Advertisement
Photo Details/zeeodisha/odisha2408024
photoDetails0hindi

Petrol Diesel Price Today: ମାସ ଶେଷରେ ଗ୍ରାହକଙ୍କୁ ମିଳିଲା ଖୁସି ଖବର, ରାଜ୍ୟରେ ଖସିଲା ପେଟ୍ରୋଲ-ଡିଜେଲ୍ ଦର

Petrol Diesel Price Today: ଅଗଷ୍ଟ ୩୧ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ଶନିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି।  କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ଖସିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

1/5
  ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୦ ଟଙ୍କା ୯୭ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୫୫ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ ଲିଟର ପିଛା ୫୩ ଓ ଡିଜେଲ୍ ଲିଟର ପିଛା ୫୧ ପଇସା ହ୍ରାସ ହୋଇଛି।    ALSO READ:  Weekly Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ସେପ୍ଟେମ୍ବରର ପ୍ରଥମ ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ   ALSO READ: Guru Vakri 2024: ବୃହସ୍ପତି ଚମକାଇବେ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ ଶୁଭଫଳ!

2/5
  ତୈଳ ଦର ବୃଦ୍ଧି କାଟ୍ କରିବାକୁ ବହୁବାର ଦାବି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।  

3/5

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ଗ୍ରେଟର ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୩ ଟଙ୍କା ୬୨ ପଇସା  ରହିଥିବା ବେଳେ ଡିଜେଲ୍ ରେଟ୍ ୯୦ ଟଙ୍କା ୧୭ ପଇସା ରହିଛି । ପେଟ୍ରୋଲ୍ ରେ ୧୮ ଓ ଡିଜେଲ୍ ରେ ୧୭ ପଇସା ହ୍ରାସ ପାଇଛି। ସେହିପରି, କୋଲକାତାରେ ପେଟ୍ରୋଲ ଲିଟର ୧୦୪ ଟଙ୍କା ୯୫ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୭୬ ପଇସା ରହିଛି।  ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୦ ଟଙ୍କା ୭୫ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୩୪ ପଇସା ରହିଛି। 

4/5
ଏମିତି ଭାବେ ପ୍ରତ୍ୟକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

5/5