PM Kisan Samman Nidhi Yojana: ଜାଣନ୍ତୁ ଏହି ଦିନ ଆସିବାକୁ ଯାଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି..
Advertisement
Article Detail0/zeeodisha/odisha1853619

PM Kisan Samman Nidhi Yojana: ଜାଣନ୍ତୁ ଏହି ଦିନ ଆସିବାକୁ ଯାଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି..

PM Kisan Samman Nidhi Yojana: ଯଦି ଆପଣ ମଧ୍ୟ ଜଣେ କୃଷକ ଏବଂ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ଯୋଗ୍ୟ ହିତାଧିକାରୀ ଏବଂ  ୧୫ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବରଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। 

PM Kisan Samman Nidhi Yojana: ଜାଣନ୍ତୁ ଏହି ଦିନ ଆସିବାକୁ ଯାଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି..

PM Kisan Samman Nidhi Yojana: ଯଦି ଆପଣ ମଧ୍ୟ ଜଣେ କୃଷକ ଏବଂ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ଯୋଗ୍ୟ ହିତାଧିକାରୀ ଏବଂ  ୧୫ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବରଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। ଏହି ରାଶି ଚାରିମାସ ବ୍ୟବଧାନରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥାଏ। ଏହି ରାଶି ୩ଟି କିସ୍ତିରେ ୨-୨ ହଜାର ଟଙ୍କା କରି ଆକାଉଣ୍ଟକୁ ପଠାଯାଇଥାଏ। ବର୍ତ୍ତମାନ ସୁଦ୍ଧା ସରକାର ୧୪ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ବର୍ତ୍ତମାନ ଏହି ଯୋଜନାର ୧୫ତମ କିସ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।

ଯଦି ଆପଣ ମଧ୍ୟ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ପଞ୍ଜୀକରଣ କରିବା ସମୟରେ କିଛି ଜିନିଷର ବିଶେଷ ଧ୍ୟାନ ଦେବା ଉଚିତ୍। କୃଷକ ଭାଇମାନେ ଧ୍ୟାନ ଦେବା ଉଚିତ୍ ଯେ ପୂରଣ କରିଥିବା ଆବେଦନ ଫର୍ମରେ କୌଣସି ଭୁଲ ହେବା ଆଦୌ ଉଚିତ୍ ନୁହେଁ। ଆବେଦନ ଫର୍ମରେ କୌଣସି ନାମ ଭୁଲ, ଲିଙ୍ଗଗତ ଭୁଲ, ଭୁଲ ଆଧାର ନମ୍ବର କିମ୍ବା ଭୁଲ ଠିକଣା ଇତ୍ୟାଦି ରହିବା ଉଚିତ ନୁହେଁ। ଏହାକୁ ଥରେ କିମ୍ବା ଦୁଇଥର ଯାଞ୍ଚ କରିବା ପରେ ସବମିଟ୍ କରିବା ଉଚିତ୍। ନଚେତ୍ ଆପଣ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇପାରନ୍ତି। କୃଷକ ଭାଇମାନେ ମଧ୍ୟ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଯାଞ୍ଚ କରିବା ଜରୁରୀ। ରିପୋର୍ଟ ଅନୁଯାୟୀ, ନଭେମ୍ବର ଶେଷରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ୧୫ତମ କିସ୍ତି କୃଷକଙ୍କ ଆକାଉଣ୍ଟରେ ପହଞ୍ଚିବା ନେଇ ସୂଚନା ମିଳିଛି।

ଆପଣ ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରିପାରିବେ-

ଯଦି ଆପଣ ଏପର୍ଯ୍ୟନ୍ତ ଇ- KYC କରିନାହାଁନ୍ତି, ତେବେ ଆଜି ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନିଅନ୍ତୁ। ଇ- KYC କରିବାକୁ, ଆପଣନିକଟତମ CSC କେନ୍ଦ୍ରକୁ ଯାଆନ୍ତୁ ।ଯେଉଁଠାରେ PM Kisan pmkisan.gov.in ପରିଦର୍ଶନ କରି ଇ- KYC କରିପାରିବେ।PM Kisan Samman Nidhi Yojana ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ କୃଷକ ଭାଇମାନେ pmkisan-ict@gov.in ରେ ଇମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ ।ଏହା ବ୍ୟତୀତ ସରକାର ପିଏମ କିସାନ ଯୋଜନା ପାଇଁ 155261 କିମ୍ବା 1800115526 କିମ୍ବା 011-23381092 ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

Also Read: Illigal cow transport: ଗୋରୁ ଚାଲାଣ ବେଳେ ଗାଡ଼ି ଜାଳି ଦେଲେ ଲୋକେ..