Pizza Viral Video: ବନାଇବା ବେଳେ ପବନରେ ଉଡାଇଦେଲେ ପିଜା, କାରନାମା ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1670984

Pizza Viral Video: ବନାଇବା ବେଳେ ପବନରେ ଉଡାଇଦେଲେ ପିଜା, କାରନାମା ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ

Pizza Video: ସଦ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ପିଜା ତିଆରି କରୁଥିବାର ଦେଖିବାକୁ ମିଳୁଛି। ହେଲେ ତାଙ୍କର ପିଜା ତିଆରି କରିବାର କାରନାମା ଭାଇରାଲ ହେବାରେ ଲାଗିଛି।

Pizza Viral Video: ବନାଇବା ବେଳେ ପବନରେ ଉଡାଇଦେଲେ ପିଜା, କାରନାମା ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ

Pizza Viral Video: ଫାଷ୍ଟଫୁଡ୍ ଯୁଗରେ, ଏପରି ଏକ ଖାଦ୍ୟ ଅଛି ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି। ତାହା ହେଉଛି ପିଜା। ଦୁନିଆରେ ପିଜା ଭଳି ଫାଷ୍ଟଫୁଡ୍ ପ୍ରେମୀ କୋଟି କୋଟି ସଂଖ୍ୟାରେ ଅଛନ୍ତି। ଯଦି ଆପଣ ମଧ୍ୟ ଜଣେ ପିଜା ପ୍ରେନୀ ଏବଂ ଆପଣ ପିଜା ଖାଇବାକୁ ପାଇଥାନ୍ତି, ତାହେଲେ ଆପଣ ନିଶ୍ଚିତ ଭାବରେ କେତେବେଳେ ପିଜା ତିଆରି ହେଉଥିବାର ଦେଖିଥିବେ। ଫୁଡ୍ ବ୍ଲଗର୍ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପଦାର୍ଥ କିପରି ପ୍ରସ୍ତୁତ କରିବାକୁ ହୁଏ ସେହି ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଙ୍କ ପର୍ଯ୍ୟନ୍ତ, ସମସ୍ତ ଆଗ୍ରହର ସହିତ ପିଜା ତିଆରି କରିବାର ପ୍ରକ୍ରିୟା ବିଷୟରେ କହିଥାନ୍ତି। ଏହି ସମୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ପିଜା ତିଆରି କରୁଥିବାର ଦେଖିବାକୁ ମିଳୁଛି। ହେଲେ ତାଙ୍କର ପିଜା ତିଆରି କରିବାର କାରନାମା ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। 

CCTV Idiots ନାମକ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାସ୍ତା କଡରେ ବ୍ୟବସାୟ କରୁଥିବା ଜଣେ ଖାଦ୍ୟ ବିକ୍ରେତା ପିଜା ତିଆରି କରୁଥିବାର ଦେଖିବାକୁ ମିଳୁଛି। ପିଜା ବନାଇବା ପାଇଁ ମଇଦା ଚକଟା ଯାଇଥାଏ ଏବଂ ଏହା ପରେ ଅନ୍ୟ ଖାଦ୍ୟ ସାମଗ୍ରୀ ମିଶାଇ ପିଜା ପ୍ରସ୍ତୁତ କରାଯାଇଥାଏ। ପିଜା ଅତ୍ୟନ୍ତ ନରମ ହୋଇଥାଏ। ଯାହାକୁ କେବଳ ହାଲୁକା ଭାବରେ ହାତରେ ତିଆରି କରାଯାଇଥାଏ। ହେଲେ ଏବେ ଯେଉଁ ପିଜା ଭିଡ଼ିଓ ଭାଇରାଲ ହେଉଛି, ସେଥିରେ ଅନ୍ୟ କିଛି ଘଟଣା ଦେଖିବାକୁ ମିଳୁଛି। 

Also Read: US Pizza Attack: ପିଜ୍ଜା ସହାୟତାରେ ମହିଳାଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ବାନ୍ଧିଲା ପୋଲିସ

ଏଥିରେ ଦେଖିବାକୁ ମିଳୁଛି ଯେ ପିଜା ବନାଉଥିବା ବ୍ୟକ୍ତି ଜଣଙ୍କ ପ୍ରଥମେ ତାଙ୍କ ହାତରେ ଚକଟା ଯାଇଥିବା ମଇଦାକୁ ଗୋଲ ଆକାରରେ ବୁଲାଉଛନ୍ତି। ଏହା ପରେ ସେ ଏହାକୁ ପବନରେ ଫୋପାଡି ଦେଉଛନ୍ତି। ଯାହା ହେଲିକ୍ୟାପ୍ଟର ଭଳି ଉଡ଼ିବା ଆରମ୍ଭ କରୁଛି। ଏହା ପର ପିଜା ବନାଇବା ପାଇଁ ଚକଟା ଯାଇଥିବା ମଇଦା ବୁଲି ବୁଲି ସେହି ବ୍ୟକ୍ତିଙ୍କ ନିକଟକୁ ଫେରିଆସୁଛି। ଏହା ପରେ ସେହି ବ୍ୟକ୍ତି ଜଣଙ୍କ ତାଙ୍କ ଆଙ୍ଗୁଠିରେ ନଚାଇବା ଆରମ୍ଭ କରି ଦେଇଛନ୍ତି।

 

ପିଜା ତିଆରି କରୁଥିବା ବ୍ୟକ୍ତିଙ୍କ ଏହି କାରନାମାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଉଛି ଯେ ପିଜା ବନାଇଥିବା ବ୍ୟକ୍ତି ଚାରିପାଖରେ ଛିଡା ହୋଇଥିବା ଲୋକେ ତାଙ୍କର କାରନାମା ଦେଖୁଛନ୍ତି। ଏଭଳି ଦୃଶ୍ୟ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଏହି ଭିଡ଼ିଓ ଟ୍ୱିଟ ହେବା ପରେ ଏହାକୁ ୨୦ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି। ଏହି ଭିଡିଓ ଦେଖିବା ପରେ ଅନେକ ଟ୍ୱିଟର ବ୍ୟବହାରକାରୀ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି।