣାବିକା କିମ୍ବା ୧୦ ଲକ୍ଷ ଚଙ୍କାରୁ ଅଧିକ ଟଙ୍କାର ଷ୍ଟାମ୍ପ ଥିବା ସମ୍ପତି ଉପରେ ଅଧିକ ଟିକସ୍ ଦେବାକୁ ପଡ଼ିବ । ଏପରି କି, କୌଣସି ଜିନିଷର କିଣାବିକା ଲାଗି ଟ୍ରାଞ୍ଜାକ୍ସନ ୨ ଲକ୍ଷରୁ ଅଧିକ ଟଙ୍କାର କାରବାର କରୁଥିଲେ ଅଧି୍କ ଟିକସ ଦେବାକୁ ପଡ଼ିବ ।

Also Read-Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ଲାଗି ହୋଇଥିଲା କି ଉଦ୍ୟମ?

ତେବେ ଯେଉଁ ମାନେ ଏଯାଏଁ ପ୍ୟାନ୍ କାର୍ଡ଼ ସହ ଆଧାର କାର୍ଡ ଲିଙ୍କ୍ କରିନାହାନ୍ତି ସେମାନଙ୍କୁ ଏହି ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ତେବେ ଆପଣ ଏବେ ହଜାର ଟଙ୍କା ଦେଇ ପ୍ୟାନ୍ ସହ ଆଧାର କାର୍ଡ଼ ଲିଙ୍କ୍ କରିପାରିବେ । ୩୦ ଦିନ ମଧ୍ୟରେ ପ୍ୟାନ୍ ସହ ଆଧାର ଲିଙ୍କ ହୋଇଯିବ ଏହାପରେ ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।