Bike Stunts: ପାପା କି ପରୀଙ୍କ ବାଇକ୍ ଷ୍ଟଣ୍ଟ', ବର୍ତ୍ତମାନ ବଢ଼ାଇଛି ସଡ଼କ ଦୁର୍ଘଟଣା, ଦେଖନ୍ତୁ ଭିଡ଼ିଓ
Advertisement
Article Detail0/zeeodisha/odisha1560310

Bike Stunts: ପାପା କି ପରୀଙ୍କ ବାଇକ୍ ଷ୍ଟଣ୍ଟ', ବର୍ତ୍ତମାନ ବଢ଼ାଇଛି ସଡ଼କ ଦୁର୍ଘଟଣା, ଦେଖନ୍ତୁ ଭିଡ଼ିଓ

Bike Stunts: ସମୟ ବଦଳିଛି ଆଉ ବଦଳିଛି ଲୋକଙ୍କ ମାନସିକତା । ପୂର୍ବରୁ ମହିଳା ମାନଙ୍କୁ ଘରର ଚାରିକାନ୍ଥରେ ରହିବାକୁ ପଡୁ଼ଥିବା ବେଳେ ଆଜିର ସମୟରେ କିନ୍ତୁ ବେଶ ଆଗରେ ରହିଛି ନାରୀଶକ୍ତି । ସବୁ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢି ଚାଲିଛନ୍ତି ମହିଳା । ଘର ସମ୍ଭାଳିବାଠାରୁ ଆରମ୍ଭ କରି ମହାକାଶରେ ରକେଟ୍ ଚାଲାଇବା ହେଉ ସବୁ କ୍ଷେତ୍ରରେ ମହିଳା ଏବେ ପୁରୁଷଙ୍କ ସମକକ୍ଷ ହୋଇପାରିଛନ୍ତି । ବିଭିନ୍ନ ସମୟରେ ଆମେ ମହିଳାଙ୍କୁ ବାଇକ ଠାରୁ ଆରମ୍ଭ କରି କାର ଚଲାଉଥିବାର ଦେଖିବାକୁ ପାଇଥାଉ ।

ସୌ(ସୋସିଆଲ ମିଡିଆ)

କିନ୍ତୁ ଆଜି ଆମେ ଯାହା ବିଷୟରେ କହିବୁ ସେ ହେଉଛନ୍ତି ପାପା କି ପରୀ ।  “ପାପା କି ପରୀ”ଙ୍କୁ ନେଇ ଆପଣ ଆଗରୁ ସୋସିଆଲ ମିଡିଆରେ ବେଶ ମିମ ମଧ୍ୟ ଦେଖିଥିବେ । କିନ୍ତୁ କ’ଣ ଆପଣ ରିଅଲ ଲାଇଫରେ “ପାପା କି ପରୀ”ଙ୍କୁ ଦେଖିଛନ୍ତି ?

ତେବେ ନିକଟରେ ଏକ ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଭିଡି଼ଓରେ ଦେଖିବାକୁ ମିଳିଛି ଯେ, ମହିଳା ବା “ପାପା କି ପରୀ” ଷ୍ଟାଇଲରେ ନିଜ ବାଇକକୁ ଚଲାଉଛନ୍ତି । ବ୍ୟସ୍ତ ବହୁଳ ରାସ୍ତା ମଝିରେ କେତେବେଳେ ଡା଼ହଣକୁ ତ ଆଉ କେତେବେଳେ ବାମ ପଟକୁ ବାଇକ ଚଲାଇ ଷ୍ଟଣ୍ଟ୍ କରୁଛନ୍ତି ଏହି “ପାପା କି ପରୀ” ।

ଭିଡିଓରେ ମହିଳା ଜଣଙ୍କ ବେଶ ଖୀପ୍ର ବେଗରେ ବାଇକ ଚଳାଉଛନ୍ତି ଦେଖିବାକୁ ମିଳିଛି । ଏତିକି ବେଳେ ରାସ୍ତାରେ ବାଇକ ଯୋଗେ ଯାଉଥିବା ଏକ କପଲଙ୍କୁ ଧକ୍କା ଦେଇ ସେହି ସ୍ଥାନ ଛାଡ଼ି ପଳାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଭିଡ଼ିଓଟି ଭାଇରାଲ ହେବା ପରେ ରାସ୍ତା ମଝିରେ ମହିଳାଙ୍କ ଏପରି ପାଗେଳାମୀକୁ ଲୋକେ ନିନ୍ଦା କରିଛନ୍ତି । ତେବେ ଏହି “ପାପା କି ପରୀ”ଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରିଛନ୍ତି ବହୁ ୟୁଜର୍ସ ।

Also Read- Wedding News: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬ଟି ଛୁଆର ବାପା, ଜାଣନ୍ତୁ ଏହି ନିଆରା ବାହାଘର ବିଷୟରେ...

ଇଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଏହି ଭିଡ଼ିଓକୁ ନେଇ ଅନେକ କମେଣ୍ଟ ମଧ୍ୟ କରିଛନ୍ତି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଖାଲି ଥିବା ରାସ୍ତାରେ ତୁମେ ଏଭଳି କାର୍ଯ୍ୟ କ’ଣ ପାଇଁ କରୁନ ।

ଅନ୍ୟ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ, ବନ ଗୟେ ପନଞ୍ଚି, ଖୁଦ କେ ଗଲତି କେ କାରଣ କିସି ଔର କୋ ଭି ଭୁଗତନା ପଡ଼ତା ହୈ ।

ସେହିଭଳି ଅନ୍ୟ ଜଣେ କମେଣ୍ଟ କରିଛନ୍ତି ଯେ- ବିଗ୍ ଡ଼ିସ ଲାଇକ, ଏହା କୌଣସି ଷ୍ଚାଇଲ ନୁହେଁ ଏହା ମୁର୍ଖାମୀ ଅଟେ । ଖୁଦ୍ ତୋ ମରୋଗେ, ଦୁସ୍ରୋଁ କୋ ଭି ମରୱାଓଗେ ।

ଏହି ଭିଡିଓ ଦେଖିବା ପରେ ଜଣେ ୟୁଜର୍ସ ଇଷ୍ଟାଗ୍ରାମରେ ଡ଼ିସ ଲାଇକ ବଟନ ନେଇ ମଧ୍ୟ ଦାବି କରିଛନ୍ତି ।

Trending news