Advertisement
Photo Details/zeeodisha/odisha2424681
photoDetails0hindi

Gajlakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଘର ସାଙ୍ଗକୁ...

Gajlakshmi Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ବୃହସ୍ପତି ବୃଷ ରାଶିରେ ଥିବା ବେଳେ ସେହି ରାଶିକୁ ବୁଧ ସେପ୍ଟେମ୍ବର ୧୩ ସକାଳ ୬ଟା ୧୦ ମିନିଟ୍ ସମୟରେ ଚଳନ କରିବେ। ଦିର୍ଘ ୫୦ ବର୍ଷ ପରେ ଗୋଟିଏ ରାଶିରେ ବୃହସ୍ପତି ଓ ବୁଧଙ୍କ ମିଳିନ ଯୋଗୁଁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। କାହିଁକିନା ଜାତକ ବା ରାଶିରେ ବୁଧ ଓ ବୃହସ୍ପତିଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତି ଜୀବନରେ ସମସ୍ତ ଧନ ଓ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଶୁଭଫଳ ପାଇବେ।..

1/5
ବୃଷ : ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ। ଦିର୍ଘ ଦିନ ଧରି ଲାଗିଥିବା ସମସ୍ୟାର ଅନ୍ତ ଘଟିବ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିବେ।  ଆୟ ବଢିବା ସହ ନିଯୁକ୍ତି ଅଫର ବି ପାଇପାରନ୍ତି।  ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। ଏହି ଅବଧି ମଧ୍ୟରେ ନୂଆ ଘର ମଧ୍ୟ କ୍ରୟ କରିବେ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Guru Gochar 2024: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ!

2/5
  ମିଥୁନ : ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। ଏହି ସମୟ ମଧ୍ୟରେ, ନିଜ ସନ୍ତାନଙ୍କ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିବ। ଦରମା ବଢିବ। ଆୟ ଦ୍ବିଗୁଣିତ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ବଡ଼ ଡିଲ୍ ମଧ୍ୟ ଫାଇନାଲ୍ ହୋଇପାରେ। ଏହି ଅବଧି ମଧ୍ୟରେ ଆପଣ ନୂଆ ଗାଡି ଓ ଘର କିଣିବେ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ସ୍ବାସ୍ଥ୍ୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦିର୍ଘ ଦିନ ଧରି ଲାଗିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

3/5
କର୍କଟ:  ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ଏହି ରାଶିର ଲୋକେ ଧନବାନ୍ ହେବେ। ସେପ୍ଟେମ୍ବର ମଧ୍ୟ ଭାଗରୁ ଆରମ୍ଭରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଏବଧି ମଧ୍ୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଆୟରେ ବୃଦ୍ଧି ଘଟିବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ହେବାର ସୁଖ ମଧ୍ୟ ପାଇବେ । ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। ଜୀବନସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ।  ।

4/5

କନ୍ୟା:  ଗଜଲକ୍ଷ୍ମୀ ରାଜଯୋଗ ସୁ ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ଏ ସମୟ ମଧ୍ୟରେ ନୂତନ ଗାଡି କିଣିବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ନେଇ ସମୟ ଅନୁକୂଳ ରହିଛି। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

5/5
ବିଛା:  ଗଜଲକ୍ଷ୍ମୀ ରାଜଯୋଗ ଏ-ହି ରାଶିଙ୍କ ଭାଗ୍ୟ ଫିଟାଇବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ସରକାରୀ ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ବିଦେଶ ଯାତ୍ରା କରିବେ । ଏହା ସହ ସେୟାର ମାର୍କେଟ, ବେଟିଂ ଏବଂ ଲଟେରୀରୁ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।    (Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)