Advertisement
Photo Details/zeeodisha/odisha2550284
Zee OdishaPhotos Gold Rate Today: ସପ୍ତାହ ଆରମ୍ଭରୁ ବଢ଼ିଲା ସୁନା ଦର, ଆଜି ଓଡ଼ିଶାରେ ଗ୍ରାମ ପିଛା...
photoDetails0hindi

Gold Rate Today: ସପ୍ତାହ ଆରମ୍ଭରୁ ବଢ଼ିଲା ସୁନା ଦର, ଆଜି ଓଡ଼ିଶାରେ ଗ୍ରାମ ପିଛା...

Gold Rate Today: ସୁନା ପ୍ରେମୀଙ୍କୁ ଲାଗିଲା ଝଟକା। ବିବାହ ସିଜିନ୍-ରେ ପୁଣି ଥରେ ବଢ଼ିଲା ସୁନା ରେଟ୍। ଆଜି ସୋମବାର ସୁନା ଦର ସ୍ଥିର ଥିବା ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା-ରେଟ୍?

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୭୮୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୧୫ ଓ ୨୪ କ୍ୟାରେଟ୍ ରେ ୧୬ ଟଙ୍କା ବୃଦ୍ଧି ପାଇଛି।  

2/5

ସେହିପରି ଦେଶର ରାଜଧାନୀ ନୂଆ-ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୭,୧୪୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭,୭୯୩ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫ ଓ ୧୬ ଟଙ୍କା କମିଛି। 

3/5
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୭,୧୩୦ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୭୭୮ ଟଙ୍କା ରହିଛି। 

4/5
ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୭,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୭୭୮ ଟଙ୍କା ରହିଛି। 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୭,୧୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୭୭୮ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୮,୩୪୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୧୫ ଓ ୨୪ କ୍ୟାରେଟ୍ ରେ ୧୬ ଟଙ୍କା ବୃଦ୍ଧି ପାଇଛି।