Petrol Diesel Price Today: ଖସିଲା ତୈଳ ଦର, ଓଡ଼ିଶାରେ ଲିଟର ପିଛା ଏତିକି ରହିଛି ରେଟ୍?
Advertisement
Article Detail0/zeeodisha/odisha2106210

Petrol Diesel Price Today: ଖସିଲା ତୈଳ ଦର, ଓଡ଼ିଶାରେ ଲିଟର ପିଛା ଏତିକି ରହିଛି ରେଟ୍?

Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର...ଖସିଲା ତେଲ ଦର (Petrol Diesel Rates)।  ଆଜି ତୈଳର ଆନ୍ତର୍ଜାତୀୟ ବଜାର ମୂଲ୍ୟରେ ଦର ଗତକାଲି ଅପେକ୍ଷା ଆଜି କମ୍ ରହିଛି।  ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ୍ ଦର ?

Petrol Diesel Price Today: ଖସିଲା ତୈଳ ଦର, ଓଡ଼ିଶାରେ ଲିଟର ପିଛା ଏତିକି ରହିଛି ରେଟ୍?

Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର...ଖସିଲା ତେଲ ଦର (Petrol Diesel Rates)।  ଆଜି ତୈଳର ଆନ୍ତର୍ଜାତୀୟ ବଜାର ମୂଲ୍ୟରେ ଦର ଗତକାଲି ଅପେକ୍ଷା ଆଜି କମ୍ ରହିଛି। ସପ୍ତାହ ଆରମ୍ଭରୁ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ୍ ଦର ?

ALSO READ: LaccMI Bus: ଆଜିଠୁ ଏହି ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୯ ଟଙ୍କା ୬୨ ପଇସା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୦୩ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨ ଟଙ୍କା ୮୬ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୪ ଟଙ୍କା ୨୪ ପଇସା ରହିଛି।  ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୧୮ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ୯୪ ଟଙ୍କା ୭୫ ପଇସା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପେଟ୍ରୋଲରେ ଲିଟର ପିଛା ୩୬ ପଇସା କମି ଥିବା ବେଳେ ଡିଜେଲରେ ୩୪ ପଇସା ଦର ହ୍ରାସ ପାଇଛି।  

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।