Gold Rate Today: ନୂଆ ସୁନା ଦର ଜାରି, ଜାଣନ୍ତୁ ଆଜି ଭରି ପିଛା କେତେ ଟଙ୍କା ବୃଦ୍ଧି ପାଇଲା ସୁନାରେଟ୍?

Gold Rate Today: ପାର୍ବଣ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା। ପୁଣି ବଢିଲା ସୁନା ରେଟ୍। ଗତକାଲି ସୁନା ଦର ଖସିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନାଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କୁ ପୁଣି ଥରେ ଟେନସନରେ ପକାଇଛି। ଯଦି ଆପଣ ଆଜି ସୁନା- ଅଳଙ୍କାର କିଣିବା ପାଇଁ ଯୋଜନା ରଖିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

Narmada Behera Wed, 11 Sep 2024-11:51 am,
1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି।  ୨୨ କ୍ୟାରେଟ୍ ରେ ୩୮୦ ଓ ୨୪ କ୍ୟାରେଟ୍ ରେ ୪୧୦ ଟଙ୍କା ବୃଦ୍ଧି ପାଇଛି। 

ALSO READ:  Gajlakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଘର ସାଙ୍ଗକୁ...

ALSO READ:  Guru Gochar 2024: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ!

2/5

ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୪୦୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୩୮୦ ଓ ୪୧୦ ଟଙ୍କା ବୃଦ୍ଧି ପାଇଛି। 

3/5

  ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୮୦ ଓ ୪୧୦ ଟଙ୍କା ବୃଦ୍ଧି ପାଇଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୩୮୦ ଓ ୪୧୦ ଟଙ୍କା ବଢିଛି। 

5/5

  ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବ ପାଇଁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୩୮୦ ଓ ୨୪ କ୍ୟାରେଟ୍ ରେ ୪୧୦ ଟଙ୍କା ବୃଦ୍ଧି ପାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link