Advertisement
Photo Details/zeeodisha/odisha1354239
photoDetails0hindi

Surjya Kiran Air Show: ଓଡ଼ିଶା ଦେଖିଲା ବାୟୁ ବୀରଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ, ରବିବାର ଏହି ଜିଲ୍ଲାରେ ଉଡିବ ସୂର୍ଯ୍ୟକିରଣ

ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହା ପ୍ରଦର୍ଶନ କରାଯାଇଛି। ସକାଳ ୧୦ଟା ୧୬ ମିନିଟରୁ କୁଆଖାଇ ନଦୀ ପଠାରେ ସୂର୍ଯ୍ୟକିରଣ ଏୟାର ଶୋ ଆରମ୍ଭ ହୋଇଥିଲା।

1/9

ଭୁବନେଶ୍ୱରବାସୀ ଦେଖିଲେ ସୂର୍ଯ୍ୟକିରଣ ଶୋ। ଆକାଶପଥରେ କଳାକୌଶଳ ପ୍ରଦର୍ଶନ କଲେ ଭାରତୀୟ ବାୟୁସେନାର ବୀର ଯବାନ।

2/9

ରାଜଧାନୀ ଆକାଶରେ ପ୍ରାୟ ୨୦ ମିନିଟ ଧରି ପରାକ୍ରମ ଦେଖାଇଲା ବାୟୁସେନା। ଏୟାର ସୋରେ ସାମିଲ ହୋଇଥିଲେ ୯ଟି ହକ୍ ବିମାନ। 

3/9

ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଛନ୍ତି। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି।

4/9

କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ସୂର୍ଯ୍ୟକିରଣ ଏୟାର ଶୋ ଦେଖିଲେ ରାଜ୍ୟପାଳ ପ୍ରଫେସର। 

5/9

ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍ ଦ୍ୱାରା ସୂର୍ଯ୍ୟକିରଣ ଏୟାର ଶୋ ପ୍ରଦର୍ଶିତ ହୁଏ। ୧୯୮୨ରେ ବାୟୁସେନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଥମ ଏରୋବାଟିକ୍ ଟିମ୍ ଗଠନ କରାଯାଇଥିଲା। 

6/9

ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରାଯାଇଥିଲା। ଶ୍ରୀଲଙ୍କାର କଲୋମ୍ବୋରେ ଏହି ଶୋ ହୋଇଥିଲା।

7/9

ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରାଯାଇ ଯୁବପିଢିଙ୍କୁ ପ୍ରେରଣା ଦିଆଯାଉଛି।

8/9

ସୂର୍ଯ୍ୟକିରଣର ଏହି ସ୍ୱତନ୍ତ୍ର ଶୋ ପାଇଁ ପାଇଲଟଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ। ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା।

9/9

ସେପ୍ଟେମ୍ବର ୧୮ ତାରିଖରେ ପୁରୀ ବେଳାଭୂମିରେ ସୂର୍ଯ୍ୟକିରଣ ଏୟାର ଶୋ ହେବ। ସକାଳ ୧୦ଟା ୨୦ରେ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।